ପରିକଳ୍ପନାର ସହରରେ
ପରିକଳ୍ପନା ଏକ ଏମିତି ମୋହନୀୟ ପଟ ଚିତ୍ର
ଥରେ ଯିଏ ପରିକଳ୍ପନାର ସହରେ ପାଦ ଥାପି ଦିଏ
ସିଏ ମୁକ୍ତ ଆକାଶର ବିହଙ୍ଗ ଟିଏ ହୋଇ
ପରିକଳ୍ପନାର ସ୍ୱପ୍ନକୁ ସାକାର କରିବା ପାଇଁ
କିଏ ଦିନ ରାତି ଏକ କରି ଦିଏ
ତ ଆଉ କିଏ ସ୍ୱପ୍ନକୁ ସାକାର କରୁ କରୁ
ଜୀବନର ଚଳାପଥରେ ହାରିଯାଏ।
ପରିକଳ୍ପନା ଏପରି ଏକ ଅଦୃଶ୍ୟ ଚୁମ୍ବକ
ଯିଏ ଏହାର ଆକର୍ଷଣ ଶକ୍ତିରେ
ସମାହିତ ହୋଇ ଯାଏ
ଦିନ ହୋଉ ଅବା ରାତି
ସିଏ ମୁକ୍ତ ଆକାଶ ଘୁରି ବୁଲୁଥାଏ
ପରିକଳ୍ପନାର ବାସ୍ତବିକତା ଅନୁସନ୍ଧାନରେ
ନିଜକୁ ନିଜେ ଭୁଲି ଯାଏ
କେଉଁ ପଥର ସେ ପଥିକ,
କେବଳ ଏତିକି ମନେ ରଖି ଥାଏ
ଦିନେ ନା ଦେନେ ପହଞ୍ଚିବ
ପରିକଳ୍ପନାର ଗନ୍ତବ୍ୟ ସ୍ଥଳକୁ,
ପରିକଳ୍ପନାର ସହରରେ ଚାଲିବା ସହଜ ନୁହେଁ
ତଥାପି ମଣିଷ ବାସ୍ତବତାକୁ ପାଇବା ପାଇଁ
ପ୍ରାଣପଣେ ଉଦ୍ୟମ କରି ଚାଲୁଥାଏ,
ପରିକଳ୍ପନାର ସହରେରେ ବାଟ ବଣା ହୋଇ
କିଏ ହଜାଇ ଦିଏ ନିଜ ସ୍ୱଭିମାନ
ତ ଆଉ କିଏ ହରେଇ ଦିଏ ଜୀବନ
ତଥାପି ସିଏ ପରିକଳ୍ପନାରୁ ଓହରେ ନାହିଁ
ପାରିକଳ୍ପନା କୁ ଖୋଜି ବୁଲୁଥାଏ
ଜୀବନ୍ତ କରିବା ପାଇଁ ଜୀବନରେ।