ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ

ଡ଼ାବୁଗାଁ, ୧୦/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ପରିସର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଶଙ୍କର ପ୍ରସାଦ ଗନ୍ତାୟତ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଏଥିରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ କହିଥିଲେ ଜଙ୍ଗଲ ଆମ ସୁରକ୍ଷା ପାଇଁ ଏକ କବଚ ସଦୃଶ୍ୟ ଏଥି ସହିତ ଜଙ୍ଗଲ ବଢିବା ଦ୍ଵାରା ପରିବେଶ ସୁରକ୍ଷା ହୋଇ ପାରିବ ଆମ ପରିବେଶ ସନ୍ତୁଳନ ହୋଇ ପାରିବ ତେଣୁ ଆମେ ଲୋକଙ୍କୁ ଜଙ୍ଗଲ ସୁରକ୍ଷା ପାଇଁ ଏକ ସଚେତନ ବାର୍ତ୍ତା ଦେବା ସହ ବନମହୋତ୍ସବ ପାଳନ କରୁଛେ । ଏଥି ସହିତ ମୁଖ୍ୟ ଅତିଥି କହିଥିଲେ ଯେତିକି ବେଳେ ପରିବେଶ ସୁରକ୍ଷା ହୋଇ ପାରିବ ସେତିକି ପରିବେଶ ସ୍ୱଚ୍ଛ ଓ ନିର୍ମଳ ରହିବ ଏଥି ନିମନ୍ତେ ପରିବେଶ ଓ ବୃକ୍ଷ ମଧ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ଭଳି ତେଣୁ ମନୁଷ୍ୟ ପରିବେଶ ଓ ବୃକ୍ଷ ଦୁଇଟି ଉପରେ ଗୁରୁତ୍ଵ ଦେବା ଦରକାର ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଭୈରବ ସ୍ନାତକ ମହାବିଦ୍ୟାଳୟ ପରିସର ରେ ୧୨୦ ବହୁ ଗୁରୁତ୍ଵ ପୂର୍ଣ୍ଣ ଯଥା ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଥିଲା । ମହାବିଦ୍ୟାଳୟ ର ସମସ୍ତ ପାର୍ଶ୍ଵରେ ଓ ଅଫିସ ପରିସର ରେ ଏହି ବୃକ୍ଷ ଗୁଡ଼ିକୁ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ର ମୁଖ୍ୟ ମେକ୍ସ ନାୟକ ପିଲା ମାନଙ୍କୁ ବୃକ୍ଷ ରୋପଣ କରିବାକୁ ଉତ୍ସାହିତ କରିଥିଲେ । ଏଥି ସହିତ ଏହି ମହାବିଦ୍ୟାଳୟରେ ବୃକ୍ଷ ରୋପଣ କରିବା ସହ ବୃକ୍ଷକୁ ସୁରକ୍ଷା ଦେବା ଏକ ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟ ବୋଲି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗୀୟ ମୁଖ୍ୟ ଉର୍ମିଳା ବ୍ରହ୍ମା, ଇତିହାସ ବିଭାଗୀୟ ମୁଖ୍ୟ ପୁଷ୍ପାଞ୍ଜଳି ସାହୁ, ଓଡ଼ିଆ ମୁଖ୍ୟ ଚନ୍ଦନା ପଣ୍ଡା, ଅର୍ଥନୀତି ବିଭାଗର ଅଧ୍ୟାପକ ସନ୍ୟାସୀ ସାହୁ, ଇତିହାସ ବିଭାଗର ଅଧ୍ୟାପକ ଦୟାରାମ ମନୋହର, ଓଡ଼ିଆ ବିଭାଗୀୟ ଅଧ୍ୟାପିକା ମନିସା ସରକାର ଓ ଇଂରାଜୀ ବିଭାଗୀୟ ଅଧ୍ୟାପକ ମହେନ୍ଦ୍ର ଦେବର୍ପଲ୍ଲି, ବନରକ୍ଷୀ ମନୋରଞ୍ଜନ ନାୟକ ଓ ପ୍ରକାଶ ସରକାର,ପୁସ୍ତକଗାର ପିଅନ ପଞ୍ଚାନନ ପୂଜାରୀ, କିରାଣି ବି.ସତ୍ୟନାରାୟଣ ସେଥି ଓ ବିଦ୍ୟାଧର ମାଝୀ, ପିଅନ ଯୁଗସାଏ ଭତ୍ରା, ବିଜୟ ମାଝୀ ଓ ରତନ ହରିଜନ ଙ୍କ ସହ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ। ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଜନଗରରେ କାର୍ ଦୁର୍ଘଟଣାରେ ଶଣ୍ଢର ମୃତ୍ଵ୍ୟ,ନଦୀରେ ଫିଙ୍ଗିଲେ ବଜରଂଗ ଦଳ

masiha

ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ୯୫ ତମ ଶ୍ରାଦ୍ଧ ବାର୍ଷିକ ପାଳିତ

Sunil Chandra Nayak

ଶିବ ପ୍ରସାଦ ଉଚ୍ଚ ବିଦ୍ୟାଳୟ ର ନୂତନ ପରିଚାଳନା କମିଟି ଗଠିତ

Sunil Chandra Nayak

Leave a Comment

error: Content is protected !!