ରାଉରକେଲା/ ଝିରପାଣି ସ୍ଥିତ ମହିଳାମାନଙ୍କ ଦ୍ବାରା ଗଠିତ ଏକତା ଗୃପ ତରଫରୁ ଲକ୍ଷ୍ମୀ ପୂଜା ଉପଲକ୍ଷେ ଖେଚୁଡି ବଣ୍ଟନ କରାଯାଇଥିଲା । ଝିରପାଣି ସାଇନିଂ କ୍ଲବ ଠାରେ ଏକତା ଗୃପର ସଭାପତି ବସୁମତି ମହାନ୍ତି ଓ ସାଧାରଣ ସଂପାଦିକା ଗୌରୀ କୁମ୍ଭାର ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ତଥା ଜିଲ୍ଲା ପରିଷଦ ସଭ୍ୟ ହାଲୁ ମୁଣ୍ଡାରୀ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ମା ଲକ୍ଷ୍ମୀଙ୍କ ଦର୍ଶନ ପାଇଁ ଆସିଥିବା ସମସ୍ତ ଭକ୍ତଙ୍କ ମଧ୍ୟରେ ଖେଚୁଡି ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶାନ୍ତିଲତା,ରୀତା,ବନଜା,ଶର୍ମିଲା,ଅନିତା,ମନୋରମା,ନିରୁପମା,ଅଂଶୁପା,ସୁଷମା,ମମତା,କର୍ମିଲା,ଆରତୀ,ସୁଚିସ୍ମିତା,ନୀତା,ଅସ୍ମିତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ କ୍ଲବର କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବାରୁ ସଭାପତି ଶ୍ରୀମତୀ ମହାନ୍ତି ଓ ସଂପାଦିକା ଶ୍ରୀମତୀ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ