ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋପାଳପୁର ଅଙ୍ଗନବାଡି କେନ୍ଦ୍ରରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ

ଥୁଆମୂଳ ରାମପୁର:୭/୮- ମ.ନି.ସ:- ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଥୁଆମୂଳ ରାମପୁର ଅନ୍ତର୍ଗତ ଗୋପାଳପୁର ଅଙ୍ଗନବାଡି କେନ୍ଦ୍ର ଠାରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ଅବସରରେ ବିଭାଗୀୟ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଟାଟା ପ୍ରୋଜେକ୍ଟ କିଆର ଇଣ୍ତିଆ ସଂସ୍ଥା ପକ୍ଷରୁ ଆୟୋଜିତ ଏହି ସଚେତନତା ସଭାରେ ମାଁ କ୍ଷୀରର ଉପକାରିତା ଓ ଶିଶୁଙ୍କ ପାଇଁ ଏହାର ଅବର୍ଣ୍ଣନୀୟ ଉପାଦେୟତା ସମ୍ପର୍କରେ ଆଲୋଚନା କରାଯାଇ ଶିଶୁଙ୍କ ପାଇଁ ମାଁ କ୍ଷୀରପାନକୁ ସୁନିଶ୍ଚିତ କରିବାପାଇଁ ଆହ୍ବାନ ଦିଆଯାଇଥିଲା। ଆୟୋଜିତ କାର୍ଯ୍ଯକ୍ରମରେ ଅଂଶଗ୍ରହଣ କରିଥିବା ଗର୍ଭବତୀ, ପ୍ରସୂତୀ,ନବବିବାହିତା, ତଥା କିଶୋରୀ ବାଳିକାମାନଙ୍କୁ ସେମାନଙ୍କ ସୁସ୍ଥ ଓ ନିରାମୟ ଜୀବନ ଚର୍ଚ୍ଚା ଜନିତ ସ୍ବାସ୍ଥ୍ୟ ପାଇଁ ସଚେତନତା କରାଯାଇଥିଲା। କାର୍ଯ୍ଯକ୍ରମକୁ କିଆର ଇଣ୍ତିଆ ସଂସ୍ଥାର ସିଆରପି ଶ୍ରୀ ଚନ୍ଦ୍ର ଶେଖର ପାତ୍ର କାର୍ଯ୍ଯକ୍ରମ କୁ ପରିଚାଳନା କରିଥିବାବେଳେ ମହିଳା ସ୍ବାସ୍ଥ୍ୟ କର୍ମୀ ଶ୍ରୀମତୀ ସଂଯୁକ୍ତା ନାୟକଙ୍କ ସହିତ ଗୋପାଳପୁର ଗ୍ରାମର ଅଙ୍ଗନବାଡି ଶ୍ରୀମତୀ ନିବେଦିତା ମାଝୀ, ବେନ୍ଦାଝୋଲା ଅଙ୍ଗନବାଡି କର୍ମୀ ଶ୍ରୀମତୀ ଗାୟତ୍ରୀ ନାଏକ,କୁମୁଡାବାହାଲ ଅଙ୍ଗନବାଡି କର୍ମୀ ଶ୍ରୀମତୀ ଭାରତୀ ଭୋଇ, ପାଡେଲଗୁଡା ଅଙ୍ଗନବାଡି କର୍ମୀ ସ୍ନୃତିରେଖା ମାଝୀ,ଡାକକୋଟା ଅଙ୍ଗନବାଡି କର୍ମୀ ଶ୍ରୀମତୀ ସବିତାଞ୍ଜଳୀ ନାଏକ ଓ ଆଶା କର୍ମୀ ଲକ୍ଷ୍ମୀ ନାୟକ,ଶ୍ରୀ ସୁଶାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ଉପସ୍ଥିତ କର୍ମକର୍ତ୍ତା ମାଁ ମାନଙ୍କୁ ମାଁ କ୍ଷୀରର ବିଭିନ୍ନ ଉପକାରିତା ବିଷୟରେ ଅବତାରଣା କରାଇଥିଲେ।

ଥୁଆମୂଳ ରାମପୁର ରୁ ବଲଭଦ୍ର ବାଗଙ୍କ ରିପୋର୍ଟ

Related posts

ଗୋରୁମହିଷାଣୀ ଥାନା:ଆମଦାବେଡା ଗ୍ରାମରେ ଯୁବକର ଝୁଲନ୍ତା ଶବ ପୋଲିସ ଦ୍ବାରା ଉଦ୍ଧାର

Sunil Chandra Nayak

ମା ସର୍ବମଙ୍ଗଳାଙ୍କ ଛତର ଯାତ୍ରା , ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମା 

Sunil Chandra Nayak

ରାୟଗଡା – ୮୬ ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!