ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନନ୍ଦାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

ନବରଙ୍ଗପୁର ତା ୧୬/୦୮(ମନିସ) ନବରଙ୍ଗପୁର ଜିଲ୍ଲା ନନ୍ଦା ହାଣ୍ଡି ପ୍ଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୪୦ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୦୫ ଗୋଟି ଗୋଷ୍ଠୀ ଗତ ହୋଇଥିବା ବେଳେ ବଳକା ୩୫ଗୋଟି ବ୍ୟକ୍ତିଗତ ଆପତ୍ତି, ଅଭିଯୋଗ ଥିଲା। ସେଥିମଧ୍ୟରୁ ଜମିଜମା, ବାର୍ଦ୍ଧକ୍ୟ ଭତ୍ତା, ଶିକ୍ଷା ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା, ରାସ୍ତା ନିର୍ମାଣ,ମରାମତି, ପ୍ରଧାନମନ୍ତ୍ରୀ ଆବାସ, ନନ୍ଦା ହାଣ୍ଡି ରେ ନୂତନ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ, ବିବାହ ପ୍ରମାଣ ପତ୍ର ପ୍ରଦାନ, ପଞ୍ଚାୟତ କାମର ବକେଆ ପାଉଣା, ଦୀବ୍ୟାଙ୍ଗ ପ୍ରମାଣ ପତ୍ର ଇତ୍ୟାଦି ସଂକ୍ରାନ୍ତୀୟ ଅଭିଯୋଗ ର ଶୁଣାଣି ହୋଇଥିଲା। ଲୋକଙ୍କ ଅଭିଯୋଗ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଶୁଣିବା ସହିତ ଏହାର ତୁରନ୍ତ ଆଶୁ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ। ଏଥି ସହିତ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଉପସ୍ଥିତ ଥିବା ଦିବ୍ୟାଙ୍ଗ ମାନଙ୍କୁ ୧୨ଗୋଟି ହୁଇଲ ଚେୟାର, ଦୁଇ ଗୋଟି ଟ୍ରାଇ ସାଇକେଲ୍, ଦୁଇ ହଳ କ୍ରଚ, ଦୁଇ ଗୋଟି ଟେରା ପେଡ ଜିଲ୍ଲାପାଳ ଡକ୍ଟର ମିଶ୍ର ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଙ୍କ ବ୍ୟତୀତ ଆରକ୍ଷୀ ଅଧୀକ୍ଷକ ଏସ୍ ସୁଶ୍ରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ,ରତ୍ନାକର ସାହୁ, ନନ୍ଦା ହାଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ସଭ୍ୟ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର କାଳୀ ପ୍ରସାଦ ବେହେରା, ପ୍ରଶାସକ ସମନ୍ୱିତ ଜନଜାତି ଉନ୍ନୟନ ବିଭାଗ ଅଭିମନ୍ୟୁ ମାଝୀ,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ସହ ତେନ୍ତୁଳିଖୁଣ୍ଟି ପ୍ରତିନିଧି ଗୋବର୍ଧନ ସାହୁଙ୍କ ରିପୋର୍ଟ୍ ମସୀହା ନିୟୁଜ୍।

Related posts

ମା’ ତାରାତାରିଣୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ

Sunil Chandra Nayak

ଯୁକ୍ତ ୨ କଳା ପରିକ୍ଷା ରେ ଛାତ୍ରୀଛାତ୍ର ମାନଙ୍କ ସଫଳତା

Sunil Chandra Nayak

ମହିଳା ଙ୍କ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!