ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ରା ରାଣୀ ପାତ୍ର ଙ୍କ କବିତା ।। କାଳି ଆପାଇଁ।।

।। କାଳି ଆପାଇଁ।।

ଅନାଥର ନାଥ ତୁମେ 
ଅଗତିର ଗତି,
ତୁମ ବିନା ନାହିଁ ଶାନ୍ତି
ଜୀବନରେ ମୁକ୍ତି।।୧।।
ତୁମେ ଚୀର ସାଥୀ ପରା
ଅଶାନ୍ତ ହୃଦର,
ତୁମେ ଥିଲେ ପାଶେ ମୋର
ଭୁଲେ ମୁଁ ସଂସାର।।୨।।
ଯେତେ ଦେଖିଲେବି ତୋତେ
ମନମୋ ଭରେନା,
ସବୁବେଳେ ଦେଖେ ତୋତେ
ମୋମନ ଆଇନା।।୩।।
ଯୁଆଡ଼େ ଗଲେବି ତୁହି
ସାଥେ ସାଥେ ଯାଉ
କ୍ଷଣେ ନଦେଖିଲେ ପରା
ପାଗଳିନୀ କହୁ।।୪।।
 ଏ ଇକି ବନ୍ଧନ ଆମ
ଦୁହିଁଙ୍କ ଭିତରେ,
କାଳିଆତୁ ନିରନ୍ତରେ
ରହୁ ମୋ ପାଖରେ।।୫।।

    ।। ଚିତ୍ରା ରାଣୀ ପାତ୍ର।।

           ।। ବାଲେଶ୍ଵର।।

Related posts

ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ଛତା ବଣ୍ଟନ

ରାଜ୍ୟସ୍ତରୀୟ କବି ଲେଖକ କଳାକାର ସମାବେଶ ଆୟୋଜିତ

Sunil Chandra Nayak

ଶ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଦ୍ୱାରା ୩ ନାଗ ସାପ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!