ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି ଙ୍କ କବିତା ଭୁଲା ମନ

  ଭୁଲା ମନ

            ନିରୁପମା ପାଣି 

କାହିଁକି ରେ ଭୁଲାମନ
ମିଛେ ବାଇ ହେଉଛୁ
ଅତିତକୁ ଖୋଜି ଖୋଜି
ଅଶୃ ବୁନ୍ଦା ଢାଳୁଛୁ!!
ସମୟ ସୁଅରେ ଆଜି
ବଦଳି ତୁ ପାରୁନୁ
ନିଜ ଭବିଷ୍ୟତ କଥା
ଥରୁଟେ ବି ଭାବୁନୁ!!
ଆଦରିଲେ ସମୟକୁ
ମିଛ ଗର୍ବଯାଇ ଭୁଲି
ଆଖିଲୁହ ସୁଖାଇଦେ
ଓଠେ ହସ ମିଛେଭରି!!
ଆଶା ଦିଏ କଷ୍ଟ ଏଠି
ବୁଝିବି ପାରୁନୁ ବୁଝି
କନ୍ଦାଏ ସଦା ଅତିତ
ହୃଦୟ ରେ ବୋଝସାଜି!!
ଭୁଲାମନ ଭୁଲିଯାରେ
ଯାହା ଫେରିବନି
ନିୟତି ନିର୍ଦେଶ କେବେ
ଅନ୍ୟଥା ହେବନି!!
ବିହି ଲେଖା ଫଳ ନିଶ୍ଚେ
କରମେ ଫଳିବ
କେହି ବଳଶାଳି ତାହା
ଟାଳି ନପାରିବ!!
ନିଜ ପରିଚୟ ଭୁଲି
ହସିଯା ତୁ ମୁହଁ ଖୋଲି
ଛାଡି ଆଶା ଭରସା
ନିଜ ମନ ଦୃଢ କରି
       

ଚାନ୍ଦବାଲି , ବିନତରା , ଭଦ୍ରକ୍

Related posts

ଗୋପାଳ ପୁର ଥାନା ଅଧିକାରୀ ଙ୍କର ଦବଙ୍ଗଗିରି । ପୋଲିସ ବିରୁଦ୍ଧରେ ପୋଲିସ ରୁଜୁ କଲା ମାମଲା

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ଜ୍ୟୋତି ତୁମେ ଦ୍ରୌପଦୀ ମୁର୍ମୁ

Sunil Chandra Nayak

ଫାର୍ମ ହାଉସ ପୋଡ଼ି ପାଉଁଶ, ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି

Sunil Chandra Nayak

Leave a Comment

error: Content is protected !!