ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଗୋଡମୋଡା ଯନ୍ତ୍ର

  ଗୋଡମୋଡା ଯନ୍ତ୍ର

 

     ଅପର୍ତ୍ତି ସେଠୀ

    (ରମ୍ୟ ରଚନା)

 

ଗୋଡ଼ ମୋଡା ଯନ୍ତ୍ର ମିଳୁଛି ମ‌ଉସା

      ଗୋଟେ ଦି’ଟା କିଣିନିଅ,

ଭାବିଛକି‌ ଆଉ ତୁମ ଗୋଡହାତ

      ମୋଡ଼ି ଦେବେ ବୋହୂପୁଅ?

ପୁଅକୁ ଚାକିରି କରାଇ ତ ଦେଲ‌ 

       ତୁମେ ଅବସର ନେଲ,

ଚାକିରିଆ ବୋହୂ ବାଛିବାଛି‌ ତୁମେ

       ପୁଅ ପାଇଁ ଆଣିଦେଲ।

ବାହାଘର ବାସି ଗଲେ ସିଏ ଖସି‌

       ନିଜ ନିଜ ଚାକିରିରେ,

ପୁଅ ରହିଲାଣି‌ ସୁଦୂର ପୁରୀରେ

       ବୋହୂ ପଟାମୁଣ୍ଡାଇରେ।

ଏବେ ଭାବିଲେ କି ଆଉ ଲାଭ ଅଛି

       ସମୟ ଚାଲି ଯାଇଛି,

ଆଖିଲୁହ ତୁମ ଦେବା ପାଇଁ ପୋଛି

       କିଏ ବା ପାଖରେ ଅଛି?

ବୁଢ଼ାବୁଢ଼ୀ ତୁମେ ଘର ଜଗିଥାଅ

       ହାତେ ରାନ୍ଧିବାଡି‌ ଖାଅ,

ସୁନା ଇଟା ଗଢା ଉଆସରେ ଥାଇ

       ଟଙ୍କା ରେଜେଇରେ ଶୁଅ‌।

ଟଙ୍କା ସହ ବାହାଘର ହୁଏ ନାହିଁ

       ଦେହ ସହ ହୋଇଥାଏ,

ଚାକିରୀଆ ବୋହୂ ଖୋଜିବ ଯଦିବା‌

       ଏ ସବୁ ମିଳି ନ ଥାଏ ।

ଦେହର ମିଳନ‌ ଅବଶୋଷ ରହେ

        ନବ ଦାମ୍ପତ୍ୟ ଜୀବନେ,

ତେଣୁ ପଥଭ୍ରଷ୍ଟ ହେବେ ପୁଅବୋହୂ‌

        କେବଳ ଏହି କାରଣେ।

ବେଳେବେଳେପୁଅବୋହୂ ପ୍ରେମ ପାଇଁ

        ବିବାହ ବିଚ୍ଛେଦ ହୁଏ,

ସେତେବେଳେ କିନ୍ତୁ ନେଡ଼ିଗୁଡ଼ ଆଜ୍ଞା

        କହୁଣୀକୁ ବୋହିଯାଏ।

ଆଦର୍ଶ ଗୃହିଣୀ ବୋହୂ କରିଥିଲେ

       ଏକତ୍ର ରହି ଥାଆନ୍ତ‌,

ବୋହୂ ହାତ ପର୍ଶା ଅନ୍ନ ଖାଇଥାନ୍ତ‌

        ମୋଡାଘଷା‌ ବି ପାଆନ୍ତ।

ଟଙ୍କା ଯଦି ଚାହଁ ସେବା ଭୁଲିଯାଅ

         ଆଉ ଆଶା କର କାହିଁ,

ମୋଡାଘଷା ଯନ୍ତ୍ର ଏବେ କିଣିଆଣ

         ପୁଳାପୁଳା ଟଙ୍କା ଦେଇ।

ଯନ୍ତ୍ର ମୋଡା ଘଷା କରିବ ତୁମକୁ

        ବିଭିନ୍ନ ରନ୍ଧା ଖୋଇବ‌,

ଟଙ୍କା ବି ପାଇବ ପାଦଧୁଆ ପାଣି

        ମେଡ଼ିକାଲ ପୁଣି ନେବ।

ତୁମ ପେନସନ ପୁଅ ବୋହୂ ଧନ

        ଏତେକ ବି ଘଟୁ ନାହିଁ,

ଆହୁରି ଟଙ୍କାରେ ଆଶା ରଖିଅଛ

        ମଲେକି ଯିବ ହେ ନେଇ?

ପୁଅ ଯଦି ତୁମ ଚାକିରିଆ ଅଛି

         ଘରଣୀ ବୋହୂଟି ଆଣ,

ଚାକିରିଆ ବୋହୂ ଘରକୁ ଆଣିଲେ

         ଏ ଦୁର୍ଦ୍ଦଶା ହେବ ଜାଣ।

ଆଜି ବୁଢାଦିନେ କାନ୍ଦିଲେ କି ହେବ

         ଟଙ୍କା କି ସବୁ କରିବ,

ପୁତ୍‌ ନାମେ ନର୍କୁଁ ଉଦ୍ଧାର ପାଇଁକି

         ପୁତ୍ର ଛଡ଼ା କିଏ ହେବ?

ପାଠପଢି ଯଦି ଚାକିରୀଟି ନାହିଁ

         ସେ କ’ଣ ଶିକ୍ଷିତ ନୁହେଁ,

ନା ଶିକ୍ଷାର ସମ୍ପର୍କ ଚାକିରୀରେ ଥାଏ

         ଶାସ୍ତ୍ର କି ଏ କଥା କୁହେ?

ଶିକ୍ଷିତ ମୂର୍ଖଟି‌ ବେଶୀ ଭୟଙ୍କର

        ଅଶିକ୍ଷିତ ମୂର୍ଖ ଠାରୁ,

ସିଏ ହୁଏ ଜ୍ଞାନୀ ଯେ ସଂସ୍କାର ଶିଖେ

         ଆମ ଏଇ ସମାଜରୁ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

 

Related posts

ପାପଡାହାଣ୍ଡି ଥାନାରେ ଏଏସପି ଙ୍କ ସାମ୍ବାଦିକଙ୍କୁ ମାଡ଼ ଓ ମହିଳାଙ୍କୁ ଅସଦା ଚରଣ ଘଟଣା,କେନ୍ଦ୍ର ମାନବଧିକାର କମିସନ ନିକଟରେ ମାମଲା ରୁଜୁ

Sunil Chandra Nayak

ବିଦ୍ୟୁତ ତାର ସଂସ୍ପର୍ଶ ଗୋଟିଏ ଗାଈ ଓ ତିନୋଟି ବଳଦ ମୃତ , ସହାୟତା ପାଇଁ ଦାବୀ

Sunil Chandra Nayak

ଜଳରୁଦ୍ର ପାଣି ପଞ୍ଚାୟତର କର୍ମ କର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!