ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖିଚିଂରେ ବିଶ୍ବ ଯୋଗଦିବସ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦ୍ବାରା ଉଦଘାଟିତ 

ମୟୂରଭଞ୍ଜ – ୨୧/୬/୨୨(ମସିହା) ଭାରତୀୟ ସନାତନ ସଂସ୍କୃତିର ମାନବ ସମାଜ ପାଇଁ ସବୁଠାରୁ ଅମୂଲ୍ୟ ଅବଦାନ ଯୋଗ । କେଉଁ ଆବାହମାନ କାଳରୁ ଯୋଗ ଦେବ ଦାନବ ମୁନିଋଷିମାନଙ୍କଦ୍ବାରା ଆରମ୍ଭ ହୋଇଛି ତାହା କହି ହେବନାହିଁ ! ମଣିଷର ପ୍ରକୃତି ଓ ମନକୁ ନିୟନ୍ତ୍ରଣ କରେ ଯୋଗ ।ଜାତି , ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମଗ୍ର ବିଶ୍ବବାସୀଙ୍କ ଯୋଗ ଏକ ଅପରିହାର୍ଯ୍ୟ ସତ। ସୁସ୍ଥ ମାନସିକତା ଓ ସୁସ୍ଥ ଶରୀରର ଗଠନରେ ଯୋଗ ସାହାଯ୍ୟ କରିଥାଏ । ଯୋଗ ନିରୋଗ ରଖିବା ସହ ମନରେ ଶାନ୍ତି ଆଣିଦେଇଥାଏ ଭାରତ ସରକାରଙ୍କ ଆଜାଦ କୀ ଅମୃତ ମହୋତ୍ସବ ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଭାରତରେ ୭୫ ଟି ଐତିହ୍ୟ ସ୍ଥାନରେ ତନ୍ମଧ୍ୟରୁ ଓଡ଼ିଶାରେ ପୁରୀ , କୋଣାର୍କ ଏବଂ ମୟୂରଭଞ୍ଜ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଖିଚିଂ ମା’କୀଚକେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ପାବନ କାର୍ଯ୍ୟକ୍ରମକୁ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଶୁଭ ଉଦ୍ଘାଟନ କରିଥିଲେ । ତାଙ୍କ ସହିତ ଯଶିପୁର ବିଧାୟକ ଇଂ ଗଣେଶ ରାମ ଖୁଣ୍ଟିଆ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ମୁଖ୍ୟ ଅତିଥି ଇଂ ବିଶେଶ୍ୱର ଟୁଡୁ କହିଥିଲେ ଆବାଳବୃଦ୍ଧବନିତା ସମ୍ତସ୍ତେ ଦୈନନ୍ଦିନ ଜୀବନରେ ଅଳ୍ପ ସମୟ ହେଲେବି ଯୋଗ କ୍ରିୟା କରିବା ଉଚିତ । ଯୋଗ ନିରୋଗ ରଖିବା ସହ ଜୀବନରେ ଆତ୍ମବଳ, ଶାନ୍ତି ଓ ଧୈର୍ଯ୍ୟ ଆଣିଥାଏ । ସୁସ୍ଥ ସମାଜ ଗଠନରେ ଯୋଗର ଭୂମିକା ଅବର୍ଣ୍ଣନୀୟ । ଜିଲ୍ଲା ଯୋଗ ସମିତି ସଂଯୋଜକ ସଂଜୟ ମହାନ୍ତ ଏବଂ ସହଯୋଗୀ ଉପସ୍ଥିତ ୨୫୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ,ଶିକ୍ଷକ , ଶିକ୍ଷୟତ୍ରୀ, ସବୁବର୍ଗର ଲୋକଙ୍କୁ ଧ୍ୟାନ, ପ୍ରାଣାୟମ,ଯୋଗ ପ୍ରଶିକ୍ଷଣ କରାଇଥିଲେ । ସମଗ୍ର ଖିଚିଂରେ ଯୋଗ ଓ ଆଧ୍ୟାତ୍ମିକ ପରିବେଶ ହୋଇ ଉଠିଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ ।

Related posts

ସାପ କାମୁଡା ରେ ଯୁବକର ମୃତ୍ୟୁ 

Sunil Chandra Nayak

ଗଛକୁ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପାଳିଲେ ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ 

Sunil Chandra Nayak

ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଇଲେ କୋକସରା ବ୍ଲକ କଂଗ୍ରେସ କର୍ମକର୍ତ୍ତା

Sunil Chandra Nayak

Leave a Comment

error: Content is protected !!