ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ଫାଙ୍କା ଫାଙ୍କା ଲାଗେ ସବୁ ।।

।। ଫାଙ୍କା ଫାଙ୍କା ଲାଗେ ସବୁ ।।

 

                  କୈଳାସ ଚ଼ନ୍ଦ୍ର ପାଢ଼ୀ 

 

ସମୟର-ରୂପ

ବଦଳି ଗଲାଣି

              ଫାଙ୍କାଫାଙ୍କା ଲାଗେ ସବୁ,

ସ୍ବର୍ଥର-ରାକ୍ଷସ

ମଣିଷ-ଜାତିକୁ

              କରି ସାରିଲାଣି କାବୁ ।।

ଭାଇ ବନ୍ଧୁ ଜ୍ଞାତି-

କୁଟୁମ୍ବ ର ଭାବ

             ହଜିଯାଏ ଦିନୁଁ ଦିନ,

ଆତ୍ମ ସ୍ବାର୍ଥ ଆତ୍ମ-

ସୁଖର-ସନ୍ଧାନେ

            ହରାନ୍ତି ବିବେକ ଜ୍ଞାନ ।।

 

ଇର୍ଷା-ଅସୂୟାର

ଚ଼ଉହଦୀ ମଧ୍ୟେ

            ମଣିଷ ପଡ଼ିଛି ବନ୍ଧା,

ଫୁଲର ସୁରଭି

ହଜିତ ଗଲାଣି

           ଫୁଟୁନି ରଜନୀଗନ୍ଧା ।।

ପର୍ବ-ପର୍ବାଣୀରେ

ଆନନ୍ଦ-ମୁଖର

           ହେଉଥିଲା ଗାଆଁ ଭୂଇଁ,

ପରସ୍ପର ମଧ୍ୟେ

ସ୍ନେହ ବଣ୍ଟାବଣ୍ଟି

           ହେଉଥିଲା କେତେ କାହିଁ।।

 

ରଜଦୋଳି ଖେଳ

ବାଗୁଡ଼ି ର ମଜା

            ମନରୁ ଗଲାଣି ମରି,

ପଶା ପାଲି ଲୁଡୁ

ତାଆସ ଖେଳାର

            ସମୟ ଗଲାଣି ସରି ।।

ଅର୍ଥ ଆଉ ସ୍ବାର୍ଥ

ଚ଼ିନ୍ତାରେ ପାଗଳ

            ହେଲା ଏ ମଣିଷ ଜାତି,

ସ୍ନେହ ପ୍ରେମ ଆଉ

ମାନବିକତା କୁ

            ଦେଲେଣି ପାଣିକୁ ଛାଟି।।

 

କି ଯଶ ଅର୍ଜିବେ

ଜଣା ପଡ଼ୁନାହିଁ

             ସମୟ କହିବ ଦିନେ,

ଛଖଣ୍ଡି ବାଉଁଶ

ସବୁ ହିସାବର

             ପକାଇ ଦେବଟି ମନେ ।।

           

କୁମାର ପୁର । ଅନନ୍ତ ପୁର ।

ବାସୁଦେବ ପୁର । ଭଦ୍ରକ ।

 

Related posts

ବ୍ଲକସ୍ତରିୟ ବିଦ୍ୟାର୍ଥି ସମ୍ବର୍ଦ୍ଧନା ସମାରୋହ ୨୦୨୨

Sunil Chandra Nayak

ରାଇରଙ୍ଗପୁର ଆଦିବାସୀ ଭବନ,ଇଚିଣ୍ଡା ପରିସରରେ ହୋଭାଷା ଲିପି ସ୍ରଷ୍ଟା ଗୁରୁ ଲାକୋ ବଦରାଙ୍କ ୧୦୩ ତମ ଜୟନ୍ତୀ ପାଳିତ 

Sunil Chandra Nayak

କୁଡୁମିଙ୍କୁ ପୁନର୍ବାର ଆଦିବାସୀ ତାଲିକାଭୁକ୍ତ ନେଇ ଅଁଳାଯୋଡ଼ିରେ ରେଳଛେଙ୍କା ଅଭିଯାନ

Sunil Chandra Nayak

Leave a Comment

error: Content is protected !!