ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରଵ:-୬

ହଜିଲା ଦରଵ:—୬

 ଦିଲ୍ଲୀପ କୁମାର ନନ୍ଦୀ

ନୋଥଣି ବସଣି ସିନ୍ଦୁକ ସନ୍ଧିରେ
ଚ଼ିତାକୁଟା ଉଠି ଗଲାଣି
ହଳଦୀ ତେଲକୁ କିଏବା ପଚାରେ
କଣ୍ଡିସନ ମଖା କେଶରେ।୧।
ଅଣ୍ଟା ସୁତାରୁ ତ ମୁହାଣ୍ଡି ହଜିଲା
କଞ୍ଚିକାଠି ନାହିଁ କଟିରେ
ଖୋଷଣି ଗଣ୍ଠିଟା ଖସିତ ଗଲାଣି
କୁଞ୍ଚ ଶୋଭା ନାଭି ଦେଶରେ।୨।
ମୁଦି ଝୁଣ୍ଟିଆ ତ ଝୁଣ୍ଟି ହଜିଲାଣି
ଶଙ୍ଖାରୀଟା ଶଙ୍କି ଗଲାଣି
କାଞ୍ଜି ଖଞ୍ଜା ନାହିଁ ଇସାଣ କୋଣରେ
ଥଣ୍ଡାପାନୀୟରେ ଚର୍ଚ୍ଚାରେ।୩।
ଗୋପାଳ ପୁଅଟା କୁହାଟ ଛାଡ଼ୁଛି
ଦୁଗ୍ଧ ଭାର ଧରି କାନ୍ଧରେ
ବିଦେଶୀ ବୋତଲ ଠିପି ଖୋଲିଦେଲେ
ଅତିଥି ତ ଭାରି ମୁଗ୍ଧରେ।୪।
କାଏମା, ଧର୍ମଶାଳା, ଯାଜପୁର

Related posts

ରାଜପଥ ରକ୍ଷଣାବେକ୍ଷଣ: ଓଡ଼ିଶାକୁ ମିଳିଲା ଆଉ ୧.୪୮ କୋଟି

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ଜୀବନ ମୂଲ୍ୟବୋଧ

Sunil Chandra Nayak

ଅଶାକର୍ମୀ କ୍ଷ୍ୟମାସିଲାଙ୍କୁ ସ୍ୱାସ୍ଥ୍ୟ ସେବା ସମ୍ମାନ

Sunil Chandra Nayak

Leave a Comment

error: Content is protected !!