ଟେମରି :-(ମ. ନି. ସ )କେନ୍ଦ୍ର ସରକାର ଓ ଓଡିଶା ସରକାର ଦେଶ ର ଉନ୍ନତି ପାଇଁ ଅନେକ ଯୋଜନା କଲେ ମଧ୍ୟ ପ୍ରକୃତ ହିତାଧିକାରୀ ପାଖକୁ ପହଂଚି ପାରୁନାହିଁ ସରକାରୀ ଯୋଜନା l ଯାହା ଫଳରେ ଗରିବ, ଦାରିଦ୍ର, ବେକାର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି l ଲୋକ ପ୍ରତିନିଧିମାନେ ନିଜ ନିଜ ଆପଣାର ଲୋକମାନଙ୍କ ପାଇଁ ଯୋଜନାର ଫାଇଦା ଉଠାଉଥିବାବେଳେ ଅଶିକ୍ଷିତ, ଅପାଠୁଆ,ସରଳ,ନିରୀହ ଲୋକ ବଂଚିତ ରହୁଛନ୍ତି ବୋଲି ବିଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି lଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରି ପଂଚାୟତର କୁମ୍ଭାରୀ ଗ୍ରାମରେ ଲୋକେଶ୍ୱର ଗୋପାଳ, ପିତା – ଧୋବା ଗୋପାଳ ଝାଟିମାଟିର କୁଡ଼ିଆରେ ରହନ୍ତି l ତାଙ୍କର ସ୍ତ୍ରୀ ଓ ଦୁଇ ଜଣ ପୁଅ ମିଶି ଚାରି ଜଣକୁ ନେଇ ଏକ ପରିବାର ଓ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଅଗଷ୍ଟ ପନ୍ଦର ଦିନ ସକାଳ 7ଟାରେ ଶୁକ୍ରୁ ଲହଜଳଙ୍କ ମାଟି ଘର ଭୁଶୁଡି ପଡି ଲୋକେଶ୍ୱର ଗୋପାଳର ଘର ଉପରେ ପଡିବାରୁ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି l ଯାହା ଫଳରେ ସେ କେମିତି ରହିବ,କେଉଁଠିକୁ ଯିବ, ନିରାଶ୍ରୟ ହୋଇ ହାତେ ମୁଣ୍ଡ ଦେଇ ବସିଛନ୍ତି l ସେହିପରି ଶୁକ୍ରୁ ଲହଜଳର ପରିବାର ମଧ୍ୟ ଘର ଭାଂଗି ଯିବା ଫଳରେ ବାସଶୂନ୍ୟ ହୋଇଛନ୍ତି l ଲୋକେଶ ଓ ଶୁକ୍ରୁ ମତ ପ୍ରକାଶ କରିଛନ୍ତି ଯେ ସେ ଅନେକ ଥର ଲୋକପ୍ରତିନିଧିମାନଙ୍କୁ ବାରମ୍ବାର ଘରଟିଏ ପାଇଁ ଜଣାଇ ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ କି ବିଜୁ ପକ୍କାଆବାସ ଆଜିଯାଏଁ ପାଇ ପାରି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି l ଏଥିପ୍ରତି ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ଦୁଇ ପରିବାରକୁ ଜରୁରୀକାଳୀନ ଭିତ୍ତିରେ ରହିବାପାଇଁ ସୁବ୍ୟବସ୍ଥା କରାଯାଉ ବୋଲି ଜନ ସାଧାରଣରେ ଦାବୀ ହେଉଛି l
ଜଗଜ୍ଜିବନ ସାଙ୍କ ରିପୋର୍ଟ