ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୀକ୍ଷିରାମ ମେହେର  ଙ୍କ କବିତା ପରିକଳ୍ପନାର ସହରରେ

ପରିକଳ୍ପନାର ସହରରେ

 

ପରିକଳ୍ପନା ଏକ ଏମିତି ମୋହନୀୟ ପଟ ଚିତ୍ର

ଥରେ ଯିଏ ପରିକଳ୍ପନାର ସହରେ ପାଦ ଥାପି ଦିଏ

ସିଏ ମୁକ୍ତ ଆକାଶର ବିହଙ୍ଗ ଟିଏ ହୋଇ

ପରିକଳ୍ପନାର ସ୍ୱପ୍ନକୁ ସାକାର କରିବା ପାଇଁ 

କିଏ ଦିନ ରାତି ଏକ କରି ଦିଏ 

ତ ଆଉ କିଏ ସ୍ୱପ୍ନକୁ ସାକାର କରୁ କରୁ

ଜୀବନର ଚଳାପଥରେ ହାରିଯାଏ।

 

ପରିକଳ୍ପନା ଏପରି ଏକ ଅଦୃଶ୍ୟ ଚୁମ୍ବକ

ଯିଏ ଏହାର ଆକର୍ଷଣ ଶକ୍ତିରେ

ସମାହିତ ହୋଇ ଯାଏ

ଦିନ ହୋଉ ଅବା ରାତି 

ସିଏ ମୁକ୍ତ ଆକାଶ ଘୁରି ବୁଲୁଥାଏ

 

ପରିକଳ୍ପନାର ବାସ୍ତବିକତା ଅନୁସନ୍ଧାନରେ

ନିଜକୁ ନିଜେ ଭୁଲି ଯାଏ

କେଉଁ ପଥର ସେ ପଥିକ,

କେବଳ ଏତିକି ମନେ ରଖି ଥାଏ 

ଦିନେ ନା ଦେନେ ପହଞ୍ଚିବ

ପରିକଳ୍ପନାର ଗନ୍ତବ୍ୟ ସ୍ଥଳକୁ,

 

ପରିକଳ୍ପନାର ସହରରେ ଚାଲିବା ସହଜ ନୁହେଁ 

ତଥାପି ମଣିଷ ବାସ୍ତବତାକୁ ପାଇବା ପାଇଁ 

ପ୍ରାଣପଣେ ଉଦ୍ୟମ କରି ଚାଲୁଥାଏ,

 

ପରିକଳ୍ପନାର ସହରେରେ ବାଟ ବଣା ହୋଇ

କିଏ ହଜାଇ ଦିଏ ନିଜ ସ୍ୱଭିମାନ

ତ ଆଉ କିଏ ହରେଇ ଦିଏ ଜୀବନ

ତଥାପି ସିଏ ପରିକଳ୍ପନାରୁ ଓହରେ ନାହିଁ

ପାରିକଳ୍ପନା କୁ ଖୋଜି ବୁଲୁଥାଏ

ଜୀବନ୍ତ କରିବା ପାଇଁ ଜୀବନରେ।

ରୀକ୍ଷିରାମ ମେହେର 

ସାନପୋଡ଼ାଗୁଡା,
ଦେବସେନା ଜିଲ୍ଲା ଉପାଧ୍ୟକ୍ଷ,କଳାହାଣ୍ଡି

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଜଗନ୍ନାଥ ଜଣାଣ

Sunil Chandra Nayak

ଜାତୀୟ ଖାଦ୍ୟ ସୁରକ୍ଷା ରେଙ୍କିଙ୍ଗ: ପ୍ରଥମ ସ୍ଥାନରେ ଓଡିଶା

ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମରେ ଯୋଗଦେବେ ବାଲେଶ୍ଵର ପ୍ରବଚକ ଓ ସାମ୍ବାଦିକ

Sunil Chandra Nayak

Leave a Comment

error: Content is protected !!