ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଘଟାନ୍ତର

ଘଟାନ୍ତର

ଉପେନ୍ଦ୍ର କୁମାର ବସ୍ତିଆ

     
ଭୁଲ କରିବା ଏକ ସହଜାତ ପ୍ରବୃତ୍ତି 
କିନ୍ତୁ ଭୁଲଟାକୁ ଠିକ କରିବା 
ଗୋଟେ ଏକ ରୂପାନ୍ତର ।
ଇଚ୍ଛା ସବୁ ହନ୍ତସନ୍ତ 
ସ୍ବପ୍ନ ସବୁ ମୋକ୍ଷ ମୁହାଁ 
ଭ୍ରମୁ ଥାନ୍ତି ଜନ୍ମ ଜନ୍ମାନ୍ତର ।
ଜରାର ଜରାୟୁରେ 
କଙ୍କାଳଟା ଜଗି ବସିଥାଏ 
ବାଡ ଭଳି ରକ୍ତ ଆଉ ମାଂସର ।
ସମୟର ଅଫେରା ନଦୀରେ 
ପୁଣ୍ୟ ସବୁ ଧୋଇଯାଏ 
ଜୀବନକୁ ଢାଙ୍କି ଥାଏ 
ପାପର ଚଦର । କେହି 
 ଜଣେ କଷୁଥାଏ ଅଙ୍କ ବସି 
ଭଲମନ୍ଦ ପାପ ଓ ପୁଣ୍ୟର ।
ଲେଉଟାଣି ବେଳ ହେଲେ 
ସବୁ ତୁଚ୍ଛ ତୁଚ୍ଛ ଲାଗେ 
ମୋହ ମାୟା ସଂସାର 
ଦିନ ଗଣୁଥାଏ ବସି ସିଏ 
କେବେ ତାର ହେବ ଘଟାନ୍ତର ।

ରାଉରକେଲା

Related posts

କରମାଠ ଗ୍ରାମରେ ଦଶପୁର ମଣ୍ଡଳର ଚାଷୀ ସମାବେଶ

Sunil Chandra Nayak

ଗୋପାଳପୁର ଅଙ୍ଗନବାଡି କେନ୍ଦ୍ରରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ

Sunil Chandra Nayak

ଭୁବନରେ ତ୍ରୀରଙ୍ଗା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Sunil Chandra Nayak

Leave a Comment

error: Content is protected !!