ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସବୁ କୃଷ୍ନମୟ

ସବୁ କୃଷ୍ନମୟ

ଉପେନ୍ଦ୍ର କୁମାର ବସ୍ତିଆ

 

ହେ କୃଷ୍ଣ କେଶବ !

ତୁମ ବଂଶୀ ସ୍ୱନ ଯେବେ 

ଡାକେ ରାଧା ରାଧା 

ବିବେକ ମାନେନା ବାଧା 

କାମ ରହିଯାଏ ଅଧା 

ଧାଇଁ ଯାଏ ରାଧା 

ତୁମ ପାଶେ ସିଧା ସିଧା 

ତୁମ ବଂଶୀ ସ୍ୱନ ••••।

ତୁମ ବଂଶୀ ସ୍ୱର ଯେବେ 

ହୁଅଇ ଅଧୀର 

ସୁରେ ସୁରେ ରାଧା 

ହୁଅଇ ବିଭୋର 

ଯେବେ ତୁମ ବଂଶୀସ୍ଵନ 

କରେ ରସ ଆସ୍ୱାଦନ 

ରାଧା ଅଙ୍ଗେ ଅଙ୍ଗେ 

ଭରିଯାଏ ପ୍ରୀତି ସୁଧା 

ତୁମ ବଂଶୀ ସ୍ୱନ ••••। 

ଉଛୁଳେ ଯମୁନା 

ଖୋଜେ କଦମ୍ବ 

ବଂଶୀ ସ୍ୱନେ ହଜେ  

ରାଧାର ଦମ୍ଭ

ତୁମ ତ୍ରିଭଙ୍ଗିମା ଠାଣି 

ମନ ହୃଦ ନିଏ କିଣି 

ଦେହ ଦେହି ରାଧା ବିନୁ 

କୃଷ୍ଣ ଅଧା ଅଧା 

ତୁମ ବଂଶୀସ୍ୱନ ••••।

ଚଉଦିଗ ଦିଶେ 

ସବୁ କୃଷ୍ଣ ମୟ 

କୃଷ୍ଣ ପ୍ରେମେ ରାଧା 

ହୁଅଇ ତନ୍ମୟ 

ହୃଦରେ ନ ଥାଏ ଦ୍ୱିଧା 

ପ୍ରେମେ ହୁଏ ବାଇ ରାଧା 

ସର୍ବ କଣ୍ଠେ ଗୋପୀ ଜନେ 

ରାଧାକୃଷ୍ଣ ,କୃଷ୍ଣରାଧା 

ତୁମ ବଂଶୀ ସ୍ୱନ ••••.

ରାଉରକେଲା

 

Related posts

ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ପ୍ରତିନିଧି ଓ ସରପଞ୍ଚ

ଚିଲିଗୁଡା ସରକାରୀ ନୀଳ ମାଧବ ହାଇ ସ୍କୁଲ ସ୍ମାର୍ଟ ସ୍କୁଲ ଭାବରେ ଲୋକାର୍ପିତ

ପୋଡ଼ାଗଡ଼ ଠାରେ ପ୍ରାକ ଦଶହରା ପାଳିତ         

Sunil Chandra Nayak

Leave a Comment

error: Content is protected !!