ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଶରଧାବାଲି

ଶରଧାବାଲି

ଶରଧାବାଲି ତୁମ

 ପରା ଶୋଧା ବାଲି,

ଗାଳି ରେ ହେଇଚି ପୂର୍ଣ୍ଣ,

ବଳରାମ ଦାସ

ହୋଇଛି ହତାଶ

ଶେଷେ ଦେଲ ଦରଶନ ,

ଗାଳି ଖିଆ ଆପଣ

ଗାଳି ରେ ଗାଳି ରେ

ଗୋପ ଭୁଆସୁଣୀ

ଦ୍ୟନ୍ତି କେତେ ଅପମାନ।

ଶରଧା ବାଲି ଯଦି

 ଶ୍ରଦ୍ଧା ଦେବୀଙ୍କର

 ନାମ କୁ କଲା ସାର୍ଥକ,

ସୋଧା ବାଲି ବୋଲି

ଦିଅ ବଦଳେଇ

ନତୁବା ମାଳିନୀ ନାଆଁ

 କିମ୍ପା ନ ଯୋଖ??

. ଶରଧାବାଲି କୁ

 ଦେଖେଇ ଦେଖାଇ

ପାଦ କୁ ଦେଇଛ କଷ୍ଟ,

କିଏ ମାଗେ ତୋତେ

 ହାତେ ଜାଗା ପୁଣି

ମୁଠେ ରେ କେହୁ ସନ୍ତୁଷ୍ଟ,

ତୋ ପାଖକୁ କିମ୍ପା ମୁଁ ଯିବି

ତୁ ମୋ ହୃଦୟେ ଉପଗତ।

ନାୟକ ଅକ୍ଷୟ ରାଜହସ୍ତୀ

ଢେଙ୍କାନାଳ

Related posts

ଜୟ କୁମାର ମିଶ୍ର ଙ୍କ କବିତା ଦୟାର୍ଦ୍ଧ ମଣିଷ

ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Sunil Chandra Nayak

ଭବାନୀପାଟଣା ବ୍ଲକ ସାକ୍ଷରତା ମିଶନର ସଚେତନତା ରଥ ଓ ପଥପ୍ରାନ୍ତ ନାଟକର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!