ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା ମାଆ ଆସିଛନ୍ତି

 ମାଆ ଆସିଛନ୍ତି

             

              କବିତା ସାହୁ

ଏ ସନ ମାଆ ଆସିଛନ୍ତି ଆନନ୍ଦ ସବୁରୀ ମନ 
ମରତରୁ ଦୂରେଇବେ ଦୁଃଖ ରୋଗ କଷଣ 
ସିଂହବାହିନୀ କରୁଅଛୁ ଗୁହାରୀ ନିବେଦନ। 
୨- ମାଆ ଆସିଛନ୍ତି ଗଜ ବାହାନ ରେ 
    କି ସୁନ୍ଦର ଦିଶେ ମହୀ
ଆଲଟ ଚାମରେ କରଇ ସ୍ବାଗତ
   କାଶତଣ୍ଡୀ ଝୁଲି ଝୁଲି 
ଘଣ୍ଟ ଢୋଲ ଝାଞ୍ଜ ମର୍ଦ୍ଦଳ ବାଦନେ 
    କମ୍ପଇ ସହର ବଜାର 
ସବୁରୀ ମନରେ ଆନନ୍ଦ ଲହରୀ 
ମାଆଙ୍କୁ କରି ଦର୍ଶନ। 
୩- ଖଣ୍ଡା ତ୍ରିଶୂଳ ଧରି ମାଆ ଆସିଛନ୍ତି 
    ଏଧରା ଧାମକୁ 
    ଦୁର୍ଗତି ନାଶିନୀ ମଙ୍ଗଳ କାରିଣୀ 
   ରଖିବେ ଏକା ସେ ମହୀ।
  ନବରାତ୍ର ରୁ ନବଦୁର୍ଗା ରୂପେ 
ପୂଜା ପାଉଛନ୍ତି ରହି। 
୪- ଶରତର ପାର୍ବଣ ଋତୁରେ 
  ମାଆ ଆସିଛନ୍ତି ମୃଣ୍ମୟୀ ରୂପରେ 
ଦଶହାତେ ଦଶ ପ୍ରହରଣ ଧରି
ନାଶିବେ କଳିର ମହିଷାକୁ ମାରି 
ନାରୀ ଜାତିର ଗର୍ବ ଆମରି।

ଜୟପୁର

Related posts

ରାଇରଙ୍ଗପୁରରେ ରୁଙ୍ଗୁଟା ମେଟାଲିକ ପ୍ରାଇଭେଟ୍ ଲିମିଟେଡର ଶିଳ୍ପାୟନକୁ ଶତାଧିକ ସଶସ୍ତ୍ର ଆଦିବାସୀଙ୍କ ବିରୋଧ

Sunil Chandra Nayak

ସାହିତ୍ୟକୁ ଲୋକାଭିମୁଖୀ କରିବା ରେ ପଲ୍ଲବୀ ପାଠାଗାରର ଏକ ଭିନ୍ନ ପ୍ରୟାସ

Sunil Chandra Nayak

ଭବାନୀପାଟଣା ଜୋନ-୨ ରେ ବିଜେଡି ର ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!