ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ତୁମେ ଥାଉ ଥାଉ ଆଉ ପାଶେ ଯିବି
    କିଏବା ବୁଝିବ ଦୁଃଖ
ତୁମକୁ ଅନାଇ ଯୁଗ ମୋର ଯିବ
     ଆହେ ମୋକଳା ଶ୍ରୀମୁଖ ।
ତୋତେ ଚାହିଁ ଚାହିଁ ଦିନ ସରି ଯିବ
    ତୋ ସେବାରେ ଦେବି ମନ
କରୁଛି ମିନତୀ ରଖୁଛି ଭକତି
    ପ୍ରଣାମ ମୋବାରେ ଘେନ।
ସବୁ ଛାଡ଼ି ଦେଇ ଜଗିଛି ଆଶାରେ
     କେଉଁ ଆଶା ମୋ ପୂରଣ
ପ୍ରଭୁ ତୁମ ଇଚ୍ଛା ଯାହା ଯାଚି ଦେବ
      ତା ମୁଁ କରିବି ଗ୍ରହଣ।
ଜନ୍ମ ରୁ ମରଣ ସଂଗ୍ରାମ କରୁଛି
     ସବୁ ତୁମରି ସେବାରେ
ଏଘର ତୁମର ଏମନ ତୁମରି
   ସଂସାର ତୁମ ସାଥିରେ।
ଯେଉଁ ଡାଳ ଧରି ଛାଟଦେବ ମୋତେ
      ଅମାନିଆ ଛାତ୍ର ମାନ
ସେତେ ଦିନଯାଏ ଛାତ୍ରଯେ ଅଜ୍ଞାନ
     ଗୁରୁ ଭକ୍ତି ମିଳେ ଜ୍ଞାନ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ରେଣୁ ମାଝୀଙ୍କ ନ୍ଯାର୍ଯ୍ଯ ଦାବି –  ଆଜି  ୧୯ ଦିନ ରେ ପହଞ୍ଚିଲା ଆମ ଆଦମୀ ପାର୍ଟିର ଗଣଧାରଣା

Sunil Chandra Nayak

ଯୁବ ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମ

Sunil Chandra Nayak

ସନାତନ ଆଧ୍ୟାତ୍ମିକ ସାହିତ୍ୟ ସଂସଦ ତରଫରୁ ଲମ୍ବୋଦର ସେବା ସମ୍ମାନ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!