ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସରଗୁଲ ଚମ୍ପିୟାନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିନ୍ଧାଣୀ ଗ୍ରାମର ଆର୍.ଏସ୍ କମିଟି ପକ୍ଷରୁ ଛଅ ଓଭର ବିଶିଷ୍ଟ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ତେରେସିଙ୍ଗା ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ପ୍ରମୋଦ ସୁନା, ସମ୍ମାନିତ ଅତିଥି ଭାବେ ଗାଳ୍ପିକ-ଗୀତିକାର- ଅଭିନେତା- ତଥା କ୍ଷୁଦ୍ର ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଂଜୀବ କୁମାର ନାଗ ଏବଂ ବିନ୍ଧାଣୀ କ୍ରିକେଟ ଦଳର ପୂର୍ବତନ ଖେଳାଳୀ ଶ୍ରୀଯୁକ୍ତ ଚରଣ ବାଗ ପ୍ରମୁଖ ଯୋଗ ଦେଇଥିଲେ l ଏହି ଟୁର୍ଣ୍ଣାମେଣ୍ଟରେ ଆଖପାଖ ଅଞ୍ଚଳର ମୋଟ ଆଠ ଗୋଟି କ୍ରିକେଟ ଦଳ ଅଂଶଗ୍ରହଣ କରିଥିଲା l ପ୍ରଥମେ ତେରେସିଙ୍ଗା ଓ ରିଷିଡା ମଧ୍ୟରେ ଖେଳ ହୋଇଥିଲା l ଶେଷରେ ଭାଲୁପିଆ ଓ ସରଗୁଲ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏଥିରେ ସରଗୁଲ ଦଳ ଚମ୍ପିୟାନ ହୋଇଥିଲେ l ସରଗୁଲ ଦଳର ହିରୋ ଜାନୀ ଫାଇନାଲ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ l ଏଥିରେ କମିଟିର ରୋହିତ ସାହୁ, ମଧୁସୂଦନ ଘିଭେଲା, ସତ୍ୟ ରଞ୍ଜନ ସୁନା, ବିସ୍ମୟ ନାଗ, ଶାଶ୍ୱତ ତାଣ୍ଡି, ଆକାଶ ସାହୁ ପ୍ରମୁଖ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ନୃତ୍ୟ ଗୀତ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ସ୍ବାଗତ…

Sunil Chandra Nayak

କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ବିଧାୟକ କଲେ ବନ୍ଧୁ ମିଳନ

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଇନ୍ଦ୍ରଧନୁ

Sunil Chandra Nayak

Leave a Comment

error: Content is protected !!