ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ପାର୍ବଣ ଆସୁଛି ବୋଲି

  ପାର୍ବଣ ଆସୁଛି ବୋଲି

                        ଅପର୍ତ୍ତି ସେଠୀ

ପାର୍ବଣ ଆସୁଛି ବୋଲି..
ସୁଲୁସୁଲୁ ବାଆ ଦିହ ଶିହରାଏ
  ମନ ହସେ ଖିଲି ଖିଲି….
ପାର୍ବଣ ଆସୁଛି ବୋଲି….।
ଗାଆଁ ଦାଣ୍ଡେ ଆଉ କାଦୁଅ ତ ନାହିଁ
     ଭୋଦୁଅ ବି ଚାଲିଗଲା,
ଅଶୀଣ‌ ଆକାଶ ନିର୍ମଳ ଦିଶିଲା
     କାଶତଣ୍ଡୀ ବିକଶିଲା।
ଫୁଟିଗଲା ହସ ସବୁରି ଓଠରେ
     ପାର୍ବଣ ଯେ ଉପଗତ,
ଶୀତ ସବାରୀରେ ସପନ ଆଣିଛି
      ଦେହ କରେ ପୁଲକିତ।
ଓଳିଓଳି ବୁଲେ ଶୀତୁଆ ପବନ
      ଝଲକାଏ ଶୀରେ ଶୀରେ,
ଉଣ୍ଡୀ ଖୋଜୁଥାଏ ମ‌ଉକା ମିଳିଲେ
       ପଶିଯିବ ଘରେ ଘରେ।
ନାଲି ଟୁକୁଟୁକୁ‌ ସାଧବ ବୋହୂଟି
       ଠୁକୁଠୁକୁ‌ ଚାଲୁଥାଏ,
ବଡ଼ ଚଗଲୀ‌ଟି କ‌ଅଁଳ ବାଛୁରୀ
       ଫକଫକ‌ ଡେଉଁ ଥାଏ।
ମୁକୁତାର‌ ସମ କାକର‌ ଦିଶୁଛି
       ଦୁବଘାସ ପରେ ପଡ଼ି,
ଧାନବିଲପରେ‌ ସବୁଜ ବେଢାଣ
       ଦେଇଛି ସତେ କେ ପାରି।
ଦୁଷ୍ଟ ଭ‌ଅଁରଟି ଉଡ଼ି ଉଡ଼ି ବୁଲେ
       ପ୍ରେମ ପାଇଁ ମତୁଆଲା,
ମତୁଆଲା ସତେ ଗାଆଁରୁ ସହର
       ପୂଜା ପ୍ରସ୍ତୁତି ଚାଲିଲା।
ଅଧା ଜହ୍ନଟିଏ ଝରକା ଫାଙ୍କରୁ
       ମୁରୁକି ହସା ମାରୁଛି,
କହୁଅଛି ଠାରି ଆଗକୁ ଚାହିଁଥା
       ଦଶହରା ଆସୁଅଛି।
କୋଟି ଲାବଣ୍ୟର କମନୀୟ‌ କାନ୍ତୀ
       ନେଇ ମାଆ ବିରାଜିବେ,
ଅସତ୍ୟ ସଂଜ୍ଞାକୁ ଲିଭାଇ ସେ ଦେଇ
       ଧର୍ମ ଧ୍ଵଜା ଉଡାଇବେ‌।
କୂଳ ଭୂଆଷୁଣୀ ରହିଛି ଅନେଇ
       ରକତ‌ ଅଳତା ଧରି,
ବେଲ ବରଣୀରେ ଦୁଆର ମୁହଁରେ
       ଚିତା ଆଙ୍କି ଦେବ ବୋଲି।
ଚ‌ଉଦିଗ ଆଜି ଉତ୍ସବ ମୁଖର
       ପାର୍ବଣ ପରା ଆସୁଛି,
ପବିତ୍ର ବାସନା‌ ମହକି ଉଠୁଛି
       ପୁଣ୍ୟରେ ଧରା ପୁରିଛି।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

 

Related posts

ନର୍ଲା – ଗ୍ରାମ ପଞ୍ଚାୟତ ମାନଙ୍କରେ ନାଏବ ସରପଞ୍ଚ ପାଇଁ ନିର୍ବାଚନ ଶାନ୍ତି ଶୃଙ୍ଖଳା ମଧ୍ୟରେ ଶେଷ

Sunil Chandra Nayak

କବିତା – ସ୍ଵତନ୍ତ୍ର ମୋ ଉତ୍କଳ ଭୁମି

Sunil Chandra Nayak

ନର୍ଲା ତିନିଗୋଟି ଜୋନରେ ବିଜେଡ଼ିର ଶଙ୍ଖନାଦ, ବିଜେପି ଧ୍ୱସ୍ତ ବିଧ୍ୱସ୍ତ, ଅଣ୍ଟା ସଲଖିଲା କଂଗ୍ରେସ

Sunil Chandra Nayak

Leave a Comment

error: Content is protected !!