ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଚିନ୍ତାମଣି ଚିନ୍ତା ଦୂର କର ବ୍ୟଥା 
    ପାପ ଯାଉ ଦୂର ଛାଡ଼ି
ମୁକ୍ତି କରି ଦିଅ ଏ ଅଧମ ପାପି
    ସିଂହ ଦ୍ବାର ଅଛି ପଡ଼ି।
ଥରେ ଚାହିଁ ଦେଲେ ମୁକ୍ତି ପାଇ ଯିବି
     ରହିବି ପ୍ରଭୁ ସେବାରେ
ଅନେକ ଦୂରରୁ ଧାଇଁ ଆସିଅଛି
  ଘେନ ମୋ ପ୍ରାର୍ଥନା ବାରେ।
ତୁମେ ନ ଚାହିଁଲେ କିଏବା ଚାହିଁବ
    ଆଶା ମୋ ତୁମ ଉପରେ
ପବିତ୍ର ହୋଇବା ତୋବାନା ଚାହିଁଲେ
    ଆଶୀର୍ବାଦ ମୋ ଭାଗ୍ୟରେ।
ଅନୁରୋଧ କରି ଯାଉଅଛି ହାରି
     କେବେ ଶୁଣିବ ଗୁହାରୀ
ପଥ ଅନୁସରି ବସି ଅଛି ହରି
   ସତେକି ଦେବ ପାଶେରି।
କରୁଛି ଜଣାଣ ଶୁଣ ଦୁଃଖ ମାନ
     ଏମିତି ଭୋଗିବା କଷ୍ଟ
ତୁମେ ଥାଉ ପ୍ରଭୁ ଦେଖା ଦିଅ ବେଳ
    ବିପଦ ଯାଉ ଯେ ନଷ୍ଟ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ବିଶ୍ବ ପରିବେଶ ଦିବସ ଅବସରରେ ଖଣ୍ଡୁଆଳ ମାଳି ସୁରକ୍ଷା ନେଇ ଗର୍ଜିଲେ ଆଦିବାସୀ।

ବେଣୁଧର ସୂତାର ଙ୍କ କବିତା ଶ୍ରାବଣୀ ଗୋ ତୁମେ

Sunil Chandra Nayak

ଜୟପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!