ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟେମରି ଗ୍ରାମ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଷ୍ଟିଟ୍ ଲାଇଟର ସୁବ୍ୟବସ୍ଥା 

ଟେମରି  –  ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମ ପଞ୍ଚାୟତରେ ପ୍ରତ୍ୟେକ ଗ୍ରାମରେ ଷ୍ଟିପ ଲାଇଟର ସୁବ୍ୟବସ୍ଥା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ଦୀର୍ଘ ଦିନରୁ ଟେମରି ପଂଚାୟତରେ ଗ୍ରାମଗୁଡିକ ଅନ୍ଧକାରରେ ଥିବା ବେଳେ ଆଜି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସହଯୋଗ ହାତ ଲମ୍ବି ଆସିଛି ଯାହା ଫଳରେ ପଞ୍ଚାୟତ ବିଜେଡି ପ୍ରତିନିଧି ବେଭାରୀ ସାହୁଙ୍କ ଅନୁରୋଧ କ୍ରମେ ଆଜି ଟେମରି ଗ୍ରାମ ପଞ୍ଚାୟତରେ ସରପଞ୍ଚ ଶ୍ରୀ ମତି ଲକ୍ଷ୍ମୀ ସା ଓ ନାଏବ ସରପଞ୍ଚ ଦୁଃଖିରାମ ସା ତଥା ନୂତନ ଟେମରି ଗ୍ରାମ ପଞ୍ଚାୟତ ୱାର୍ଡ ମେମ୍ବର ବୃନ୍ଦଙ୍କ ପ୍ରୟାସରେ ଆଜି ପ୍ରତି ଗାଁ ଛକରେ 20ଟି ବିଦ୍ୟୁତ ଷ୍ଟ୍ରି୍ଟ୍ ଲାଇଟ ଖମ୍ବାମାନଙ୍କରେ ସଂଯୋଗ କରାଯାଇଛି l ଏଥିରେ ଏହି ପଞ୍ଚାୟତର ପ୍ରତ୍ୟେକ ଗ୍ରାମବାସୀଙ୍କ ଆଲୋକ ରଶ୍ମି ଦେଖିବାରୁ ଉତ୍ସାହ ଓ ଆନନ୍ଦର ଲହରୀ ଖେଳି ଯାଇଛି l ଯାହା କିଛି ବାକି ଅଛି ତାହା ଆଗାମୀ ଦିନରେ ଷ୍ଟିଟ୍ ଲାଇଟ ପଞ୍ଚାୟତ ଗ୍ରାଣ୍ଡରୁ ଲାଇଟ ସଂଯୋଗ କରାଯିବ ବୋଲି ସରପଞ୍ଚ ଶ୍ରୀ ମତି ଲକ୍ଷ୍ମୀ ସା ଟେମରି ମସିହା ପ୍ରତିନିଧି ଜଗଜ୍ଜିବନ ସାଙ୍କୁ ପ୍ରତିକ୍ରିୟା ଦେଇଛନ୍ତି l ଜଗଜ୍ୱୀବନ୍       ସା ଙ୍କ ରିପୋର୍ଟ 

Related posts

ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ” ପୁଣ୍ୟାତ୍ମା ଗୋପବନ୍ଧୁ ପୁସ୍ତକ ” ବଣ୍ଟନ ଓ ଆଲୋଚନାଚକ୍ର ଅନୁଷ୍ଠିତ 

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ଅଭିଭାବକ ଓ ଶିକ୍ଷକ ବୈଠକ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ଚ଼ଲ ଆମେ ସବୁ ସତରେ  ।। ମଣିଷ ହେବା ।।

Leave a Comment

error: Content is protected !!