ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସବୁ ବିଧାୟକ ଙ୍କ ଠାରୁ ନିଆରା ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ

ନବରଙ୍ଗପୁର —(ମନିସ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀ ଟି ଡାବୁଗାଁ, ପାପଡାହାଣ୍ଡି ଓ କୋଷାଗୁମୁଡା ବ୍ଲକର ୫୦ ଟି ପଞ୍ଚାୟତ କୁ ନେଇ ଗଠିତ। ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ରୁ ଡାବୁଗାଁ ନିର୍ବାଚନ ମଣ୍ଡଳୀ କୁ ଆସି କଙ୍ଗ୍ରେସର ଗଡ କୁ ଭାଙ୍ଗି ବିଜେଡି ରୁ ବିଧାୟକ ପ୍ରାର୍ଥୀ ହୋଇ ବିପୁଳ ସଙ୍ଖ୍ୟାରେ ଭୋଟପାଇ ଜୟଯୁକ୍ତ ହୋଇ ଥିବାରୁ ସବୁ ସଭା ସମିତି ରେ ଲୋକପ୍ରିୟ ବିଧାୟକ କୁହନ୍ତି, ମୋତେ ବିଧାୟକ ଆସନ ଚୌକିରେ ବସାଇ ନିର୍ବାଚନ ମଣ୍ଡଳୀର ଚୌକିଦାର କରିଦେଇଛନ୍ତି, ସେହେତୁ ମୋ ନିର୍ବାଚନ ମଣ୍ଡଳୀର ସମସ୍ତ ଉନ୍ନୟନ ମୁଳକ କାମ ସହ ମୋ ଅଞ୍ଚଳର ଜନସାଧାରଣ ଙ୍କ ଭଲ ମନ୍ଦ ରେ ମୋର ସାମିଲ୍ ନିହାତି ଦରକାର। ଏଇଥି ପାଇଁ ବିଧାନ ସଭା ରେ ଥିବା ସମୟ ଛାଡିଦେଲେ ବାକି ସମୟ ନବରଙ୍ଗପୁର ଆସିଲେ କାହାର ବିଭାଘର ତ କାହାର ବ୍ରତଘର,ଆଉ କାହାରଏକୋଇଶା ଘର ତ ଆଉ କାହାର ଦୁଖଘରରେ ପହଞ୍ଚି ଜନ ସାଧାରଣ ଙ୍କୁ ସହାୟତାର ହାତ ବଢାଇ ସୁଖ ଦୁଖରେ ସାମିଲ ହୋଇ ଥାଆନ୍ତି।ବର୍ଷା ଦିନରେ ନିର୍ବାଚନ ମଣ୍ଡଳୀ ର ତିନୋଟି ବ୍ଲକ ର ୫୦ଟି ପଞ୍ଚୟତର ରାସ୍ତା କଡ ମାନଙ୍କରେ ନିଜ ଗାଡି ରଖି ଯେଉଁ ଅଞ୍ଚଳକୁ ଯାଇ ଥାଆନ୍ତି, ସେହି ଅଞ୍ଚଳର ନେତା ମାନଙ୍କୁ ସାଥିରେ ନେଇ ଚାଷ ଜମିରେ କାମ କରୁ ଥିବା ପୁରୁଷ ଓ ମହିଳା ମାନଙ୍କ ପାଇଁ ରେନିକୋର୍ଟ,ଛତା, ଶୁଖିଲା ଖାଦ୍ୟ ,ଚା ନେଇ ଦେଇ ଆତ୍ମତ୍ରୁପ୍ତି ପାଇଥାଆନ୍ତି ଓ ସମୟ ସମୟରେ ସେମାନଙ୍କ ସହ ନାଚି ଖୁସି ଅନୁଭବକରିଥାଆନ୍ତି।ଧାନ କଟା କଟି ସମୟରେ ଧାନ କାଟିବା ପାଇଁ ଦା ଓ ସୁଖିଲା ଖାଦ୍ୟ ସହ ଚା ଦେଇ ବେଶ୍ ଚର୍ଚ୍ଚାକୁ ଆସି ଥାଆନ୍ତି।ଆଉ କେତେବେଳେ ଶାଢି,ଆଉ କେତେବେଳେ ଶୀତ ବସ୍ତ୍ର ପ୍ରଦାନ କରି ଖୁସି ହୋଇ ଥାଆନ୍ତି।ଏଇ ଲୋକପ୍ରିୟ ବିଧାୟକଙ୍କ ଏପରି କାର୍ଜ୍ୟ ଶୈଳୀ କୁ ଅନ୍ୟ ବିଧାୟକ ମାନେ ଆପଣାଇ ଅନୁରୁପ କାର୍ଜ୍ୟ କରୁ ଥିବା ଦେଖିବାକୁ ମିଳୁଛି। ଆଜି ବର୍ଷାକୁ ନ ମାନି କୋଷାଗୁମୁଡା ବ୍ଲକର ବାକଟିଗୁଡା,କେରଣ୍ଡିମାଳ, ଦୁରାଗାଁ, ବି ଏମ୍ ମେଳା,ସନ୍ତୋଶପୁର,ମୁଣ୍ଡିଧାନୁଆ,ସରଳାଧାନୁଆ,ନଞ୍ଜିଧାନୁଆ,ଆଉଳି,ଭୈସାବେଡା ପ୍ରଭ୍ରୁତି ଗ୍ରାମ ଗୁଡିକ ବିଲରେ କାମ କରୁ ଥିବା ପୁରୁଷ ଓ ମହିଳାଙ୍କୁ ରେନ୍ କୋର୍ଟ,ଛତାଓ ଶୁଖିଲା ଖାଦ୍ୟ,ଚା ବାଣ୍ଟି ଲୋକ ମାନଙ୍କ ପାଖରେ ଠିଆ ହୋଇ ଲୋକମାନଙ୍କ ସୁଖ ଦୁଖରେ ସାମିଲ ହୋଇ ଆନନ୍ଦ ପାଇଥାଆନ୍ତି।ବିଧାୟକ ହେବତ ଏମିତି ବୋଲି ଚାରିଆଡେ ଚର୍ଚ୍ଚା ଜୋର ଧରିଛି।

ନବରଙ୍ଗପୁର୍ ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ।

Related posts

କୁନା ସେଠୀ ଙ୍କ କବିତା ସେଥିରେ କି ଲାଭ ଅଛି???

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ରାକ୍ଷୀ ମୋ ରାକ୍ଷୀ , ଦୁଃଖ ସୁଖର ସାକ୍ଷୀ 

Sunil Chandra Nayak

ପେଟ୍ରୋଲ ୯ ଟଙ୍କା ୫୦ ଓ ଡିଜେଲ ୭ ଟଙ୍କା କମିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଙ୍କ ସୂଚନା

Leave a Comment

error: Content is protected !!