ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁକ୍ତ ୨ କଳା ପରିକ୍ଷା ରେ ଛାତ୍ରୀଛାତ୍ର ମାନଙ୍କ ସଫଳତା

ଡାବୁଗାଁ, ୯/୮ – +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି | ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ +୨ କଳା ରେ ୨୧୭ ଜଣ ଛାତ୍ରୀଛାତ୍ର ଙ୍କ ମଧ୍ୟରୁ ୧୪୮ ଛାତ୍ରୀଛାତ୍ର ପାସ କରିଛନ୍ତି | ଏଥିରେ ୨୭ ଜଣ ପ୍ରଥମ, ୨ୟ ଶ୍ରେଣୀରେ ୩୫ ଜଣ ଓ ୩ୟ ଶ୍ରେଣୀରେ ୮୬ ଜଣ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟରେ ୬୮.୨୦ ପ୍ରତିଶତ ପରିକ୍ଷା ଫଳ ହୋଇ ଥିବାରୁ ଅଧକ୍ଷ ଶଶାଙ୍କ ଶେଖର ତ୍ରିପାଠୀ, ଅଧ୍ୟାପକ ରମେଶ ନାହାକ ଓ ସନ୍ତୋଷ କୁମାର ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିବା ସହିତ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ଛାତ୍ରୀଛାତ୍ର ମାନେ ଧନ୍ୟବାଦ ଦେଇଛନ୍ତି । ପରିକ୍ଷା ଫଳ ପ୍ରକାଶ ପରେ ଅଧକ୍ଷ, ସମସ୍ତ ଶିକ୍ଷୟତ୍ରୀଶିକ୍ଷକ, ଅଭିଭାବକ ଓ ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଚ୍ଚତ୍ତର ଶିକ୍ଷା ରେ ସଫଳ ହେବା ନେଇ ଆଶୀର୍ବାଦ ପ୍ରଦାନ କରିଛନ୍ତି | ଏହି ବିଦ୍ୟାଳୟର ଛାତ୍ର ପିଣ୍ଟୁ ହରିଜନ ୪୮୩ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଥିବା ବେଳେ ଅମର ସିଂ ୪୬୮ ନମ୍ବର ରଖି (୨ୟ) ଓ ବସନ୍ତ ପ୍ରଧାନ ୪୬୪ ନମ୍ବର ରଖି (୩ୟ) ସ୍ଥାନ ଅଧିକାରୀ କରିଛନ୍ତି | ପ୍ରଜ୍ଞା ରଞ୍ଜନ ପରିଡ଼ା , ଡାବୁଗାଁ

Related posts

ଚନ୍ଦାହାଣ୍ଡି ଥାନା ରେ ନୂତନ ଆଇଆଇସି

Sunil Chandra Nayak

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ

Sunil Chandra Nayak

ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ରକ୍ତ ଦାନ ଶିବିର

Sunil Chandra Nayak

Leave a Comment

error: Content is protected !!