ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ତହସିଲ ଅଫିସ ଘେରାଉ ଓ ଯୁବ ସମ୍ପର୍କ ପଦଯାତ୍ରା

ଗୋଳାମୁଣ୍ଡା ତା ୨/୮/ ମସିହା/ ଓଡ଼ିଶା କଂଗ୍ରେସର ଆହ୍ୱାନ କ୍ରମେ କଲାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ସାଉଲ ମଙ୍ଗରାଜଙ୍କ ନେତୃତ୍ବରେ ଉଦେଶୃଙ୍ଗ ଠାରୁ ଗୋଲାମୁଣ୍ଡା ଯାଏଁ ୬ କିମି ଦୂରତା ପଦଯାତ୍ରା ସହିତ ଗୋଲାମୁଣ୍ଡା ତହସିଲ କାର୍ଯ୍ୟାଳୟ ଘେରାଉ ହୋଉଥିଲା । ଏହି ପଦଯାତ୍ରାରେ ଶତାଧିକ କଂଗ୍ରେସ କର୍ମୀଙ୍କ ସହିତ ଶହ ଶହ ଚାଷୀ ଯୋଗ ଦେଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି କରିବା ସହିତ କଲାହାଣ୍ଡି ଜିଲ୍ଲା ସହିତ ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରିଛି କଲାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ର କର୍ମକର୍ତ୍ତା । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ଓଡ଼ିଶା ସରକାରୀ ନିଯୁକ୍ତିରେ ବୟସ ସୀମାକୁ ୩୨ରୁ ୪୨ ବର୍ଷକୁ ବୃଦ୍ଧି ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ କରାଯାଉ । ଯୁବକ ଯୁବତୀଙ୍କୁ ଚାକିରୀ କ୍ଷେତ୍ରରେ ସ୍ଥାୟୀ ନିଯୁକ୍ତି ଦିଆଯାଉ ଓ ଚୁକ୍ତିଭିତିକ ନିଯୁକ୍ତିକୁ ସମ୍ପୂର୍ଣ ଭାବରେ ଉଚ୍ଛେଦ କରାଯାଉ । ଶିକ୍ଷିତ ଯୁବକ ଯୁବତୀଙ୍କୁ ଜିଲ୍ଲାଭିତିକ ନିଯୁକ୍ତିରେ ଅଗ୍ରାଧ୍ଵକାର ଦିଆଯାଉ । ଜିଲ୍ଲାଗୁଡିକରେ ଥିବା ପ୍ରତ୍ୟେକ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ କରାଯାଉ । ମନରେଗା ଯୋଜନାରେ ହେଉଥିବା ଦୁର୍ନିତୀକୁ ତଦନ୍ତ ପରିସରଭୁକ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ରାଜ୍ୟରେ ପ୍ରତ୍ୟେକ ମଣ୍ଡି ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ କରାଯାଉ । ନିଶାମୁକ୍ତ ଓଡ଼ିଶା ଗଠନ କରିବା ପାଇଁ ସରକାର ପ୍ରାଥମିକତା ଦିଅନ୍ତୁ । ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାରେ ତୁରନ୍ତ ସୁଧାର ଆଣିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ । ରାଜ୍ୟରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଅଙ୍କୁଶ ଲଗାଇ ଦୃଷ୍ଟାନ୍ତମୂଳକ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ୨୦୨୧ – ୨୨ ମସିହାରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫୁଣ୍ଡା ଗ୍ରାମପଞ୍ଚାୟତର ଶସ୍ୟ ବୀମାରାଶି ଟଙ୍କା ତୁରନ୍ତ ପ୍ରଦାନ କରାଯାଉ । କଳାହାଣ୍ଡି ଜିଲ୍ଲାର ସମସ୍ତ ଜଙ୍ଗଳ ଜମି ପଟ୍ଟାରେ କରାଯାଇଥିବା ୨୦୨୧ – ୨୨ ମସିହାର ଶସ୍ୟ ବୀମାରାଶି ତୁରନ୍ତ ପ୍ରଦାନ କରାଯାଉ । ଗୋଲାମୁଣ୍ଡା ବ୍ଲକର ଗୋଲାମୁଣ୍ଡା,ଚପରିଆ,ମହାଲିଙ୍ଗ,ଖଲିଆକାନୀ,କେଗାଁ ,ଧାମନପୁର ଗ୍ରାମ ପଞ୍ଚାୟତରେ ଭୂଲ ବ୍ୟାକଳନ କରି ଅଧିକା ଶତକଡ଼ା କ୍ଷତି ହିସାବରେ ଶସ୍ୟବୀମା ରାଶି ତୁରନ୍ତ ପ୍ରଦାନ କରାଯାଉ ।କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ସହିତ ସ୍ବଳ୍ପ ବୃଷ୍ଟିପାତ ହୋଇଥିବା ବ୍ଲକ ଗୁଡ଼ିକୁ ଚିହ୍ନଟ କରି ଗଜା ମରୁଡ଼ି ଘୋଷଣା କରାଯାଉ । ୨୦୨୧ – ୨୨ ମସିହାରେ କ୍ଷୟ କ୍ଷତି ସହିଥିବା ଗୋଲାମୁଣ୍ଡା ବ୍ଲକର ସମସ୍ତ ଚାଷିଙ୍କୁ ତୁରନ୍ତ ପ୍ୟାକେଜ ଟଙ୍କା ପ୍ରଦାନ କରାଯାଉ । ଗୋଲାମୁଣ୍ଡା ବ୍ଲକର ସମସ୍ତ ଭୂମିହୀନ ମାନଙ୍କୁ ତୁରନ୍ତ ୪ ଡିସ୍‌ମିଳ ଜାଗା ପ୍ରଦାନ କରାଯାଉ । ରିଜେକ୍ଟ ହୋଇଥିବା ସମସ୍ତ ଚାଷୀଙ୍କ ପ୍ଲଟ ଗୁଡ଼ିକୁ ତୁରନ୍ତ ଫସଳ ବୀମା ଟଙ୍କା ପ୍ରଦାନ କରାଯାଉ । ଲେତେର , ନକଟିକାନୀ ସମେତ ଗୋଲାମୁଣ୍ଡା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ତଥ୍ୟ ଗୁଡ଼ିକୁ ପୁଃନ ବିଚାର କରି ୨୦୨୧ – ୨୨ ମସିହାର ଶସ୍ୟ ବୀମାରାଶି ଟଙ୍କା ପ୍ରଦାନ କରିବା ନିମନ୍ତେ ଜିଲ୍ଲା ଯୁବ କଂଗ୍ରସ ଦାବି କରିଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତିଙ୍କ ରିପୋର୍ଟ,ମସିହା ପ୍ରତିନିଧି,

Related posts

ଅପର୍ତ୍ତି ସେଠୀ ଙ୍କ କବିତା କୃତ୍ରିମତା

Sunil Chandra Nayak

ସଫଳ ବ୍ୟଡ଼ମୀଣ୍ଟନ ଖେଳାଳି ଓ କୋଚ ସମୀର କୁମାର ସାହୁ

Sunil Chandra Nayak

ଏ ଆଇ ସି ସି ସଭ୍ୟ ତରୁଣ ମାଝୀ ହେଲେ ବିହାର ମୁଙ୍ଗେର  ଡି ସି ସି ର ରିଟରନୀଙ୍ଗ ଅଫିସର

Sunil Chandra Nayak

Leave a Comment

error: Content is protected !!