ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେ ଆଇନ୍ ବାଲି ବୋଝେଇ ଗାଡି କୁ ଜୋରିମାନା 

କୋଷାଗୁମୁଡ଼ା ୨୭/୦୭ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ବାମୁଣୀ ଗ୍ରାମ ପଞ୍ଚାୟତ ବି, ଗୁମୁଣ୍ଡୁଳି ଇନ୍ଦ୍ରାବତୀ ସେତୁ ଛକରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟ ରେ ତିନିଟି ବାଲି ବୋଝେଇ ଟ୍ରକ୍ ର କାଗଜ ପତ୍ର ଯାଞ୍ଚ କରିଥିଲେ l ବlଲି ବୋଝେଇ ଟ୍ରକ ରେ କେଉଁ ଠାରୁ ବାଲି ନେଉଛନ୍ତି କୋଉଠି ନେଉଛନ୍ତି ଓ ରୟଲିଟି ଦେଖାଇବାକୁ କହିଥିଲେ କିନ୍ତୁ ରୟଲିଟି ଥିଲେ ମଧ୍ଯ ତାରିଖ ଉଲ୍ଲେଖ କରି ନ ଥିଲେ l ଏପରିକି ଅନେକ ଟିପର ରେ ବିନା ରୟଲିଟି ରେ ବଲି ଚାଲାଣ ହେଉଥିବା ନଜିର୍ କୁ ଆସୁଛି l ଟ୍ରକ୍ ତିନିଟି କୁ କୋଷାଗୁମୁଡ଼ା ଥାନା ରେ ଆଣି ଅଟକ ରଖାଯାଇଥିଲା I ବିନା କାଗଜରେ ବାଲି ନେଉଥିବା ଜଣା ପଡିବା ପରେ କୋଡିଙ୍ଗା ଅତିରିକ୍ତ ତହସିଲଦାର ସବ୍ୟସାଚୀ ଜେନା ଙ୍କୁ ଜାଣଇ ଥିଲେ l ସେ ଆସି ତଦାରଖ କରିଥିଲେ, କୋଷାଗୁମୁଡ଼ା ରାଜସ୍ଵ ନିରୀକ୍ଷକ ବେଆଇନ୍ ବାଲି ଚାଲାଣ ତିନୋଟି ଗାଡି କୁ ୯୦ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ l ଏହି ପରି ଭାବେ ପ୍ରତ୍ୟେକ ଦିନ ବାଲି ବୋଝେଇ ଟ୍ରକ ଯାଉଥିଲେ ମଧ୍ଯ ପ୍ରଶାସନ ର ଦୃଷ୍ଟିକୁ ଆସୁ ନାହିଁ l କୋଡ଼ିଙ୍ଗା ତହସିଲଦାର ସମସ୍ତ ଲିଜ୍ ଦାରି ମାନଙ୍କୁ ମଧ୍ୟ ବର୍ଷା ରୁତୁ ରେ ବାଲି ନ ଉଠାଇବା ପାଇଁ ନୋଟିସ ଦେଇଛନ୍ତି l ଓ ସମସ୍ତ ରାଜସ୍ୱ ନିରୀକ୍ଷକ ମାନଙ୍କୁ ମଧ୍ଯ ଚିଠି .ମାଧ୍ୟମ ରେ ଜଣାଇ ଦିଆଯାଇଛି l କିନ୍ତୁ ବା ଲି ଚୋରା ଚାଲାଣ ବନ୍ଦ ହେଉ ନାହିଁ l ବାଲି ବୋଝେଇ ଟ୍ରକ୍ ଗୁଡିକ ଓଭର ଲୋଡ୍ କରି ନେଇଛନ୍ତି l ଏଥି ଯୋଗୁ ରାସ୍ତା ଉପରେ ଖାଲ ଖମା ହୋଇ ଯାଉଛି l କିନ୍ତୁ ଏବେ ମଧ୍ୟ ଅନିଶ୍ଚିତତା ମଧ୍ୟରେ ଯେ କେଉଁ ବାଲି ଘାଟ ରୁ ବାଲି ଚାଲାଣ ହେଉଛି l

କୋଷାଗୁମୁଡ଼ା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ

Related posts

ରାଜ୍ୟ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ବାଲ୍ୟ ବିବାହ ନିରୋଧ ତଥା ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ

Sunil Chandra Nayak

ଆସ କିଛି ଜାଣିବା…..

Sunil Chandra Nayak

Leave a Comment

error: Content is protected !!