Uncategorizedଚିତ୍ରା ରାଣୀ ପାତ୍ର ଙ୍କ କବିତା ।। କାଳି ଆପାଇଁ।। by Sunil Chandra NayakJuly 15, 20220109 Share0 ।। କାଳି ଆପାଇଁ।। ଅନାଥର ନାଥ ତୁମେ ଅଗତିର ଗତି, ତୁମ ବିନା ନାହିଁ ଶାନ୍ତି ଜୀବନରେ ମୁକ୍ତି।।୧।। ତୁମେ ଚୀର ସାଥୀ ପରା ଅଶାନ୍ତ ହୃଦର, ତୁମେ ଥିଲେ ପାଶେ ମୋର ଭୁଲେ ମୁଁ ସଂସାର।।୨।। ଯେତେ ଦେଖିଲେବି ତୋତେ ମନମୋ ଭରେନା, ସବୁବେଳେ ଦେଖେ ତୋତେ ମୋମନ ଆଇନା।।୩।। ଯୁଆଡ଼େ ଗଲେବି ତୁହି ସାଥେ ସାଥେ ଯାଉ କ୍ଷଣେ ନଦେଖିଲେ ପରା ପାଗଳିନୀ କହୁ।।୪।। ଏ ଇକି ବନ୍ଧନ ଆମ ଦୁହିଁଙ୍କ ଭିତରେ, କାଳିଆତୁ ନିରନ୍ତରେ ରହୁ ମୋ ପାଖରେ।।୫।। ।। ଚିତ୍ରା ରାଣୀ ପାତ୍ର।। ।। ବାଲେଶ୍ଵର।।