ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ବିଜ୍ଞାପନରେ ମନ

ବିଜ୍ଞାପନରେ ମନ

ଜୟ କୁମାର ମିଶ୍ର 

ଖାଲି ବିଜ୍ଞାପନ,କାମଘର ଶୂନ୍ୟ 
ପ୍ରଚାର ସର୍ଵସ୍ବ ମନ, 
କହି ବୁଲୁଥାଏ, ଟେକ ଟାଣ ହୁଏ, 
ଭୁଲି କାଣ୍ଡ ଜ୍ଞାନ, ମାନ ll
ସବୁ କହିଦେବ, ପ୍ରଥମ ହୋଇବ 
ଆବେଗ ଆତୁର ବେଶି, 
ନାହିଁ କାଳପାତ୍ର, ଶିଷ୍ଟାଚାର ପଥ
ହୋଇ ଆଗତୁରା ଭାଷି ll
ସବୁ ହାତୀ ଘୋଡା, କୋଠା ବାଡ଼ି ଛିଡା 
ଆଳି ଅଳଙ୍କାର ଭାରି, 
ସଭିଏଁ ଗୁଣିର, ସମ୍ମାନ ସଂସ୍କାର 
ରହିଛି କେତେ ଖାତିରି ll
ମଠ ମନ୍ଦିରରେ, ବିବାହ, ବ୍ରତରେ 
ଟେକଟାଣ କେତେ କଥା, 
ଫୁଲେଇ, ପୁଲେଇ, ବଚନକୁ କହି
କଞ୍ଚାରେ ଖାଆନ୍ତି ମଥା ll
କେତେ ଅବା ଫୋଟ, ଭିଡ଼ିଓରେ ନାଟ, 
ଛପା ଛପି ପତ୍ରିକାରେ 
ସବୁତ ଜବର, ଉତ୍କୃଷ୍ଟ ଅପାର 
ଫୁଲା ଫୁଙ୍କାଳିଆ ଗୀର ll
ତୀଳ ତାଳ ହୁଏ,କଳ୍ପନାକୁ ଥୁଏ 
ଗଳ୍ପର ପସରା ସିଏ, 
ଶଗଡିଆ ଗୀତ, ଗାଉଥାଏ ନିତ୍ୟ 
(ଯେବେ)ଶଗଡ ଭଲରେ ଯାଏ ll
ପିଲାଙ୍କର ପାଠ, ଜ୍ଞାନମାନ ଶ୍ରେଷ୍ଠ 
ପୁଅ ବୋହୂ,ଝିଅ, ଜ୍ୱାଇଁ, 
ସବୁତ ସଂସ୍କାର, ଉତ୍ତମ ଆଚାର
ନାହିଁ ସରି ସମ କେହି ll 
ଶାଶୁ ଓ ଶ୍ୱଶୁର, ନଣନ୍ଦ, ଦିଅର 
ଯାଆ ଦେଡଶୁର ସାଥେ, 
ପୁତୁରା ଝିଆରୀ, ଭଣଞ୍ଜା, ଭାଣିଞ୍ଜି 
ସମ୍ମାନ ଦିଅନ୍ତି କେତେ ll
ମୁଖରେ ପ୍ରଶଂସା, ଟେକଟାଣ ଭାଷା, 
ପଛେ ଗାଳି ଆଉ ରିସା, 
କେତେ ଅଭିଶାପ, ଇର୍ଷା ଆଉ ତାପ 
ପରଶ୍ରୀ କାତର ବସା ll
ସବୁତ ଛଳନା,କେତେ ଯେ ବାହାନା
ଜୀବନ୍ତ ନାଟକ ଛବି, 
ନିରୀହ ମଣିଷ, ନପାଇ, ସନ୍ଦେଶ
ବନିଯାଏ ବୋକା, ଭାବି ll
ପାଏନା ତା କୂଳ, ପାଏନା ତା ସ୍ଥଳ 
ମଝି ନଈଟିରେ ଭାସେ, 
ଦେଖି ବିଜ୍ଞାପନ, ଦୁଃଖ କରେ ମନ 
ନିଜକୁ ଧିକାରୀ ବସେ ll
ଦାଣ୍ଡେ ଝିଲ୍ଲୀମିଲି,ମନ ଜଳେ ଖାଲି 
ଅକୁହା ବେଦନା ଧରି, 
ଅଜାଗା ଘାଆର, ଯନ୍ତ୍ରଣାର ଜ୍ୱର
ତନୁ ମନେ ଯାଏ ଘାରି ll
ବୃଥା ଫୁଲାଫୁଙ୍କା,ଯେବେ ଦେବ ଧୋକା
କରିବ ମନକୁ ରକ୍କା , 
ସଚଳ ଅଚଳ, ଭାଙ୍ଗିଦେବ ବଳ
ବିଜ୍ଞପ୍ତି ହୋଇବ ଫିକା ll

ଜୟ କୁମାର ମିଶ୍ର,

ଗ୍ରାମ-ବୁଦୁରା 
ଡାକ-ଗୋରିବନ୍ଧା,ମାଧ୍ଯମ-କାଶୀନଗର,
ଜିଲ୍ଲା-ଗଜପତି, ଓଡିଶା, 761206, 

Related posts

ଯୁବକ ଙ୍କୁ ନିର୍ମମ ହତ୍ୟା ଘଟଣା ସାଇଣ୍ଟିଫିକ ଟିମ ଓ ପୁଲିସ ର ତଦନ୍ତ ଜାରି ୨ ଅଭିଯୁକ୍ତ ଅଟକ

Sunil Chandra Nayak

ରଞ୍ଜନ କୁମାର ବ୍ରହ୍ମା ଙ୍କ କବିତା ଶୁଣିବା ହେଉ ମଣିମା 

Sunil Chandra Nayak

କବି ଭାରତୀ ସରିତା ମହାନ୍ତି ଙ୍କ କବିତା ଶୂନ୍ୟତା

Sunil Chandra Nayak

Leave a Comment

error: Content is protected !!