ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଲାମୁଣ୍ଡା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ

ଗୋଳାମୁଣ୍ଡା/ମସିହା/ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଆଜି ଗୋଲାମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି. ପରିଦର୍ଶନ କରି ଆଦର୍ଶ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ଉପଲବ୍ଧି କରିବା ସହ ପାରିପାର୍ଶ୍ଵିକ ସ୍ଥିତି ଦେଖି ଖୁସି ଜାହିର କରିଥିଲେ. ପୂର୍ବରୁ ଅଭିଭାବକ ମାନେ ବିଦ୍ୟାଳୟ ର ପିଇବା ପାଣି ସମସ୍ୟା, ଶୌଚାଳୟ ସମସ୍ୟା ଭଳି ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରିଥିବାରୁ ଆଜି ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ମାନଙ୍କୁ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ. ବ୍ଲକ ଅଧ୍ୟକ୍ଷ ଙ୍କ ପରିଦର୍ଶନ ସମୟରେ ଖଲିଆପାଲି ସରପଞ୍ଚ ଜିମୂତ ହରପାଳ, ମନଝରୀ ସରପଞ୍ଚ ଜଗଜୀବନ ଅଘରିଆ, ଖାଲିଆକାନି ସମିତି ସଭ୍ୟ ମହିନ୍ଦ୍ର ମଙ୍ଗରାଜ ସମେତ ଦୁଷ୍ମନ୍ତ ସେନାପତି, ପୁଣ୍ଟୁଲାଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି, ମସିହା,

Related posts

ସାମ୍ବାଦିକ ଏକତା ସମାଜ ପରିବର୍ତ୍ତନର ମୁଳଦୁଆ, କହିଲେ ମଞ୍ଚାସୀନ ଅତିଥି

Sunil Chandra Nayak

ନେହୁରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଳା ସ୍ତରୀୟ ଯୁବ ମହୋତ୍ସବ ପାଳିତ 

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବରଷା ରାଣୀ

Sunil Chandra Nayak

Leave a Comment

error: Content is protected !!