ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆ ଏଲ୍‌ପିଜି ସଂଯୋଗ ପାଇଁ ସିକ୍ୟୁରିଟି ଡିପୋଜିଟ୍‌ରେ ୭୫୦ ଟଙ୍କା ବୃଦ୍ଧି

ସରକାରୀ ଗ୍ୟାସ ବିତରଣ କଂପାନିଗୁଡ଼ିକ ନୂତନ ଏଲ୍‌ପିଜି ସଂଯୋଗ ପାଇଁ ସିକ୍ୟୁରିଟି ଡିପୋଜିଟ୍ ମୂଲ୍ୟରେ ୭୫୦ ଟଙ୍କା ବୃଦ୍ଧି କରିଛନ୍ତି। ଜୁନ୍‌ ୧୬ରୁ ଏହି ନୂତନ ଦର ଲାଗୁ ହେବ। ନୂଆ ଏଲ୍‌ପିଜି ସଂଯୋଗ ନେବା ଲାଗି ଏବେ ୨,୨୦୦ ଟଙ୍କା ଗଣିବାକୁ ପଡ଼ିବ। ପୂର୍ବରୁ ୧୪୫୦ ଟଙ୍କାର ସିକ୍ୟୁରିଟି ଡିପୋଜିଟ୍‌ରେ ନୂଆ ସଂଯୋଗ ମିଳୁଥିଲା। ଯେଉଁ ଗ୍ରାହକମାନେ ନୂତନ ସଂଯୋଗ ନେବା ବେଳେ ଦୁଇଟି ସିଲିଣ୍ଡର ବିକଳ୍ପ ଚୟନ କରିବେ ସେମାନଙ୍କୁ ୪,୪୦୦ ଟଙ୍କା ଗଣିବାକୁ ପଡ଼ିବ। ଏହାର ଅର୍ଥ ହେଉଛି ୧୪.୨ କେଜି ବିଶିଷ୍ଟ ଦୁଇ ସିଲିଣ୍ଡର ସହ ନୂଆ ସଂଯୋଗ ନେଲେ ଅଧିକ ୧୫୦୦ ଟଙ୍କା ଦେବାକୁ ପଡ଼ିବ। ଗ୍ୟାସ୍‌ ରେଗୁଲେଟର ମୂଲ୍ୟ ମଧ୍ୟ ବଢ଼ିଛି। ପୂର୍ବରୁ ଏହାର ଦାମ୍ ୧୫୦ ଟଙ୍କା ଥିବା ବେଳେ ଏବେ ତାହା ୨୫୦ ଟଙ୍କା କରାଯାଇଛି। ୫ କେଜିଆ ସିଲିଣ୍ଡର ଆଉ ୮୦୦ ଟଙ୍କାରେ ମିଳିବନି। ୧୧୫୦ ଟଙ୍କାର ସିକ୍ୟୁରିଟି ଡିପାଜିଟ୍ ଗଣିଲେ ଏହି ଛୋଟ ସିଲିଣ୍ଡର ମିଳିବ। ପ୍ରତି ନୂଆ ସ‌ଂଯୋଗ ସହିତ ଆସୁଥିବା ପାଇପ୍‌ ପାଇଁ ୧୫୦ ଟଙ୍କା ଓ ପାସ୍‌ବୁକ୍ ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ

Sunil Chandra Nayak

ରକ୍ତ ଦେଇ ବିପଦ ର ବନ୍ଧୁ ସାଜିଲେ ଯୁବକ

Sunil Chandra Nayak

ଖଡ଼ିଆଲ ହେଲଥକ୍ଲବ ସଦସ୍ୟ ଙ୍କ ଦ୍ବାରା ମାନସିକ ଗ୍ରସ୍ତ ଙ୍କ  ଶେଷ କୃତ୍ୟ

Leave a Comment

error: Content is protected !!