।। ଫାଙ୍କା ଫାଙ୍କା ଲାଗେ ସବୁ ।।
କୈଳାସ ଚ଼ନ୍ଦ୍ର ପାଢ଼ୀ
ସମୟର-ରୂପ
ବଦଳି ଗଲାଣି
ଫାଙ୍କାଫାଙ୍କା ଲାଗେ ସବୁ,
ସ୍ବର୍ଥର-ରାକ୍ଷସ
ମଣିଷ-ଜାତିକୁ
କରି ସାରିଲାଣି କାବୁ ।।
ଭାଇ ବନ୍ଧୁ ଜ୍ଞାତି-
କୁଟୁମ୍ବ ର ଭାବ
ହଜିଯାଏ ଦିନୁଁ ଦିନ,
ଆତ୍ମ ସ୍ବାର୍ଥ ଆତ୍ମ-
ସୁଖର-ସନ୍ଧାନେ
ହରାନ୍ତି ବିବେକ ଜ୍ଞାନ ।।
ଇର୍ଷା-ଅସୂୟାର
ଚ଼ଉହଦୀ ମଧ୍ୟେ
ମଣିଷ ପଡ଼ିଛି ବନ୍ଧା,
ଫୁଲର ସୁରଭି
ହଜିତ ଗଲାଣି
ଫୁଟୁନି ରଜନୀଗନ୍ଧା ।।
ପର୍ବ-ପର୍ବାଣୀରେ
ଆନନ୍ଦ-ମୁଖର
ହେଉଥିଲା ଗାଆଁ ଭୂଇଁ,
ପରସ୍ପର ମଧ୍ୟେ
ସ୍ନେହ ବଣ୍ଟାବଣ୍ଟି
ହେଉଥିଲା କେତେ କାହିଁ।।
ରଜଦୋଳି ଖେଳ
ବାଗୁଡ଼ି ର ମଜା
ମନରୁ ଗଲାଣି ମରି,
ପଶା ପାଲି ଲୁଡୁ
ତାଆସ ଖେଳାର
ସମୟ ଗଲାଣି ସରି ।।
ଅର୍ଥ ଆଉ ସ୍ବାର୍ଥ
ଚ଼ିନ୍ତାରେ ପାଗଳ
ହେଲା ଏ ମଣିଷ ଜାତି,
ସ୍ନେହ ପ୍ରେମ ଆଉ
ମାନବିକତା କୁ
ଦେଲେଣି ପାଣିକୁ ଛାଟି।।
କି ଯଶ ଅର୍ଜିବେ
ଜଣା ପଡ଼ୁନାହିଁ
ସମୟ କହିବ ଦିନେ,
ଛଖଣ୍ଡି ବାଉଁଶ
ସବୁ ହିସାବର
ପକାଇ ଦେବଟି ମନେ ।।
କୁମାର ପୁର । ଅନନ୍ତ ପୁର ।
ବାସୁଦେବ ପୁର । ଭଦ୍ରକ ।