ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋପବନ୍ଧୁ ପାଠାଗାରରେ ଗୋପବନ୍ଧୁ ଜୟନ୍ତୀ ପାଳିତ

ରାଉରକେଲା -:; ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୬ତମ ଜୟନ୍ତୀ ଛେଣ୍ଡ୍ କଲୋନୀର ଗୋପବନ୍ଧୁ ନଗରସ୍ଥିତ ଗୋପବନ୍ଧୁ ପାଠାଗାର ଏବଂ ସ୍ବସ୍ତି ସାହିତ୍ୟ ସଂସଦର ମିଳିତ ସହଯୋଗରେ ମହାସମାରୋହରେ ପାଳିତ ସୋଇଯାଇଛି।ସକାଳେ ପାଠାଗାର ସମ୍ମୁଖସ୍ଥ ଏବଂ ନଗର ଆରମ୍ଭରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ସଦସ୍ୟମାନେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

 ସଂଧ୍ୟାରେ ପାଠାଗାରର ସତ୍ୟବାଦୀ କକ୍ଷରେ ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା। ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଗୋପବନ୍ଧୁଙ୍କ ତୈଳ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଡା. ସୁଶାନ୍ତ କୁମାର ପାଣି ଏବଂ ମନବୋଧ ମିଶ୍ର ମଙ୍ଗଳାଚରଣ ଓ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ପାଠାଗାର ସଂପାଦକ ଡ. ଗିରିଜା ଶଙ୍କର ଗୋସ୍ବାମୀ ସ୍ବାଗତ ଭାଷଣ ଦେଇଥିବାବେଳେ କୋଷାଧ୍ୟକ୍ଷ ଲକ୍ଷ୍ମଣ ନାଥ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭାପତି ଅଭିଭାଷଣରେ ଶ୍ରୀ ପଟ୍ଟନାୟକ କହିଲେ ଗୋପବନ୍ଧୁ ଦାସ ତ୍ୟାଗ, ସେବା ଓ ଆଦର୍ଶର ଏକ ଉତ୍ସର୍ଗୀକୃତ ବ୍ୟକ୍ତିତ୍ଵ । ସେ ଏକାଧାରରେ ଜାତୀୟ ବାଦୀ ନେତା, ସଂଗ୍ରାମୀ ପୁରୁଷ, ନୈତିକ ବୀର ଓ ଦେଶ ସେବକ ଥିଲେ। ସ୍ବସ୍ତିର ସାଧାରଣ ସଂପାଦକ କବି ରାଜୀବ ପାଣି ଗୋପବନ୍ଧୁ ସତ୍ୟବାଦୀ ଚିନ୍ତା ଚେତନାର ଋଷି ପ୍ରାଣ ଓ ସାହିତ୍ୟରେ କ୍ରାନ୍ତିକାରୀ ସ୍ରଷ୍ଟା ବୋଲି କହିଥିଲେ। ମୁଖ୍ୟ ଅତିଥି ରାଉରକେଲା ଇସ୍ପାତ କାରଖାନାର ଅବସରପ୍ରାପ୍ତ ନିର୍ବାହୀ ନିର୍ଦେଶକ ଭାରତ ଭୂଷଣ ମହାନ୍ତି ଗୋପବନ୍ଧୁଙ୍କୁ ଭାରତୀୟ ସଂସ୍କୃତି ଓ ପରମ୍ପରାର ମୁଗ୍ଧ ଉପାସକ, ଆଧ୍ୟାତ୍ମିକ ଚିନ୍ତା ଚେତନା ସମ୍ପନ୍ନ ସ୍ବଦେଶପ୍ରେମୀ ଭାବେ ଅଭିହିତ କରିଥିଲେ। ମୁଖ୍ୟ ବକ୍ତା ବିଶିଷ୍ଟ ଐତିହାସିକ ପ୍ରାଧ୍ୟାପକ ଡ. ପ୍ରଭାତ କୁମାର ମଲ୍ଲିକ ଗୋପବନ୍ଧୁ ସାହିତ୍ୟରେ ମାନବବାଦ ଶୀର୍ଷକରେ ଆଲୋକପାତ କରି କହିଲେ ଗୋପବନ୍ଧୁଙ୍କ ଚେତନା ବିଶ୍ବବୋଧରେ ଦୀପ୍ତିମାନ। ତାଙ୍କର ଆତ୍ମାର ସଂପ୍ରସାରଣ ଓ ବିସ୍ତିର୍ଣ୍ଣତା ତାଙ୍କୁ ଉଦାର, ସାର୍ବଜନୀନ ଏବଂ ମାନବିକତାର ପ୍ରଦର୍ଶକ କରାଇ ପାରିଥିଲା। ନିଜ ସ୍ୱାର୍ଥକୁ ତ୍ୟାଗ କରି ବିଶ୍ୱହିତ ପାଇଁ ରକ୍ତବିନ୍ଦୁ ଢାଳିଦେବାକୁ ତାଙ୍କ କବିତାରେ ଆହ୍ବାନ ଦେଇଥିଲେ। ତାଙ୍କ ରଚିତ ପ୍ରବନ୍ଧ ଓ କବିତା ବଳୀରୁ କିୟଦଂଶ ଉଦ୍ଧାର କରି କବିଙ୍କ ମାନବିକତାର ମୂଲ୍ୟବୋଧକୁ ଡ. ମଲ୍ଲିକ ଉପସ୍ଥାପନ କରିଥିଲେ।

ଦ୍ବିତୀୟ ପର୍ଯ୍ୟାୟରେ ଗୋପବନ୍ଧୁଙ୍କ ରଚିତ କବିତା ଗୁଡ଼ିକୁ ତ୍ରିଲୋଚନ ସ୍ବାଇଁ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ମୀନକେତନ ପଶାୟତ, ଅଶୋକ କୁମାର ପଟ୍ଟନାୟକ, ସୁପ୍ତି କର, ରଶ୍ମୀ ସାହୁ, କାଶୀନାଥ ନନ୍ଦୀ, ସୁଶାନ୍ତ କୁମାର ନାୟକ, ନୃସିଂହ ଚରଣ ବିଶ୍ବାଳ, ଆଶାଲତା ଦାଶ, ବିଶ୍ବନାଥ ଜେନା, ରାଜକୁମାର ମହାନ୍ତି ଓ ରାଜୀବ ପାଣି ପ୍ରମୁଖ କବି ଓ କବୟତ୍ରୀମାନେ ଆବୃତ୍ତି କରିଥିଲେ। କାର୍ଯ୍ୟକ୍ରମକୁ ସ୍ବସ୍ତିର ଉପସଭାପତି ରାଜକୁମାର ମହାନ୍ତି ସଂଯୋଜନା କରିଥିବା ବେଳେ ପାଠାଗାରର ସାଧାରଣ ସଂପାଦକ ହରିହର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ହରିହର ନାୟକ, ରବୀନ୍ଦ୍ର କୁମାର ସରାଫ, କୈଳାଶ ଚନ୍ଦ୍ର ସାମଲ, ବୈକୁଣ୍ଠନାଥ ସାହୁ ପ୍ରମୁଖ ସହାୟତା କରିଥିଲେ। ଉଭୟ ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ସହ ସହରର ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନୂଆ ଥାନା ନିର୍ମାଣ ସହ ପୁଲିସ ଫୋର୍ସର ଆଧୁନିକୀକରଣ ପାଇଁ ଓଡ଼ିଶାକୁ ୧୪ କୋଟି ଟଙ୍କା ଦେଲା କେନ୍ଦ୍ର

ମମତା ସାହୁ ଙ୍କ କବିତା ମେଘ ମହ୍ଲାର

Sunil Chandra Nayak

ତାଳଚେର ବିମଳାଗଡ ରେଳପଥ ର ଅହେତୁକ ବିଳମ୍ବ ପାଇଁ ଗଣଆନ୍ଦୋଳନ ପାଇଁ ଆହ୍ବାନ

Sunil Chandra Nayak

Leave a Comment

error: Content is protected !!