ଭବାନୀ ପାଟଣା – ଗତ କାଲି ତା-୨୨ ମାର୍ଚ୍ଚ ପବିତ୍ର ବିଶ୍ୱ ଜଳ ଦିବସ ରେ ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦ,କଳାହାଣ୍ଡିର, ସୃଷ୍ଟି ଓ ସ୍ରଷ୍ଟା ଇ-ପତ୍ରିକା ତୃତୀୟ ସଂସ୍କରଣ ଉନ୍ମୋଚନ ଏବଂ କବିତା ପାଠୋତ୍ସବ ୱେବନାର ମଧ୍ୟମରେ ହୋଇ ଯାଇଛି, ଏହି ପତ୍ରିକା ଉନ୍ମୋଚନ ପର୍ବର ପ୍ରଥମ ଅଧିବେଶନରେ, ମୁଖ୍ୟବକ୍ତା କଳାହାଣ୍ଡିର ସୁସାହିତ୍ୟିକ ଶ୍ରୀଯୁକ୍ତ ଭୁବନେଶ୍ୱର ପୁରୋହିତ, ମୁଖ୍ୟଅତିଥି କୋଶଲ ସାହିତ୍ୟ ଏକାଡେମୀ ର ଶ୍ରୀ ଯୁକ୍ତ ଦେବେନ୍ଦ୍ର କୁମାର ନାଏକ, ସମ୍ମାନୀୟ ଅତିଥି ହିସାବରେ କଳାହାଣ୍ଡି ଜିଲ୍ଲାର ସୁ ସାହିତ୍ୟିକା ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଓ ଅନେକ ସ୍ଥାନରେ ସୁନାମ ଅର୍ଜନ କରିଥିବା କଣ୍ଠଶିଳ୍ପୀ କଳାହାଣ୍ଡି ଜିଲ୍ଲାର ଶ୍ରୀ ଯୁକ୍ତ ଟିକଚନ ବେଣୁପାଣି ଯୋଗଦେଇ ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦର ମୁଖ୍ୟ ଉପଦେଷ୍ଟା -ନିର୍ମଳଚନ୍ଦ୍ର ନାଏକ, ମୁଖ୍ୟ ସଭାପତି – ମୋହନ ଚରଣ ବିଶି, ମୁଖ୍ୟ ମାର୍ଗଦର୍ଶକ – ଭାଗିରଥି ସାଗର, ପ୍ରତିଷ୍ଠାତା – ରୀକ୍ଷିରାମ ମେହେର, ସମ୍ପାଦକ – ଦୁର୍ଯ୍ୟୋଧନ ଚଣ୍ଡୀ, ମୁଖ୍ୟ ସମ୍ପାଦିକା – ଅନୁରାଧା କର ସଭାପତି -ବବ୍ରୁ ବାହାନ ସାହୁ, ଉପଦେଷ୍ଟା -ଅଜିତ ଦାସ, ସଂଯୋଜକ -ଦୀନବନ୍ଧୁ ବାଗ, ସହ ସମ୍ପାଦକ -ଯଶୋବନ୍ତ ବିଶ୍ୱାଳ, ସହ ସମ୍ପାଦିକା – ଶଙ୍ଖା ଖର୍ସେଲ ,ଜିଲ୍ଲା ସମ୍ପାଦକ -ଗୋପାଳ ଭାଟି ୟାଦବ, ଗ୍ରୁପ ପରିଚାଲିକା କମଳିନୀ ଚଣ୍ଡି, ବିରଞ୍ଚି ନିଏଲ , ଆବାହକ -ଅକ୍ଷୟ ପଟ୍ଟନାୟକ ଓ ରଞ୍ଜନ ପଣ୍ଡା,ପ୍ରମୁଖ ଉପସ୍ଥିତ ଥିଲେ । ସୁରେନ୍ଦ୍ର ସାହୁଙ୍କ ସଂଯୋଜନାରେ ଅନେକ ଜିଲ୍ଲାର ରୁ କବି କବୟତ୍ରୀ ଯୋଗଦେଇ କବିତା ପାଠ କରିଥିଲେ, ଯଥା -ପ୍ରିୟଦର୍ଶିନୀ ମିଶ୍ର, କବିତାଞ୍ଜଳି ପଣ୍ଡା, ସ୍ନେହା ମିଶ୍ର, ଉର୍ମିଳା ମହାପାତ୍ର, କୃଷ୍ଣଚନ୍ଦ୍ର ବାରିକ, ଶୁଭସ୍ମିତା ମହାନ୍ତି, ପଂଚାନନ ପ୍ରଧାନ ପ୍ରମୁଖ କବିତା ପାଠ କରିଥିଲେ ଓ ଶେଷରେ ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦ ର ସମ୍ପାଦକ ଶ୍ରୀ ଦୁର୍ଯ୍ୟୋଧନ ଚଣ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ l ମ ନି ସ