ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସ୍ତା ସମସ୍ୟା କୁ ନେଇ ବନ ବିଭାଗ ଗାଡିକୁ ଅଟକ ରଖିଲେ ଗ୍ରାମବାସୀ

କାମାକ୍ଷାନଗର_ 26/O7/22 ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଟୁରିଆ ପଂଚାୟତ ବାଘ ମୁଣ୍ଡା ଗାଁ ରାସ୍ତା ସମସ୍ୟା କୁ ନେଇ ବନ ବିଭାଗ ଗାଡିକୁ ଅଟକ ରଖିଲେ ଗ୍ରାମ ବାସୀ, ଏଥି ସହିତ ବାଘ ମୁଣ୍ଡା ଶୁଣ୍ଡିକାଟେଣୀ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ |ତେବେ ଦୀର୍ଘ ବର୍ଷ ଧରି ୧୦୦ରୁ ଆଦିବାସୀ ପରିବାର ଏହି ଗ୍ରାମ ରେ ବସବାସ କରି ଆସୁଥିବା ବେଳେ, ଦୈନଦିନ ଯାତାୟତ ପାଇଁ ସେମାନେ ଏହି ରାସ୍ତା ରେ ଜୟପୁରା କାଟେଣୀ ପଞ୍ଚାୟତ ଦେଇ ୫୩ନଂ ଜାତୀୟ ରାଜପଥ କୁ ବାହାରି ଥାନ୍ତି |ତେବେ ବନ ବିଭାଗ ପକ୍ଷରୁ ଏହି ରାସ୍ତା ରେ ଟ୍ରାକ୍ଟର ରେ ଯାତାୟାତ କରୁଛନ୍ତି |ଯାହାଫଳରେ ରାସ୍ତାଟି ଖାଲ ଢିପ ହୋଇ କାଦୁଅ ହୋଇଯାଇଛି |ତେଣୁ ଗ୍ରାମବାସୀଙ୍କ ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି |ଯେଉଁଥିପାଇଁ ଆଜି ବନ ବିଭାଗ ଗାଡିକୁ ଅଟକ ରଖିଥିଲେ ଗ୍ରାମବାସୀ |ତେବେ ଖୁବ ଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମୁକ୍ତାପସୀ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ଭଞ୍ଜ ପ୍ରତିଶୃତି ଦେବା ପରେ ରାସ୍ତା ରୁ ଉଠିଥିଲେ ଗ୍ରାମବାସୀ |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଟିକିରୀ ସ୍ଥିତ ଗେଷ୍ଟହାଉସରେ ଉତ୍କଳ ଆଲୁମିନା ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

ନର୍ଲା ତିନିଗୋଟି ଜୋନରେ ବିଜେଡ଼ିର ଶଙ୍ଖନାଦ, ବିଜେପି ଧ୍ୱସ୍ତ ବିଧ୍ୱସ୍ତ, ଅଣ୍ଟା ସଲଖିଲା କଂଗ୍ରେସ

Sunil Chandra Nayak

ଦୁର୍ଘଟଣା ରେ ଶିକ୍ଷକଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!