ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସିଆ କପ୍ ହକି ଚାମ୍ପିଅନସିପରେ ଶିଲାନନ୍ଦ ଲାକ୍ରାଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସେମିଫାଇନାଲ ମ୍ଯାଚରେ ମ୍ୟାନ୍‌ ଅଫ୍ ଦି ମ୍ୟାଚ୍

ଏସିଆ କପ୍ ହକି ଚାମ୍ପିଅନସିପରେ ଶିଲାନନ୍ଦ ଲାକ୍ରାଙ୍କ ଉତ୍କୃଷ୍ଟ ପ୍ରଦର୍ଶନ

ସେମିଫାଇନାଲ ମ୍ଯାଚରେ ମ୍ୟାନ୍‌ ଅଫ୍ ଦି ମ୍ୟାଚ୍

ରାଉରକେଲା ୧୦/୯,ରାଉରକେଲା ଇସ୍ପାତ କାରଖାନା (ଆରଏସପି)ର ସେଲ୍ ହକି ଏକାଡେମୀର ଜଣେ ପୂର୍ବତନ କ୍ୟାଡେଟ ଶିଲାନନ୍ଦ ଲାକ୍ରା ରାଜଗିରରେ ଅନୁଷ୍ଠିତ ପୁରୁଷ ଏସିଆ କପ୍ ହକି ଚାମ୍ପିଅନସିପରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏସିଆ କପ୍ ଫାଇନାଲରେ ଭାରତ ଚାମ୍ପିଅନ ହୋଇଛି । ଏହି ବିଜୟ ସହିତ ଭାରତ ବେଲଜିୟମ ଏବଂ ନେଦରଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ପୁରୁଷ ହକି ବିଶ୍ୱକପ୍ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି। ପୁରୁଷ ଏସିଆ କପ୍ ଚାମ୍ପିଅନସିପର ଫାଇନାଲରେ ଭାରତ ପୂର୍ବ ଚମ୍ପିଅନ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରିଥିଲା। ଭାରତର ଏହି ସଫଳ ଯାତ୍ରାରେ ଶିଲାନନ୍ଦଙ୍କର ପ୍ରମୁଖ ଅବଦାନ ଥିଲା। ବିଶେଷକରି ଚୀନ୍ ବିପକ୍ଷ ସେମିଫାଇନାଲ ମ୍ୟାଚରେ ସେ ଦଳକୁ ୭-୦ ବିଜୟରେ ଉଲ୍ଲେଖନୀୟ ଭୂମିକା ନେଇଥିଲେ ଏବଂ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ଭାବରେ ବିବେଚିତ ହୋଇଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପରିବହନ ମନ୍ତ୍ରୀଙ୍କ ଜିଲ୍ଲା ଚିକିଟି ଅଞ୍ଚଳରେ ଦୌଡ଼ୁଛି ବେଆଇନ ଯାତ୍ରୀବାହୀ ଗାଡ଼ି ପ୍ରଶାସନ ନିରବ, ଯାତ୍ରୀଙ୍କ ଜୀବନ କାହା ଭରସାରେ 

Sunil Chandra Nayak

ବଜ୍ରାଘାତ ରେ ତିନିଗୃହପାଳିତ ଗାଈ ମୃତ

Sunil Chandra Nayak

ଷଷ୍ଠ ଆନ୍ତଃ ବିଦ୍ୟାଳୟ ଦ୍ବିଦିବସୀୟ କବାଡି ପ୍ରତିଯୋଗିତା ଆରମ୍ଭ 

masiha

Leave a Comment

error: Content is protected !!