ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗିଦିଘାଟୀ ପଞ୍ଚାୟତ ର ହେଁସଡା ଏବଂ ତାରଣା ଗ୍ରାମରେ ପଞ୍ଚମ ବାର୍ଷିକ ପେସା ଗ୍ରାମସଭା ପ୍ରତିଷ୍ଠା ଦିବସ ପାଳିତ

 ମୟୂରଭଞ୍ଜ:-୦୨/୧୦/୨୦୨୨;(ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମ ପଞ୍ଚାୟତ ତାରଣା ଏବଂ ଗିଦିଘାଟୀ(ହେଁସଡା) ଗ୍ରାମରେ ପଞ୍ଚମ ବାର୍ଷିକ ପେସା ଗ୍ରାମସଭା ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି।ପେସା ଆଇନ୍ ୧୯୯୬’ ର ବ୍ୟବସ୍ଥାବଳୀ ଅନୁସାରେ ପେସା ଗ୍ରାମସଭା ସମିତି ଗଠନ କରାଯାଇଥିବା ବେଳେ ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ଗ୍ରାମର ମହିଳା ପୁରୁଷ ମାନେ ପାରମ୍ପାରିକ ବେଶଭୁଷା, ପରିଧାନରେ ଗ୍ରାମ ନାଏକେ(ପୂଜକ)ଙ୍କୁ ପାରମ୍ପାରିକ ବାଦ୍ୟ ନୃତ୍ୟରେ ଗ୍ରାମ ମୁଣ୍ଡରେ ସ୍ଥାପିତ ପେସା ଆଇନ୍ ଉଲ୍ଲେଖିତ ପଥର ଶିଳା ନିକଟକୁ ପାଛୋଟି ନେଇଥିଲେ। ଉକ୍ତ ପେସା ଆଈନ୍ ଉଲ୍ଲେଖିତ ପଥର ଶିଳାରେ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ରିତୀନିତୀ ଅନୁସାରେ ପୂଜା ପାଠ କରାଯାଇ ଥିଲା। ପରେ ଇଷ୍ଟ ଦେବଙ୍କୁ ସ୍ମରଣ କରି ସମସ୍ତେ ମୁଣ୍ଡିଆ ମାରି ମଙ୍ଗଳ କାମନା କରିଥିଲେ। ଏହାପରେ ପୁଣିଥରେ ଗ୍ରାମ ନାଏକେ’ଙ୍କୁ ବାଦ୍ୟ ନୃତ୍ୟରେ ଗ୍ରାମକୁ ପାଛୋଟି ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଦିବାସୀ ମହା ପୁରୁଷ ମାନଙ୍କ ଜୟକାର କରିବା ସହିତ ପେସା ଆଇନ୍ ଜିନ୍ଦାବାଦ୍, ଲୋକ ସଭା ନା ରାଜ୍ୟ ସଭା ସବସେ ଉଁଚା ଗ୍ରାମସଭା, ଆବୋ ଆତୁରେ ଆବଆ ରାଜ୍” ଇତ୍ୟାଦି ନାରା ଦେଇଥିଲେ। କାର୍ଯ୍ୟକ୍ରମରେ ଗ୍ରାମ ନାଏକେ ପଙ୍କଜ ହେମ୍ବ୍ରମ ତାଙ୍କ ସହଯୋଗିଙ୍କ ସହ ପୂଜାପାଠ କରିଥିବାବେଳେ ଗ୍ରାମ ମାଝୀବାବା ରାମଚନ୍ଦ୍ର ହେମ୍ବ୍ରମ’ଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାମବାସୀ’ଙ୍କ ସହିତ ପେସା ଗ୍ରାମସଭା ବହଳଦା ବ୍ଲକ ସଂଯୋଜକ ବସନ୍ତ ସାଣ୍ଡିଲ,ତାରଣା ପେସା ଗ୍ରାମସଭା ସମିତି ସଭାପତି ହେମଚରଣ ହେମ୍ବମ’ଙ୍କ ସହିତ ପେସା ଗ୍ରାମସଭା ସମିିତି ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ସେହିପରି ଗିଦିଘାଟୀ(ହେଁସଡା) ଠାରେ ମଧ୍ୟ ଅନୁରୁପ ଭାବେ ଗିଦିଘାଟୀ ଗ୍ରାମ ନାଏକେ ଜୀତମୋହନ ମାର୍ଣ୍ଡି ମାର୍ଣ୍ଡି ପେସା ଆଇନ୍ ଉଲ୍ଲେଖିତ ପଥର ଶିଳାରେ ପୂଜାପାଠ କରିଥିବାବେଳେ ଗିଦିଘାଟୀ ମାଝୀବାବା ଭଜରାୟ ହାଁସଦାଃ,ସଭାପତି ସାଲଖାନ ଟୁଡୁ’ଙ୍କ ସମେତ ପେସା ଗ୍ରାମସଭା ସମିତି ସଭ୍ୟ ସଭ୍ୟା’ଙ୍କ ସହିତ ବହୁ ବିଶିଷ୍ଠ ବ୍ୟକ୍ତି ଅତିଥି ଭାବେ ଉପସ୍ଥିତ ରହିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନୂଆପଡା ଜିଲ୍ଲା ର ଷଷ୍ଠ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ସାହିତ୍ୟ ଅଗଣା

Sunil Chandra Nayak

ବାଲେଶ୍ବର – ସରକାରୀ ଉପ୍ରା ବିଦ୍ୟାଳୟ ଦିମିରିଆରେ ଗଠନ ହେଲା ଶିଶୁ କ୍ୟାବିନେଟ 

Leave a Comment

error: Content is protected !!