ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସିଆ କପ୍ ହକି ଚାମ୍ପିଅନସିପରେ ଶିଲାନନ୍ଦ ଲାକ୍ରାଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସେମିଫାଇନାଲ ମ୍ଯାଚରେ ମ୍ୟାନ୍‌ ଅଫ୍ ଦି ମ୍ୟାଚ୍

ଏସିଆ କପ୍ ହକି ଚାମ୍ପିଅନସିପରେ ଶିଲାନନ୍ଦ ଲାକ୍ରାଙ୍କ ଉତ୍କୃଷ୍ଟ ପ୍ରଦର୍ଶନ

ସେମିଫାଇନାଲ ମ୍ଯାଚରେ ମ୍ୟାନ୍‌ ଅଫ୍ ଦି ମ୍ୟାଚ୍

ରାଉରକେଲା ୧୦/୯,ରାଉରକେଲା ଇସ୍ପାତ କାରଖାନା (ଆରଏସପି)ର ସେଲ୍ ହକି ଏକାଡେମୀର ଜଣେ ପୂର୍ବତନ କ୍ୟାଡେଟ ଶିଲାନନ୍ଦ ଲାକ୍ରା ରାଜଗିରରେ ଅନୁଷ୍ଠିତ ପୁରୁଷ ଏସିଆ କପ୍ ହକି ଚାମ୍ପିଅନସିପରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏସିଆ କପ୍ ଫାଇନାଲରେ ଭାରତ ଚାମ୍ପିଅନ ହୋଇଛି । ଏହି ବିଜୟ ସହିତ ଭାରତ ବେଲଜିୟମ ଏବଂ ନେଦରଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ପୁରୁଷ ହକି ବିଶ୍ୱକପ୍ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି। ପୁରୁଷ ଏସିଆ କପ୍ ଚାମ୍ପିଅନସିପର ଫାଇନାଲରେ ଭାରତ ପୂର୍ବ ଚମ୍ପିଅନ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରିଥିଲା। ଭାରତର ଏହି ସଫଳ ଯାତ୍ରାରେ ଶିଲାନନ୍ଦଙ୍କର ପ୍ରମୁଖ ଅବଦାନ ଥିଲା। ବିଶେଷକରି ଚୀନ୍ ବିପକ୍ଷ ସେମିଫାଇନାଲ ମ୍ୟାଚରେ ସେ ଦଳକୁ ୭-୦ ବିଜୟରେ ଉଲ୍ଲେଖନୀୟ ଭୂମିକା ନେଇଥିଲେ ଏବଂ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ଭାବରେ ବିବେଚିତ ହୋଇଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଇନର ହୁଇଲ କ୍ଲବର ଆହାର କାର୍ଯ୍ୟକ୍ରମ 

Sunil Chandra Nayak

ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲା_ପ୍ରାଥମିକଶିକ୍ଷକ ସଂଘ ଏକ୍ସ କ୍ୟାଡର 

Sunil Chandra Nayak

ଧର୍ମଗଡ ର ନୂତନ ଉପ ଜିଲ୍ଲାପାଳ ଭାବେ ଯୋଗ ଦେଲେ ଆଇଏସ ପ୍ରେକ୍ଷା ଅଗ୍ରୱାଲ

Sunil Chandra Nayak

Leave a Comment

error: Content is protected !!