ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ମାଗୁଣି ଚରଣ ବାଳାଶ୍ରମର ବାର୍ଷିକ ଉତ୍ସବରେ କୃତି ଛାତ୍ରଙ୍କୁ ସାଟିଫିକେଟ ପ୍ରଦାନ

ବାଲେଶ୍ବର,୨୭/୫/୨୨- ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଜିଲ୍ଲା ଶିକ୍ଷା ଅଧିନରେ ଥିବା ମଥାନୀ ପଞ୍ଚାୟତରେ ଶୁକ୍ରବାର ମଥାନୀସ୍ଥିତ ମାଗୁଣି ଚରଣ ବାଳାଶ୍ରମରେ ବାର୍ଷିକଉତ୍ସବ ପାଳିତ ହୋଇଅଛି । ଆଜିର ସମାଜରେ ଅନ୍ତେବାସୀ ଛୋଟଛୋଟ ପିଲାମାନଙ୍କ ଭାଗ୍ଯ ମଣିଷ ତିଆରି କାରଖାନାର ପ୍ରମୁଖ ଭୂମିକା ନେବା ସହିତ ପ୍ରତ୍ଯେକ ପିଲା ମାନଙ୍କୁ ଶିକ୍ଷା ସହିତ ଭଲ ସଂସ୍କାର ଦେଇ ଗଢି ତୋଳିବାର ପ୍ରଚେଷ୍ଟା ଗୁରୁଜୀ ଗୁରୁମାଙ୍କର ଭୂମିକା ଅତୁଳନୀୟ ବୋଲି ଅତିଥି ମାନେ ମତବ୍ଯକ୍ତ କରିଥିଲେ । ଏନେଇ ଆଶ୍ରମର ସଭାଗୃହରେ ସଭାର ଆୟୋଜନ ହୋଇଥିଲା । ଆଶ୍ରମର ପ୍ରତିଷ୍ଠାତା ପ୍ରତାପ ଚନ୍ଦ୍ର ମହାପାତ୍ର ସଭାପତିତ୍ବ କରିଥିବା ବେଳେ ମୁଖ୍ଯ ଅତିଥି ଏବିଓ ଅଜୟ କୁମାର ଦେହୁରୀ, ସମ୍ମାନିତ ଅତିଥି ସାମ୍ବାଦିକ ସଞ୍ଜୟ କୁମାର ସାମଲ, ବିଜୟ କୁମାର ଭୂୟାଁ ଓ ସୁଶାନ୍ତ ପ୍ରଧାନ ଯୋଗ ଦେଇ ଅନ୍ତେବାସୀ ଛାତ୍ର ମାନଙ୍କର ସଫଳତା ବିଷୟରେ ମତବ୍ଯକ୍ତ କରିଥିଲେ । ଆଶ୍ରମର ଅଧ୍ଯକ୍ଷ ଡାଃ ହରିହର ମହାପାତ୍ର ଅତିଥି ପରିଚୟ ପ୍ରଦାନ ଏବଂ ମଞ୍ଚ ପରିଚାଳନା କରିଥିବା ବେଳେ ସଙ୍ଗୀତ କୁମାର ପଣ୍ତା ବିବରଣୀ ପାଠ କରିଥିଲେ । ମାଗୁଣି ଚରଣ ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ଯାର୍ପଣ ପରେ ଆଶ୍ରମର ଛାତ୍ରମାନେ ଆବାହନୀ ସଂଗୀତ ଗାନକରିଥିଲେ । ଅତିଥି ମାନଙ୍କ ଦ୍ବାର ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରମାନଙ୍କୁ ସାଟିଫିକେଟ ବିତରଣ କରାଯାଇଥିଲା । ଡାଃ ପ୍ରଶନ୍ନ ସେନାପତି, ପ୍ରଦୀପ କୁମାର ବାରିକ, ସୁବ୍ରତ ମହାପାତ୍ର, ସରୋଜ କୁମାର ମହାନ୍ତି, ବୌଶାଳୀ ମହାନ୍ତୀ, ସସ୍ମିତା ରାଉତ, ବିଜୟୀନୀ ରାଜ, ଗୃହମାତା ପ୍ରଜ୍ଞାପିତା ବେହେରା, ରଶ୍ମିରେଖା ସାହୁ, ଫୁଲମଣୀ ଗିରି, ଅର୍ଚ୍ଚନା ମହାପାତ୍ର, କାଜଲ ଘଡେଇ ସମେତ ଆଶ୍ରମର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ଯକ୍ରମ ପରିଚାଳନା କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କଳାହାଣ୍ଡି ର ନାଁ ରଖିଲେ ଜୟରାମ – ୧୦୦ ମିଟର ଦୌଡରେ ରୋପ୍ଯ ପଦକ ହାସଲ

Sunil Chandra Nayak

ନନ୍ଦନବନ ଯାଯାବର ପ୍ରକଳ୍ପ ପରିଦର୍ଶନ କଲେ ଅଧିକାରୀ

Sunil Chandra Nayak

ଗୋପାଳପୁର ଗ୍ରାମପଞ୍ଚାୟତ ଠାରେ ଗାନ୍ଧୀ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!