Uncategorizedଅରୂପ କୁମାର ବିଶ୍ବାଳ ଙ୍କ କବିତା ଦ୍ରୌପଦୀ ମୁର୍ମୁ by Sunil Chandra NayakJuly 22, 2022July 22, 2022096 Share0 ଦ୍ରୌପଦୀ ମୁର୍ମୁ ଅରୂପ କୁମାର ବିଶ୍ବାଳ ମହାମହିମ ରାଷ୍ଟ୍ରପତି ହେ ଗର୍ବ ତୁମେ ଓଡିଶାର, ଦ୍ରୌପଦୀ ମୁର୍ମୁ ହେ ତୁମକୁ ସଲାମ କରୁଛୁ ହେ ବାରମ୍ବାର। ଓଡିଶା ମାଟିର ଗଉରବ ତୁମେ ଭାରତର ରାଷ୍ଟ୍ରପତି, ଏଇ ଭାରତର ସର୍ବୋଚ୍ଚ ଆସନେ ହୋଇଅଛ ଅଧିପତି। ପାହାଡ ପୁରରେ ଜନମି ଥିଲ ହେ ଏଇ ଓଡିଶାର କନ୍ୟା, ଏ ସାରା ଭାରତେ ରଚି ଇତିହାସ ଆହେ ମୁର୍ମୁ ତୁମେ ଧନ୍ୟା। ଅଖ୍ୟାତ ପଲ୍ଲୀରୁ ବିଖ୍ୟାତ ହୋଇଲ ସାରା ବିଶ୍ବ ଦରବାରରେ, ଓଡିଶା ମହତ ଓଡିଶା ଗୌରବ ଲେଖିଲ ସ୍ବର୍ଣ୍ଣ ଅକ୍ଷରେ। କିରାଣୀ,ଶିକ୍ଷୟତ୍ରୀ,କର୍ପୋରେଟର ହେଲ ବିଧାୟକ ମନ୍ତ୍ରୀ, ରାଜ୍ୟପାଳ ହେଲ ଝାଡ଼ଖଣ୍ଡ ରାଜ୍ୟର ପୁଣି ହେଲ ରାଷ୍ଟ୍ରପତି। ବନଭୂମି ଘେରା ମୟୂରଭଞ୍ଜର ତୁମେ ତ ସଫଳ ସୃଷ୍ଟି, ଇତିହାସ ତୁମେ ସୃଷ୍ଟ କରିଗଲ ଅଭୁଲା ତୁମର କୀର୍ତ୍ତି। ସହକାରୀ ଶିକ୍ଷକ ଏନ୍.ଏ.ସି ବାଳିକା ଉଚ୍ଚ ବିଦ୍ୟାଳୟ, ପାରାଦୀପ