ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡିଆଳ ବିଶ୍ବକର୍ମା ଟ୍ରଷ୍ଟ ଦିବସ ପାଳିତ

ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ବିଶ୍ବକର୍ମା ଟ୍ରଷ୍ଟ ପକ୍ଷରୁ ଜଳ ଦିବସ ପାଳିତ ହୋଇଯାଇଛି । ଟ୍ରଷ୍ଟ ସମ୍ପାଦକ ଶ୍ରୀବସ୍ଚ ବାରିକ ବୈଠକର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିବା ବେଲେ ଟ୍ରଷ୍ଟି ସଭାପତି ମେଜର ଡ. ରାମଚନ୍ଦ୍ର ମିଶ୍ର ଯୋଗଦେଇ ଜଳ ର ଉପକାରିତା ଏବଂ ସୃଷ୍ଟିରେ ଜଳ ଏକ ପ୍ରମୁଖ ଉପାଦେୟ ଅଟେ । ତେଣୁ ଏହାର ସୁରକ୍ଷା ଏବଂ ସଂରକ୍ଷଣ କରିବା ପାଇଁ ଆହ୍ୱାନ କରିଛନ୍ତି । ସେହିପରି ଜଳ ର ଅପବ୍ୟବହାର ରୋକିବା ଏବଂ ଭୁତଳ ଜଳ କୁ ଉପରକୁ ଆଣିବା ପାଇଁ ପ୍ରଚୁର ପରିମାଣରେ ବୃକ୍ଷରୋପଣ ଆବଶ୍ୟକ । ଜଳ ଅମଳ ପ୍ରକଳ୍ପ ଦ୍ବାରା ବର୍ଷା ଜଳକୁ ଭୁତଳ କୁ ପଠାଇବା କୁ ଗୁରୁତ୍ବ ଦେଇଥିଲେ । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଦନାର୍ଦ୍ଦନ ପାତ୍ର, ପ୍ରମୋଦ ନାୟକ, ସୁରେନ୍ଦ୍ର ଦଣ୍ଡସେନା, ରାଜୁ ତାଣ୍ଡି, ଆଶୁତୋଷ ଥନାପତି ପ୍ରମୁଖ ଯୋଗଦାନ କରିଥିଲେ । ସେହିପରି ଖଡିଆଳ ସ୍ଥିତ ସୟଂଶାସିତ ମହାବିଦ୍ୟାଳୟ ଠାରେ କଲେଜର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ମଙ୍ଗଳ ବାର ବିଶ୍ବ ଜଳ ଦିବସ ପାଳିତ ହୋଇଯାଇଛି । ଏଥିରେ ଏନସିସି ଅଧିକାରୀ ନିବେଦୀତା ଆଚାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଗଙ୍ଗାଧର ପାଣିଗ୍ରାହୀ, ଅଧ୍ୟାପକ ଅଶ୍ବିନୀ ପାଢୀ, ପ୍ରଶାନ୍ତ ପଣ୍ଡା ପ୍ରମୁଖ ଯୋଗଦାନ କରି ବିଶ୍ବ ଜଳ ଦିବସ ପାଳନର ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ସମ୍ପର୍କରେ ମତ ରଖିଥିଲେ । ଶେଷରେ ପ୍ରିୟସ୍ମିତା ବଢେଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଏକ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ମେରକାପଙ୍କ ଦିନିକିଆ ରାୟଗଡା ଗସ୍ତ

Sunil Chandra Nayak

ରାଜସ୍ବ ସ୍କ୍ୱାର୍ଡ ପାର୍ଟି ଦ୍ବାରା ଦୁଇ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ;୪୦,୪୦୦ ଟଙ୍କା ଜୋରିମାନା ଆଦାୟ

Sunil Chandra Nayak

ପ୍ରତାପ କିଶୋର ରାଉତ ଙ୍କ କବିତା କାହାକୁ ଭାବନା ଛୋଟ

Sunil Chandra Nayak

Leave a Comment

error: Content is protected !!