ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ସେତୁ ଯୋଜନାରେ ମହା ଦୂର୍ନିତି ଅଭିଯୋଗ

ନବରଙ୍ଗପୁର -/ ଓଡ଼ିଶା ସରକାର ଙ୍କ ଦ୍ଵାରା ବିଜୁ ସେତୁ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମିତ ଦୁଇ କିମି ରାସ୍ତା ସହ ବ୍ରିଜ ପାଇଁ ଖର୍ଚ୍ଚ ହୋଇଥିଲା ପ୍ରାୟ ୯,୯୬,୫୧୦୦,୦୦ ଟଙ୍କା ।ଦୁଃଖର ବିଷୟ, ନିମ୍ନମାନର କାମ ଯୋଗୁଁ ସେତୁର ବର୍ଷେ ମଧ୍ୟରେ ଅବସ୍ଥା କଣ ହେଇଛି ଆପଣ ମାନେ ଦେଖି ପାରୁଥିବେ। ଏହି ସେତୁର ଦୁଇ ପାର୍ଶ୍ଵରେ ବଡ଼ ଧରଣର ଗାତ ହେବା ସହ କେତେକ ସ୍ଥାନରେ ସେତୁ ରେ ମଧ୍ୟ ଫାଟ ସୃଷ୍ଟି ହେବାରେ ଲାଗିଲାଣି। ଏକାଧିକ ସ୍ଥାନରୁ ପିଚୁ ମଧ୍ୟ ଉଠିଯାଇଛି । ବଡ଼ ବଡ଼ ଗାତ ସୃଷ୍ଟି ହୋଇ ରାସ୍ତାର ଅବସ୍ଥା ଅତୀବ ଶୋଚନୀୟ ହୋଇପଡ଼ିଛି।ଫଳରେ ଏହି ରାସ୍ତା ଉପରେ ଯାତାୟାତ କରୁଥିବା ଲୋକମାନେ ଅସୁବିଧା ର ସମୁଖୀନ ହେଉଛନ୍ତି । ଏହା ଗ୍ରାମ୍ୟ ଉନ୍ନୟନ ବିଭାଗ ସବୁ ଜାଣିକି ମଧ୍ୟ ଧୃତରାଷ୍ଟ୍ର ସାଜିଛି। ଏ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ ଠାରୁ ଡାବୁଗାଁ ବ୍ଲକକୁ ସଂଯୋଗ କରୁଥିବା ବଡ଼ ଗୁମୁଡା ପଞ୍ଚାୟତ ଭାସ୍କେଲ୍ ସେତୁରେ ତିଆରି ହୋଇଛି ଏହି ସେତୁ। ଓଡ଼ିଶା ସରକାର ଙ୍କ ଦ୍ଵାରା ବିଜୁ ସେତୁ ଯୋଜନା ରେ ସେତୁ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କାର୍ଯ୍ୟକାରୀ କରାଯାଇଥିଲା। କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ନିର୍ମିତ ଭାସ୍କେଲ୍ ସେତୁ ଗୋଟିଏ ବର୍ଷ ମଧ୍ୟରେ ଭାଙ୍ଗିବା ରେ ଲାଗିଲାଣି। ଏହି ସେତୁ ସୂଚନା ଫଳକ ଅନୁଯାୟୀ କାର୍ଯ୍ୟ ଆରମ୍ଭ ତାରିଖ ୨୬/୧୦/୧୯ ରୁ କାର୍ଯ୍ୟ ଶେଷ ତାରିଖ ହେଉଛି ୨୫/୦୨/୧୯ ଓ ସେତୁ ର ଦୈର୍ଘ୍ୟ ୧୫୩.୧୫ ମିଟର, ସେତୁ ର ପ୍ରସ୍ତ ୮.୩୫ ମିଟର ଏଥିପାଇଁ ଖର୍ଚ୍ଚ ହୋଇଥିଲା ୯,୯୬,୫୧୦୦୦,୦୦ ଟଙ୍କା। କିନ୍ତୁ ଏହି ସେତୁ କାର୍ଯ୍ୟ ଶେଷ ହେଇଥିଲା ଡିସେମ୍ବର ୨୦୨୧ରେ ତଥାପି ନିମ୍ନମାନର କାମ ହୋଇଥିବା ସେତୁର ଅବସ୍ଥା ଦେଖିଲେ ଜଣା ପଡୁଛି। ଏହି ସେତୁ କୁ ୨୬/୧୨/୨୦୨୧ ଉଦ୍ଘାଟନ କରାଯାଇଥିଲା। ଏହି ସେତୁ କୁ ଉଦ୍ଘାଟନ କରିଥିଲେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା । କିନ୍ତୁ ଦୁଃଖର ବିଷୟ ଏହି ସେତୁ ଉପରେ କାହାର ନଜର ମଧ୍ୟ ଯାଉନାହିଁ। ଏହାକୁ ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଜନ ସାଧାରଣଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏହି ସେତୁ ଓ ରାସ୍ତା ଟି ଗୋଟିଏ ବର୍ଷ ମଧ୍ୟରେ ପିଚୁ ଉଠିଯାଇ ବଡ଼ ବଡ଼ ଗାତ ସୃଷ୍ଟି ହୋଇ ସେତୁ ର ଦୁଇ ପାର୍ଶ୍ଵରେ ବଡ଼ ବଡ଼ ଗାତ ହେବାରେ ଲାଗିଲାଣି ଆଗକୁ ସେତୁ ର ଅବସ୍ଥା କଣ ହେବ? ଉପଯୁକ୍ତ ତଦାରଖ ଅଭାବ ଓ ସରକାରୀ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ମନମୁଖୀ କାର୍ଯ୍ୟ ର ପରିମାଣ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ପ୍ରଶାସନ ଉକ୍ତ ସେତୁ ନିର୍ମାଣ ହୋଇଥିବା କାର୍ଯ୍ୟ ରେ ହସ୍ତକ୍ଷେପ କରି ସରକାରୀ ଯନ୍ତ୍ରୀ ଓ ଠିକାଦାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣରେ ଦ୍ରୁଢ ଦାବି ହେଉଛି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଓ କୋଷାଗୁମୁଡା ବ୍ଲକରୁ ମହେନ୍ଦ୍ର ବିସୋୟୀ ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ବାଣ ଦୋକାନ ରେ ବିସ୍ଫୋରଣ ଘଟି ୩ ଜଣ ଗୁରୁତର

Sunil Chandra Nayak

ଜୁନାଗଡ଼ ବ୍ଲକ ସମ୍ମୁଖରେ ସିପିଆଇର ଗଣବିକ୍ଷୋଭ

Sunil Chandra Nayak

ଅବସରପ୍ରାପ୍ତ ଶିକ୍ଷକଙ୍କ ବୈଠକ

Sunil Chandra Nayak

Leave a Comment

error: Content is protected !!