ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲକ୍ଷ୍ମୀ ପୂଜାରେ ଖେଚୁଡି ବଣ୍ଟନ

ରାଉରକେଲା/ ଝିରପାଣି ସ୍ଥିତ ମହିଳାମାନଙ୍କ ଦ୍ବାରା ଗଠିତ ଏକତା ଗୃପ ତରଫରୁ ଲକ୍ଷ୍ମୀ ପୂଜା ଉପଲକ୍ଷେ ଖେଚୁଡି ବଣ୍ଟନ କରାଯାଇଥିଲା । ଝିରପାଣି ସାଇନିଂ କ୍ଲବ ଠାରେ ଏକତା ଗୃପର ସଭାପତି ବସୁମତି ମହାନ୍ତି ଓ ସାଧାରଣ ସଂପାଦିକା ଗୌରୀ କୁମ୍ଭାର ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ତଥା ଜିଲ୍ଲା ପରିଷଦ ସଭ୍ୟ ହାଲୁ ମୁଣ୍ଡାରୀ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ମା ଲକ୍ଷ୍ମୀଙ୍କ ଦର୍ଶନ ପାଇଁ ଆସିଥିବା ସମସ୍ତ ଭକ୍ତଙ୍କ ମଧ୍ୟରେ ଖେଚୁଡି ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶାନ୍ତିଲତା,ରୀତା,ବନଜା,ଶର୍ମିଲା,ଅନିତା,ମନୋରମା,ନିରୁପମା,ଅଂଶୁପା,ସୁଷମା,ମମତା,କର୍ମିଲା,ଆରତୀ,ସୁଚିସ୍ମିତା,ନୀତା,ଅସ୍ମିତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ କ୍ଲବର କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବାରୁ ସଭାପତି ଶ୍ରୀମତୀ ମହାନ୍ତି ଓ ସଂପାଦିକା ଶ୍ରୀମତୀ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

Sunil Chandra Nayak

ଫରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରେ ରବିବାର ଦିନ୧୨ଟା ପରେ ରୋଗୀ ସେବା ବନ୍ଦ

Sunil Chandra Nayak

ବିଶୋଇ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଷ୍ଟାଣ୍ଡ ଫର୍ ନିଡି ୟୂଥ କ୍ଲବ ପକ୍ଷରୁ ବିଶୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ହୁଇଲ ଚେୟାର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!