ହସି ଉଠିଲା ଏ ଓଡିଶା ମାଟି
କୁନା ସେଠୀ
କଳା ଶ୍ରେଷ୍ଟ ଏଇ ଉତ୍କଳ ଆମର
ପରିଚିତ ପୁଣି ସାରା ଦେଶରେ
ରାଷ୍ଟ୍ରପତି ପଦେ ବସିଲେ ଦ୍ରୌପଦୀ
ଚିହ୍ନିଲା ବିଶ୍ୱ ଯେ ନୁଆଁ ରୂପରେ ।
ଏଇ ମାଟି ପରା ବୀର ପ୍ରସବିନି
ଇତିହାସ କହେ ଯୁଗେ ଯୁଗେରେ
ବୀର ବିରଙ୍ଗନା ଏ ମାଟିର ଗର୍ବ
ବାଟ ଚାଲିଥାନ୍ତି ଯୋଦ୍ଧା ବେଶରେ ।
ଓଡ଼ିଆ ଜାତିର ଇତିହାସେ ପରା
ରହିଛି ରହିବ ଉଚ୍ଚ ଆସନେ
ରାଷ୍ଟ୍ରପତି ସାଜି ଦ୍ରୌପଦୀ ଯେ ଆଜି
ରଖିଲେ ସମ୍ମାନ ନେତା ବେଶରେ ।
ଜଗନ୍ନାଥ ଧାମ ରୂପେ ପରିଚିତ
ଏଇ ସେ ଓଡିଶା ସାରା ବିଶ୍ୱରେ
ରାଷ୍ଟ୍ରପତି ମାଟି ହୋଇବ ଚିହ୍ନିତ
ଗାଇବ ଭାରତ ତାର ନାମରେ ।
ବିଶ୍ୱର ଏଇ ଯେ ବଡ଼ ଗଣତନ୍ତ୍ର
ଭାରତ ବରଷ ନାମରେ ଉଭା
ଏଇ ମାଟିର ଯେ ରାଷ୍ଟ୍ରପତି ଭାବେ
ଦ୍ରୌପଦୀ ପରା ହୋଇଲେ ଉଭା ।
ହସିବ ଓଡିଶା ହସିବ ଏ ମାଟି
ପାଇବ ସମ୍ମାନ ସାରା ବିଶ୍ୱରେ
ଓଡ଼ିଶାର ଝିଅ ରାଷ୍ଟ୍ରପତି ହୋଇ
ରଖିଲା ସମ୍ମାନ ଏଇ ମାଟିରେ ।
ଭୁତସରସିଙ୍ଗି, ଗଂଜାମ