ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲୋକ ନାଟକ ହିଁ ଜାତୀୟ ସଂସ୍କୃତିର ମୂଳାଧାର 

ବାଲେଶ୍ଵର,୦୪/୭/୨୨- କଳା ଓ କଳାକାର ହିତୈଷୀ ମହାମଞ୍ଚ ” ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ” ର ତୃତୀୟ ବାର୍ଷିକୋତ୍ସବ ପାଳନ ପରିପ୍ରେକ୍ଷୀରେ ଆୟୋଜିତ କଳାକାର ଶୋଭାଯାତ୍ରାର ଶୁଭାରମ୍ଭ କରି ସମାଜସେବୀ ସି.ଏଚ୍. ସନ୍ତୋଷ କୁମାର ସୁବୁଦ୍ଧି ଲୋକ କଳା ହିଁ ଆମ ଜାତୀୟ ସଂସ୍କୃତିକୁ ପରିପୁଷ୍ଟ କରିଥାଏ ବୋଲି ଉପସ୍ଥିତ କଳାକାର ମାନଙ୍କୁ ଉଦବୋଧନ ଦେଇଥିଲେ । ସ୍ଥାନୀୟ ଗାନ୍ଧୀ ନଗର ଛକ ସ୍ଥିତ ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତି ସ୍ଥଳରୁ ବାହାରି ପୁରୁଣା ବସ୍ ଷ୍ଟାଣ୍ଡ, ଅନ୍ନପୂର୍ଣ୍ଣା ବଜାର, ଏସ୍.ଏନ୍. ଟି ରୋଡ ଦେଇ ଗିରୀମାର୍କେଟ୍ ଛକ ସ୍ଥିତ ପ୍ରକାଶମ୍ ହଲ୍ ଠାରେ ଆୟୋଜିତ ସଂଘ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।  ଏହି ଅବସରରେ ଅନୁଷ୍ଠିତ ” ରାଜ୍ୟସ୍ତରୀୟ ଦଣ୍ଡ ନାଟ ସମାବେଶ- ୨୦୨୨ ” ରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୦ ଗୋଟି ଦଣ୍ଡ ନୃତ୍ୟ ଦଳ ସେମାନଙ୍କ ନୃତ୍ୟ ପରିବେଷଣ କରିଥିଲେ । ପ୍ରକାଶମ୍ ହଲ୍ ପରିସରରେ ଆୟୋଜିତ ଏହି ସମାବେଶ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ବି. ଡି.ଏ. ଅଧ୍ୟକ୍ଷ କଣ୍ଠ ଶିଳ୍ପୀ ସୁବାସ ମହାରଣା ମୁଖ୍ୟ ଅତିଥି ଏବଂ ବରିଷ୍ଠ ଭାରତ ଲୀଳା ଗୁରୁ ନବଘନ ପରିଡ଼ା, ପ୍ରଗତିଶୀଳ ଶାଶ୍ଵତୀ ନାଟ୍ୟ ସଂଘ ସଭାପତି ରାମ ଚନ୍ଦ୍ର ସାସମଲ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଅନୀଳ କୁମାର ପାତ୍ର, ବାଲିଗୁଡ଼ା ବ୍ଲକ କଳାକାର ସଂଘ ଉପ-ସଭାପତି ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଲୋକ ନାଟକର ପାରମ୍ପରିକ ଧର ଅକ୍ଷୁର୍ଣ୍ଣ ସହ ଅଶ୍ଳୀଳ ଓ ନକାରାତ୍ମକ ପ୍ରଦର୍ଶନ ରହିତ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।

          ସାନ୍ଧ୍ୟ ଅଧିବେଶନରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂଘର ତୃତୀୟ ବାର୍ଷିକୋତ୍ସବକୁ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ଶୁଭ ଉଦ୍ଘାଟନ କରି କଳାକାରମାନେ ଜଣେ ଜଣେ ସମାଜ ସୁଧାରକ କାର୍ଯ୍ୟ ସମ୍ପାଦନ କରିଥିବା ହେତୁ ସେମାନେ ଆମର ନମସ୍ୟ ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ଏହି ଅବସରରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ, ଓଡ଼ିଶା ନାଟ୍ୟ ସଂଘ ଉପସଭାପତି ଇଂ. ମନୋଜ ଦଣ୍ଡପାଟ, ଅଭିନୟ ଜଗତ ସମ୍ପାଦକ ଡଃ. ମିହିର ତ୍ରିପାଠୀ, ଶିକ୍ଷାବିତ୍ ନୀଳକଣ୍ଠ ନାଲ୍ଲା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ କଳାକାରଙ୍କୁ ଏକତାରେ ପ୍ରଗତି ସଂଗୋପିତ ବୋଲି ବୁଝାଇଥିଲେ । ସଂଘ ପକ୍ଷରୁ ସର୍ବଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ସ୍ୱାଇଁ, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ଜଳନ୍ଧର ସାହୁ, ସଙ୍ଗୀତଜ୍ଞ ଘନଶ୍ୟାମ ବେହେରା, ବେଦବର ଡଙ୍ଗରୀ, ପ୍ରଦୀପ କୁମାର ମେହେର ପ୍ରମୁଖ ପ୍ରତିଭାଦୀପ୍ତ ବରିଷ୍ଠ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା ।

 ଅଂଶ ଗ୍ରହଣକାରୀ ମା’ ନନ୍ଦିନୀ କାଳୀ ଦଣ୍ଡନାଚ ସଂଘ, ସୂର୍ଯ୍ୟକାଳୀ ଦଣ୍ଡନୃତ୍ୟ ସଂଘ, ମା ‘ ଦଣ୍ଡକାଳୀ ଗଣନାଟ୍ୟ, ରାମ ଲିଙ୍ଗେଶ୍ୱର ନାଟ୍ୟ କଳା ସଂସଦ, ଶ୍ରୀ ଶ୍ରୀ ଶୈବ କାଳୀ କାମନା ଦଣ୍ଡ ନାଟ୍ୟ ସଂଘ, ପାଣିଗ୍ରାହୀ ପେଣ୍ଠ ଦଣ୍ଡ ନୃତ୍ୟ ସଂଘ, ଶ୍ରୀ ଚୈତନ୍ୟ ଠାକୁର ଦଣ୍ଡ ନୃତ୍ୟ, ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ନାଟ୍ୟ କଳା ସଂସଦ, ଶ୍ରୀ ଶ୍ରୀ କାଳୀ ମହାମାୟୀ ନାଟ୍ୟ ସଂଘ ପ୍ରମୁଖଙ୍କୁ ସଂଘ ତରଫରୁ ସ୍ମାରକୀ ଫଳକ ଓ ସ୍ମାରକୀ ପ୍ରମାଣ ପତ୍ର ସହ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଉଭୟ ଅଧିବେଶନରେ ସ୍ବାଗତ ଭାଷଣ ଦେଇଥିଲେ । ସଂଘ ପକ୍ଷରୁ ଆୟୋଜିତ କଳାକାର ଶୋଭାଯାତ୍ରା, ଦଣ୍ଡନାଚ ସମାବେଶ ଓ ବାର୍ଷିକୋତ୍ସବ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ଜି. କମାରାଜୁ ପାତ୍ର, ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ହରିହର ମହାରଣା, ପ୍ରଦୀପ କୁମାର ସାହୁ, ନୀଳ ମାଧବ ଜେନା, ପ୍ରଫୁଲ୍ଲ ବେହେରା, ଭଗବାନ ସାମଲ, ବନ୍ଦନା ନନ୍ଦ, ବନ୍ଦନା ମହାପାତ୍ର, ଗୀତା ସ୍ୱାଇଁ ପ୍ରମୁଖ ସହଯୋଗ କରିଥିବା ବେଳେ ବରିଷ୍ଠ ସଦସ୍ୟ ଶଙ୍କର୍ଷଣ ସାବତ ଅତିଥି ପରିଚୟ ଏବଂ ସହ ସମ୍ପାଦକ ବଳଦେବ ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବାଲେଶ୍ଵର ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ ।ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମୁକ୍ତିରାଣୀ ଦେବତା ଙ୍କ କବିତା ଆଜିର ମୁଁ ଯୁବପିଢି

Sunil Chandra Nayak

କବିତା ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନ ଅଧିକାର କଲେ କବିତା ସାହୁ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଠାକୁର

Sunil Chandra Nayak

Leave a Comment

error: Content is protected !!