ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ସକାଳର ଜଣାଣ ଜଗନ୍ନାଥ ହୋ

ସକାଳର ଜଣାଣ

ଜଗନ୍ନାଥ ହୋ

 ବିଜୟ କୁମାର ଜେନା

ଜଗନ୍ନାଥ ପ୍ରଭୁ ଚକା ଆଖି ଦେଖି
      ମନତ ଯାଉଛି ଲାଖି
ନୀଳଚକ୍ର ପରେ ପତିତ ପାବନ
   ବାନା ରହିଛି ହେ ସାକ୍ଷୀ।
ଜଗତ ଯାକର କେତେ କେତେ ତୀର୍ଥ
      ବୁଲି ଆସିଛି ଜୀବନେ
ଏମିତିକା ଦିଅଁ କେଉଁଠି ଦେଖିନି
    ପୂର୍ଣ୍ଣତା ଆସଇ ପ୍ରାଣେ।
ଦିନ ରାତି ଲାଗେ ଗହଳ ଚହଳ
      ମନ୍ଦିରଠୁଁ ମହୋଦଧି
କୋଠାଭୋଗ ଖିଆ ନାମେପଡେ ହୁରି
      ତୁମେ କରୁଣା ବାରିଧି।
କେତେ ଦୁଃଖୀରଙ୍କି ପେଟକୁ ଦେଇଛ
        ନିତି ଦିନର ଆହାର
ଦାନା କନା ପଛେ ନଥାଉ କାହାର
    ତୁମ ନାମେ ହୁଏ ପାର।
ଭାବର ଠାକୁର ଚିନ୍ମୟ ଚିନ୍ତନ
     ପ୍ରତି ଓଡ଼ିଆର ପ୍ରାଣ
ତୁମେ ଅଟ ନାଥ ବିଶ୍ବର ନୀୟନ୍ତା
     ବଞ୍ଚେ ନିଖିଳ ଜୀବନ।

 ଅବସର ପ୍ରାପ୍ତ ପ୍ରାଧ୍ୟାପକ

ଶାମୁକା ସାହି , ରଣପୁର ନୟାଗଡ଼

Related posts

ତୀର୍ଯ୍ୟକ

Sunil Chandra Nayak

ପ୍ରାଥମିକ ଶିକ୍ଷକ(ଏକ୍ସ କ୍ୟାଡ଼ର)ଙ୍କ ଆଠଦଫା ଦାବୀପତ୍ର ପ୍ରଦାନ

Sunil Chandra Nayak

ଇନ୍ଦିରା ମେମୋରିଆଲ ଉଚ୍ଚ ବିଦ୍ୟାଳୟର ତିନି ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!