ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରେଙ୍ଗାଳପାଲି ଠାରେ କରଣ ସମାଜର ନୂଆଖାଇ ଭେଟଘାଟ ଓ ବନ୍ଧୁ ମିଳନ

କୋକସରା,୧୦/୧୦- (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ନାହାଲପଡା ହାଇସ୍କୁଲରେ କୋକସରା ବ୍ଲକ ଆଞ୍ଚଳିକ କରଣ ସମାଜ ପକ୍ଷରୁ ରବିବାର ଆଞ୍ଚଳିକ କରଣ ସମାଜର ସଭାପତି ସହଦେଵ ପଟ୍ଟନାୟକ ଙ୍କ ସଭାପତିତ୍ୱରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଚାନ୍ଦାହାଣ୍ଡି ବ୍ଲକ ଓ କୋକସରା ବ୍ଲକର ବିଭିନ୍ନ ଅଞ୍ଚଳରୁ ଯୋଗ ଦେଇଥିବା କର୍ମକର୍ତ୍ତା ମାନେ ନୂଆଖାଇର ଜୁହାର ଭେଟ ପରେ ଏକ ସାଙ୍ଗଠାନିକ ବୈଠକ ହୋଇଥିଲା। ଅତିଥି ଭାବେ ବଳରାମ ପଟ୍ଟନାୟକ, ପଙ୍କଜ ପଟ୍ଟନାୟକ, ପିତାମ୍ବର ପଟ୍ଟନାୟକ, ଅଧ୍ୟାପକ ଅକ୍ଷୟ କୁମାର ପଟ୍ଟନାୟକ ସମ୍ପାଦକ ନାରାୟଣ ପଟ୍ଟନାୟକ ଦଶରଥ ପଟ୍ଟନାୟକ ମଞ୍ଚାସିନ ରହି ଆଞ୍ଚଳିକ କରଣ ସମାଜର ଆଗାମୀ ଯୁବପିଢିଙ୍କ ଶିକ୍ଷା, ନିଯୁକ୍ତି ଓ ସମାଜରେ ରହିଥିବା ଗରିବ ବର୍ଗର ପରିବାରଙ୍କ ଥଇଥାନ ସେମାନଙ୍କ ପିଲାଛୁଆଙ୍କୁ ଶିକ୍ଷା ଓ ସ୍ୱାବଲମ୍ବି କରିବା ପାଇଁ ସମାଜର କର୍ମକର୍ତ୍ତା ଆଗକୁ ଆସି ସହଯୋଗ କରିବାକୁ ମତ ପ୍ରକାଶ ପାଇଥିଲା। ଏଥି ସହିତ ଆଗାମୀ ଚିତ୍ରଗୁପ୍ତ ଦେବଙ୍କ ପୂଜନୋତ୍ସବ ପାଇଁ ମଧ୍ୟ ଏହି ବୈଠକରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ଲୋକନାଥ ପଟ୍ଟନାୟକ ପରିଚାଳନା କରିଥିଲେ। କରଣ ସମାଜର କର୍ମକର୍ତ୍ତା ମୁକୁନ୍ଦ ପଟ୍ଟନାୟକ, ନୀଳକଣ୍ଠ ପଟ୍ଟନାୟକ, ପ୍ରଭାକର ପଟ୍ଟନାୟକ, ସନ୍ତୋଷ ମହାନ୍ତି, ଅରବିନ୍ଦ ପଟ୍ଟନାୟକ, ଦେବାନନ୍ଦ ପଟ୍ଟନାୟକ, ସଂକୀର୍ତ୍ତନ ପଟ୍ଟନାୟକ, ରୋମାଞ୍ଚଳ ପଟ୍ଟନାୟକ ବିଳାସ ପଟ୍ଟନାୟକ, କୁଶବଟ୍ଟ ପଟ୍ଟନାୟକ, ଚୁମନ ଲାଲ ମହାନ୍ତି, ଦେବାନନ୍ଦ ପଟ୍ଟନାୟକ, ନିଲାଞ୍ଚଲ ପଟ୍ଟନାୟକ, ମହିଳା ସଦସ୍ୟା ମମତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

Related posts

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ୨ ଅଭିଯୁକ୍ତ ଗିରଫ

Sunil Chandra Nayak

ସାମ୍ବାଦିକ ସୁରକ୍ଷା ଦାବୀ ନେଇ ଜୁନାଗଡ଼ ଠାରେ କଳାହାଣ୍ଡି ସାମ୍ବାଦିକ ସମୂହଙ୍କ ବିଶାଳ ଶୋଭାଯାତ୍ରା

Sunil Chandra Nayak

ଚୋର ସନ୍ଦେହ ରେ ଉଚ୍ଚ ଶିକ୍ଷିତ ଯୁବକକୁ ମାଡ ମାରିବା ସହ ଉଲଗ୍ନ ଘଟଣା, ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!