ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଷଡରସ

  ଷଡରସ

(ରାଗ – ଚୋଖି ବୃତ୍ତରେ)

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ଷଡରସକୁ ଲଗାଇ ଭଲ ରାନ୍ଧୁ ଥାଇ ଯେହି
ରାନ୍ଧୁଣିଆ ବୋଲି ସିଏ ଉପାଧି ପାଏ,
ଷଡରସର କଥାକୁ ସମ ମଣଇ ବ୍ୟଥାକୁ
ସଜ୍ଜନରେ ଗଣା ଜାଣ ସେହି ଟି ହୁଏ
ଷଡରସ ବୋଲି ଯାହାକୁ,
କହୁ ଅଛେ ବାଛୁଅଛେ ହେ ଖାଇବାକୁ ll ୧ ll
ମିଠା, ପିତା, କଷା, ଲୁଣି, ଅମ୍ଳ କଟୁ ସହ ପୁଣି 
ଷଡରସ ରୂପେ ଗଣା ଏହି ମହୀରେ
ସମ ପରିମାଣ ରହି ଖାଇଲେ ଭଲ ଲାଗଇ
ଅତି ହେଲେ ମନ ଭାଙ୍ଗେ ତା ପାଇଁ ଖରେ 
ପିତା ,କଷା ,ଆମ୍ବିଳି ,ଲୁଣି,
କଟୁ ଲାଗେ ଶ୍ରୁତି ଭାଗେ ସିଏ ଟି ପୁଣି ll୨ll
ସେପରି ମାନବ ଗୁଣ କେ କରି ପାରେ ବଖାଣ
ଭଲ ସଲ ଦୁଇ କଥା ଏକେ ଆରେକ
ମଧୁର ତାହାକୁ କହି ଶ୍ରୁତି ମଧୁର ବୋଲାଇ 
ଅକର୍ମଣ୍ୟ କରି ଥାଏ ସିଏ ଅନେକ 
ହିତକାରୀ ବଂଧୁ ଟି ସିଏ,
କଟୁ, ତିକ୍ତ ,ଲୁଣି କଥା କହଇ ଯିଏ…ll୩ll
ଷଡରସକୁ ଗ୍ରହଣ ଖାଦ୍ୟ ସହ ନିଜ ଗୁଣ
ଉତ୍ତମ ବିଚାର ନେଇ ଯିଏ ଚାଲଇ,
ସୁଗମ ହୁଏ ଜୀବନ ବୋଲାଏ ସିଏ ମହାନ
ଷଡରସର ମହିମା ଅଟଇ ଏହି
ତ୍ରୁଟି ଥିଲେ ମାର୍ଜନା କର,
ତୁମ ଚରଣେ ନମଇ ହେ ଚକ୍ରଧର….ll୪ll

ଫୁଲବାଣୀ, କନ୍ଧମାଳ

Related posts

ପରୋପକାରୀ ମହିଳାଙ୍କ ପରଲୋକ

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

Sunil Chandra Nayak

ଟେଲିଭିଜନ ଖବର…. ମେ ୩୦ ରୁ ଜୀ ସାର୍ଥକରେ ଆସୁଛି ଏକ ଭିନ୍ନ ଧରଣର ରିୟାଲିଟି ଶୋ   

Leave a Comment

error: Content is protected !!