ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଉତ୍ସବ ଘୁମରା,୨୦୨୩.ପସ୍ତୁତି ବୈଠକ

ଜୁନାଗଡ଼, ୧୩/୧୨(ମ ନି ସ)  ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମରା ୨୦୨୩ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବ୍ଲକ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧକ୍ଷ୍ୟା ସବିତା ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ବିଡ଼ିଓ ଦୁଲାରାମ ମାରାଣ୍ଡି, ବ୍ଲକ ଅଧକ୍ଷ ପ୍ରମୋଦ ବେହେରା,ଏନଏସି ନଗରପାଳ ମୁକେଶ ଅଗ୍ରୱାଲ, ଉପାଧକ୍ଷ୍ୟା ହିମାଦ୍ରୀ ନାଏକ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ବିଶମ୍ବର ମିଶ୍ର, ଥାନା ଅଧିକାରୀ ଉତ୍ତମ ସାହୁ,ଡବ୍ଲୁଇଓ,ସୁମନ୍ତ ମାଝୀ, ଏବଂ ବ୍ଲକ ଓ ଏନଏସି ଅଧିକାରୀ ମଞ୍ଚାସିନ ଥିଲେ।ଏଥିରେ ସର୍ବସମ୍ବତି କ୍ରମେ ଆସନ୍ତା ୭,୮, ୯ ତାରିଖରେ ସ୍ଥାନୀୟ ଲଙ୍କେଶ୍ୱରୀ ମଞ୍ଚଠାରେ ଏହି ଉତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତି ହୋଇଛି।ଏଥିନେଇ ବିଭିନ୍ନ ବିଭାଗ ଓ କାର୍ଯ୍ୟକ୍ରମ ପାଇଁ ହିମାଂଶୁ ବରାଡ଼,ସନ୍ତୋଷ ସିଂହଦେଓ, ଅଶୋକ ପଟ୍ଟନାୟକ, ପ୍ରଭାକର ସେଠି, ମନୋରଞ୍ଜନ ମିଶ୍ର, ଖଗେ ଧଙ୍ଗଡାମାଝୀ, ପ୍ରିୟବ୍ରତ ବଣୁଆ ,ପ୍ରଭାକର ସେଠୀ ପ୍ରମୁଖ ନିଜର ମତାମତ ରଖିଥିଲେ। ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ କମିଟି ମାନ ଗଠିତ ହୋଇଥିଲା।ସେହିପରି ଉତ୍ସବ କୁ ଆକର୍ଷଣୀୟ କରିବା ପାଇଁ ସ୍ଥାନୀୟ, ଜିଲ୍ଲା ତଥା ବାହାରୁ ସାଂସ୍କୃତିକ ଦଳ ମାନଙ୍କୁ ଆମନ୍ତ୍ରଣ କରାଯିବ ବୋଲି ନିଷ୍ପତି ହୋଇଛି। ଶାନ୍ତି ଶୃଙ୍ଖଳା ,ଟ୍ରାଫିକ ବ୍ୟବସ୍ତା କୁ ଅଗ୍ରାଧିକାର ଦିଆଯିବ ବୋଲି ବିଶେଷ ଭାବେ ଆଲୋଚନା ହୋଇଥିଲା।କାର୍ଯ୍ୟକ୍ରମ ରେ ବ୍ଲକ ଅଂଚଳରୁ ସରପଞ୍ଚ, ସମିତି ସଭ୍ୟ, ଏନଏସି ୱାର୍ଡ ମେମ୍ବର, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଜନସାଧାରଣ ଉପସ୍ଥିତ ରହି ଥିଲେ।ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

କୋକସରା ବ୍ଲକ ଆତ୍ମା କମିଟି ପକ୍ଷରୁ କର୍ମଶାଳା ଗୋଷ୍ଠି ମହିଳା ଓ ଚାଷୀ ଙ୍କୁ ସହାୟତା ପ୍ରଦାନ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ଅବିନାଶୀ ଆତ୍ମା

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଦିନେ ତୁମେ ଫେରିବ 

Sunil Chandra Nayak

Leave a Comment

error: Content is protected !!