ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ଗ୍ରାମପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ ଓ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

ଥୁଆମୂଳ ରାମପୁର:୨୪/୪- ମ.ନି.ସ:- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ସଦର ମହକୁମାରେ ଥିବା ଗ୍ରାମପଞ୍ଚାୟତରେ ସରପଞ୍ଚ ଶ୍ରୀମତୀ ବିଜୟା ମାଝୀଙ୍କ ଅଧ୍ଯକ୍ଷତାରେ ଆଜି ପଞ୍ଚାୟତ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ଯକ୍ରମରେ ପିଇଓ ଶ୍ରୀ ମୀନକେତନ ଭୋଇ ସରକାରଙ୍କ ତରଫରୁ କାର୍ଯ୍ଯକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକର କାର୍ଯ୍ଯକାରୀ ନେଇ ଉପସ୍ଥିତ ଥିବା ଲୋକଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ଉପସ୍ଥାପନା କରିଥିଲେ। ଏହି ଅବସରରେ ନାଏବ ସରପଞ୍ଚ ଶ୍ରୀ ଘାସିରାମ ନାଏକ,ସ୍ଥାନୀୟ ସମିତି ସଭ୍ଯା ଶ୍ରୀମତୀ ପୁଷ୍ପା ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ଅନ୍ଯାନ୍ଯ ମାନଙ୍କ ମଧ୍ୟରେ ଗ୍ରାମପଞ୍ଚାୟତ ଅଧିନରେ ଥିବା ଓ୍ବାର୍ଡମେମ୍ବର ସଭ୍ଯ ସଭ୍ଯା ସମେତ୍ ଜନସାଧାରଣ ଉପସ୍ଥିତ ରହି ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ। ଶେଷରେ ପିଇଓ ଶ୍ରୀ ଭୋଇ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଧନ୍ୟବାଦ ଅର୍ପଣ ସହ ସଭା ଶେଷ କରିଥିଲେ। ଏଠାରେ ପ୍ରକାଶ ଥାଉ କିଯେ, ଗ୍ରାମପଞ୍ଚାୟତ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ଭଳି ପାଳନ କରାଯାଇନାହିଁ। ଯାହାକି ଅବ୍ଯବସ୍ତା ଭାବରେ ଆମ୍ବ ତୋଟାରେ ଏହି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହାର କାରଣ ହେଲା ଯେ, ଗ୍ରାମପଞ୍ଚାୟତର ନିଜସ୍ୱ ଭଲ କାର୍ଯ୍ଯାଳୟ ଟିଏ ନାହିଁ ଏବେ ଅବ୍ଯବସ୍ତା ଘେରରେ ରହିଅଛି। ଭଲ ମିଟିଂ ହଲ ଟିଏ ନାହିଁ ଯାହାଫଳରେ ସର୍ବସାଧାରଣଙ୍କୁ ବସିବା ପାଇଁ ଜାଗା ଖଣ୍ତେ ମିଳୁନାହିଁ। ଏହା ବ୍ଯତିତ ବେନର ଖଣ୍ଡେ ଟଙ୍ଗାଯିବା ବ୍ଯବସ୍ଥା ଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ବେନର ଟଙ୍ଗା ଯାଇନଥିବା ଦେଖିବାକୁ ମିଳିଥିଲା।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଆହାରବନ୍ଧ ପଞ୍ଚାୟତରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା 

Sunil Chandra Nayak

ଆମ ଆଦମୀ ପାର୍ଟି ପକ୍ଷରୁ ଅସହାୟ ରୋଗୀ ଙ୍କୁ ଔଷଧ ପ୍ରଦାନ

Sunil Chandra Nayak

ଆନନ୍ଦପୁର, ବେଲବାହାଳିରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ  ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!