ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ମତାନ୍ଧ ମଣିଷର ଧର୍ମ

ମତାନ୍ଧ ମଣିଷର ଧର୍ମ

ସାବିତ୍ରୀ ବାଇ କନ୍ୟା ଶିକ୍ଷା ଓ ଦଳିତ ଶିକ୍ଷା 
ପାଇଁ ଲଢ଼ୁଥିଲେ ଯେବେ 
ତାଙ୍କ ଉପରେ ଗୋବର ଓ ପଥର ତ ଫିଙ୍ଗୁ
ଥିଲେ କିଛି ଲୋକ ତେବେ |୧|
ବାଧ୍ୟ କଲେ ସୂର୍ଯ୍ୟ ଚାରିପଟେ ପୃଥିବୀ ବୁଲୁଛି
କହିବା କଥାକୁ 
ଗାଲିଲିଓଙ୍କୁ ବନ୍ଦୀ କରି ଜୋର ଦେଲେ ତା 
ଭୁଲ ବୋଲି କହିବାକୁ |୨|
ରାଜା ରାମମୋହନ ଯେତେବେଳେ ସତୀ 
ପ୍ରଥାର ବିରୋଧ କରିଲେ
ଜାଣିଛେ ଆମେ କିଛି ସଂକୀର୍ଣ୍ନ ମଣିଷ ତାଙ୍କୁ
ଖୁବ ହଇରାଣ କରିଥିଲେ |୩|
ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ଯେତେବେଳେ 
ବିଧବା ବିବାହ ପାଇଁ ଲଢ଼ିଲେ 
ଜାଣିଛେ ଆମେ କିଛି ସଂକୀର୍ଣ୍ନ ମଣିଷ ତାଙ୍କୁ 
ଖୁବ ହଇରାଣ କରିଥିଲେ |୪|
ଦକ୍ଷିଣପନ୍ଥୀଙ୍କୁ କହିବା ହେ ତୁମେ ସବୁ ଏ 
ଅନ୍ଧାରରୁ ପ୍ରକାଶକୁ ଆସ 
ମୂର୍ଖାମୀ ନୂହେଁ କି ତାହା ଯିଏ ସବୁ ପିଆଇ
ଥିଲେ ସୋକ୍ରାଟେସଙ୍କୁ ବିଷ |୫|
କହିବା ଆସ ହେ ମିଥ୍ୟାରୁ ତୁମେ ସବୁ 
ସତ୍ୟକୁ, ଘୃଣାରୁ ପ୍ରେମକୁ
ଜେଲରେ ପୁରାଅ କିମ୍ବା ଜୀବନରେ ମାରି 
ଦିଅନ୍ତି ସେମାନେ ତାଙ୍କୁ |୬|
ଯଦି ସାଧାରଣ ଲୋକ ମିଥ୍ୟା ଓ ଅନ୍ଧ ବିଶ୍ବାସ 
ଭିତରେ ବୁଡି ବସିଥିବ
ଭାବ ହେ ଶାସକ, ରାଜଗଦିରେ ବସି ଲୋକଙ୍କ 
ଧନ ଲୁଟି ନେଉଥିବ |୭|
କଷ୍ଟ ଦିଅ କାଳେ କାଳେ ସତ୍ୟ ଉଜାଗର କରୁ
ଥିବା ସମସ୍ତ ବ୍ୟକ୍ତିଙ୍କୁ
କ୍ଷମତା, ଧନ ସମ୍ପତ୍ତିର ଲୁଣ୍ଠନ ଓ ବିଳାସମୟ 
ଜୀବନ ବନ୍ଦ ନହେବାକୁ |୮|
ଗଢ଼ିବାକୁ ଏକ ସୁନ୍ଦର ଓ ପ୍ରେମମୟ ଦୁନିଆ 
ତୁମର କେବେ ହେବନି ମନ
ବହୁତ ଭୟ ତୁମର ସତ୍ୟ ଓ ତର୍କକୁ, କଳ୍ପନା
ରୁ ବାସ୍ତବକୁ ଆସିବା ଖାଲି ସ୍ୱପ୍ନ |୯|

   ଚିତ୍ତ ରଞ୍ଜନ ନନ୍ଦ

    ଜଗତପୁର, କଟକ

Related posts

ଗାନ୍ଧୀ ଆଦର୍ଶ ଓ ଗୋପବନ୍ଧୁ ଆଦର୍ଶ ସମ୍ମାନ ପ୍ରଦାନ ସମାରୋହ 2022 ଅନୁଷ୍ଠିତ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ମନ ଝୁରେ, ନିରନ୍ତରେ

Sunil Chandra Nayak

ପୂଜା ବାଦି  ଙ୍କ କବିତା ମାୟା ମରୀଚିକା 

Sunil Chandra Nayak

Leave a Comment

error: Content is protected !!