ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାତ୍ରୀକାଳୀନ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପପୁ ବ୍ରଦରର୍ସ କେସିଙ୍ଗା ଚମ୍ପିୟାନ

ନର୍ଲା (ମ.ନି.ସ)ନର୍ଲା ହାଇସ୍କୁଲ ଖେଳ ପଡ଼ିଆରେ ସାତ ଜଣିଆ ଏକ ଦିବସୀୟ ରାତ୍ରୀ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପପୁ ବ୍ରଦରର୍ସ କେସିଙ୍ଗା ବିଜୟୀ ହୋଇଛି। କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ଭାବେ ଏହି ରାତ୍ରି କାଳୀନ ଫୁଟବଲ ଟୁର୍ଣ୍ଣାମେଣ୍ଟ ନର୍ଲା ଫୁଟବଲ କମିଟି ପକ୍ଷରୁ ଆୟୋଜିତ ହୋଇଥିଲା। ସଂଧ୍ୟା ୬ ଘଣ୍ଟା ସମୟରୁ ରାତ୍ରି ୧ଟା ଯାଏଁ ଫୁଟବଲ ଖେଳ ହୋଇଥିଲା। ନର୍ଲା ଏଫସି,ସୁଡିଙ୍ଗପଦର, ଗୋଲ୍ଡେନ ଏଫସି ଭବାନୀପାଟଣା,ପପୁ ବ୍ରଦରର୍ସ କେସିଙ୍ଗା, ଚନ୍ଦନ ପୁର ଏଫସି, ମର୍ନିଙ୍ଗ କ୍ଲବ ଭବାନୀପାଟଣା, ମହୀପୁର ଏଫ୍ ସି ତୁଷୁରା, ମର୍ନିଙ୍ଗ ଷ୍ଟାର ନର୍ଲା ମୋଟ ଆଠଗୋଟି ଦଳ ମଧ୍ୟରୁ ଫାଇନାଲ ଖେଳ କେସିଙ୍ଗା ଓ ମହୀପୁର ତୁଷୁରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୩-୧ରେ କେସିଙ୍ଗା ପପୁ ବ୍ରଦରର୍ସ ବିଜୟୀ ହୋଇଥିଲେ। ଉଦଘାଟିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସୁକୁ ୱଲଫେଆର ସ୍ଵେଚ୍ଛାସେବୀ ଅନୁଷ୍ଠାନର ସଭାପତି ନିକିତ ପରବିନ, ନର୍ଲା ସରପଂଚ ତନୁଜା ହରପାଲ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୈାଡିଆ, ବାଗପୁର ସରପଞ୍ଚ ଗୋପାଳ ହାତୀ, ଘଣ୍ଟମାଳ ସରପଂଚ ଦେବେନ୍ଦ୍ର ସା, ନର୍ଲା ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ‌। ପୁରସ୍କାର ବିତରଣ ଉତ୍ସବରେ ନର୍ଲା ଥାନା ଏଏସ୍ଆଇ ବଂଶୀଧର ସାମଲ,ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ , କଳାହାଣ୍ଡି ପୋଲିସ ତ୍ରିଲକ୍ଷ ହରପାଲ, ଅବସରପ୍ରାପ୍ତ ଶିକ୍ଷକ ସରୋଜ କୁମାର ଚାନ୍ଦ, ନିକୁଞ୍ଜ ଦତ୍ତା ଉପସ୍ଥିତ ରହି ବିଜୟୀ କେସିଙ୍ଗା ଦଳକୁ ଟ୍ରଫି ସହ ୭୦୦୦ ହଜାର ଓ ରନର୍ସ ଅଫ୍ ମହୀପୁରକୁ ଟ୍ରଫି ସହ ୫୦୦୦ ଟଙ୍କା ପ୍ରଦାନ କରିଥିଲେ। ନବ ୟୋଗା ସିଡ୍ସ ସଦସ୍ୟ ଟ୍ରଫି ଦେବାରେ ସହଯୋଗ କରିଥିବା ବେଳେ ନର୍ଲା ଫୁଟବଲ କମିଟିର ତ୍ରିଲୋଚନ ଗଉଡ, ଦୀପୁ ପାତ୍ର,ବବଲୁ ନାଗ, ମଣ୍ଟୁ ପୁଝାରୀ, ଗୋପାଳ ମାଝୀ, ବିଜୟ ବାଣୁଆ,ଭକ୍ତରାମ ମାଝୀ ,ହୃଷି ମାଝୀ, ବଳଭଦ୍ର ପାତ୍ର, ଭବାନୀ ନାଏକ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ।ସମସ୍ତ ଖେଳ ପରିଚାଳନାରେ ଛବି ମାଝୀ, ଚଞ୍ଚଳ ମାଝୀ ମ୍ୟାଚ ରେଫରି ଭାବେ ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଖେଳଟି ବେଶ୍ ଶାନ୍ତି ଶୃଙ୍ଖଳା ସହିତ ନର୍ଲା ପୋଲିସ ଉପସ୍ଥିତିରେ ହୋଇଥିଲା।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଦେଶରେ ନିଯୁକ୍ତି – ୨୨ କୋଟି ଆବେଦନ… ମାତ୍ର ୭ ଲକ୍ଷ ଙ୍କୁ ଚାକିରି

Sunil Chandra Nayak

ଜଗତ୍ ଜନନୀ ମା ଗଜଲକ୍ଷ୍ମୀ ପୂଜା ଅବସର ରେ ଜନ ମଂଗଳ ର ଜନ କଲ୍ୟାଣକାରି କାର୍ଯକ୍ରମ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!