ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୋଟର ତାଲିକା ସହ ଆଧାର ଲିଙ୍କ୍ ଖୁବ ଶୀଘ୍ର

ଭୋଟର ତାଲିକା ସହ ଲିଙ୍କ୍ ହେବ ଭୋଟର ତାଲିକା । ଏ ନେଇ ଖୁବଶୀଘ୍ର ସରକାରଙ୍କ ପକ୍ଷରୁ ନିୟମାବଳୀ ଜାରି ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ କୁମାର ।

ସେ କହିଛନ୍ତି ଯେ ନିଜର ଆଧାର ନମ୍ବର ପ୍ରଦାନ କରିବା ଭୋଟରମାନଙ୍କ ପାଇଁ ଇଚ୍ଛାଧୀନ ହେବ । କିନ୍ତୁ ଯଦି ଏଥିପାଇଁ ସେମାନେ ମନା କରିବେ ସେଥିପାଇଁ ଯଥେଷ୍ଟ କାରଣ ଦର୍ଶାଇବେ ।ଆଜି ଅବସର ଗ୍ରହଣ କରୁଥିବା ଶୁଶୀଲ କୁମାର କହିଛନ୍ତି ଯେ ତାଙ୍କ ଅମଳରେ ସେ ଦୁଇଟି ସଂସ୍କାର ଆଣିଥିଲେ । ପ୍ରଥମଟି ହେଉଛି, ବର୍ଷକୁ ୪ ଥର ଭୋଟର ତାଲିକା ସଂଶୋଧନ ଓ ଭୋଟର ତାଲିକା ସହ ଆଧାର ଲିଙ୍କ୍ । ପୂର୍ବରୁ କେବଳ ଜାନୁଆରି ମାସରେ ଭୋଟର ତାଲିକା ସଂଶୋଧନ କରିହେଉଥିଲା । ଯେଉଁମାନେ ବର୍ଷର ଅନ୍ୟ ସମୟରେ ୧୮ ବର୍ଷ ବୟସରେ ପହଞ୍ଚୁଥିଲେ ସେମାନଙ୍କୁ ଜାନୁଆରି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା । ଭୋଟର ତାଲିକାରେ ଏହି ଅତ୍ୟାବଶ୍ୟକ ସଂସ୍କାର ଗତ ୨୦ ବର୍ଷ ହେଲା ହୋଇପାରୁନଥିଲା ବୋଲି ସେ କହିଛନ୍ତି ।

ସେହିପରି ଭୋଟର ତାଲିକା ସହ ଆଧାର ଲିଙ୍କ ହେବା ଦ୍ବାରା ନକଲି ଭୋଟର କିମ୍ବା ଏକାଧିକ ସ୍ଥାନର ଭୋଟର ତାଲିକାରେ ନାଁ ଥିବା ଭୋଟରମାନଙ୍କୁ ଚିହ୍ନଟ କରିହେବ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନବରଙ୍ଗପୁର ନିପା ତରଫରୁ ପାଷ୍ଟର କେୟାର ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ଦୁସ୍ଥ ଅସହାୟ ମଣିଷ ର ସାହାରା ପାଲଟିଛନ୍ତି ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ

Sunil Chandra Nayak

ରାଇରଙ୍ଗପୁର କୋର୍ଟ ; ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

Sunil Chandra Nayak

Leave a Comment

error: Content is protected !!