ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଘଟାନ୍ତର

ଘଟାନ୍ତର

ଉପେନ୍ଦ୍ର କୁମାର ବସ୍ତିଆ

     
ଭୁଲ କରିବା ଏକ ସହଜାତ ପ୍ରବୃତ୍ତି 
କିନ୍ତୁ ଭୁଲଟାକୁ ଠିକ କରିବା 
ଗୋଟେ ଏକ ରୂପାନ୍ତର ।
ଇଚ୍ଛା ସବୁ ହନ୍ତସନ୍ତ 
ସ୍ବପ୍ନ ସବୁ ମୋକ୍ଷ ମୁହାଁ 
ଭ୍ରମୁ ଥାନ୍ତି ଜନ୍ମ ଜନ୍ମାନ୍ତର ।
ଜରାର ଜରାୟୁରେ 
କଙ୍କାଳଟା ଜଗି ବସିଥାଏ 
ବାଡ ଭଳି ରକ୍ତ ଆଉ ମାଂସର ।
ସମୟର ଅଫେରା ନଦୀରେ 
ପୁଣ୍ୟ ସବୁ ଧୋଇଯାଏ 
ଜୀବନକୁ ଢାଙ୍କି ଥାଏ 
ପାପର ଚଦର । କେହି 
 ଜଣେ କଷୁଥାଏ ଅଙ୍କ ବସି 
ଭଲମନ୍ଦ ପାପ ଓ ପୁଣ୍ୟର ।
ଲେଉଟାଣି ବେଳ ହେଲେ 
ସବୁ ତୁଚ୍ଛ ତୁଚ୍ଛ ଲାଗେ 
ମୋହ ମାୟା ସଂସାର 
ଦିନ ଗଣୁଥାଏ ବସି ସିଏ 
କେବେ ତାର ହେବ ଘଟାନ୍ତର ।

ରାଉରକେଲା

Related posts

ମା’ କଳାପାହାଡ଼ ଯୁବକ୍ଲବ୍ ଯୋଡାବନ୍ଧ ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ 

Sunil Chandra Nayak

ମୁଖିଗୁଡ଼ା ଜଗନ୍ନାଥ ମନ୍ଦିର ରୁ ଚୋରି ଅଭିଯୋଗ

ଆଦିବାସୀଙ୍କ ମୁଣ୍ଡରେ କାହିଁକି ଗରା ? ସରକାରଙ୍କୁ ଜବାବ ମାଗିଲେ ବସ୍ତିବାସିନ୍ଦା !

Sunil Chandra Nayak

Leave a Comment

error: Content is protected !!