ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଦୀରେ ଫସି ଥିବା ଚାରି ଡ଼୍ରାଇଭରଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ 

ଚିଲିଗୁଡା,୯/୮(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି l ହେଲେ ଆଜି ସନ୍ଧ୍ୟାରେ ବାଲି ଉଠାଇବାକୁ ଚାରି ଜଣ ଡ୍ରାଇଭର ଟ୍ରାକ୍ଟର ଧରି ହାତିନଦି ର ମାଟି ଗାଁ ଘାଟ କୁ ଯାଇଥିଲେ l ବାଲି ଉଠାଇବାପାଇଁ କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ହଠାତ୍ ନଦୀ ଉପରେ ପ୍ରବଳ ସ୍ରୋତରେ ପାଣି ମାଡି ଆସିଥିଲା l କୌଶଳ କ୍ରମେ,ଚାରି ଜଣ ଟ୍ରାକ୍ଟର ର ଉପରିଭାଗ ଛତା ଉପରେ ଚଢ଼ି ଆଶ୍ରୟ ନେଲେ l ପରେ ଏହା ଲୋକେ ଜାଣିବାକୁ ପାଇଥିଲେ l ଡ଼୍ରାଇଭର ସଂଘ ଜାଣିପାରି ଜୁନାଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କୁ ଖବର ଦେଇଥିଲେ l ତୁରନ୍ତ କର୍ମଚାରୀ ମାନେ ପ୍ରାୟ ୩ କିଲୋମିଟର ଚାଲି ଚାଲି ଘଟଣା ସ୍ଥଳକୁ ଯାଇଥିଲେ ,ସେଠାରେ ଗାଡିଯିବପାଇ ରାସ୍ତା ନଥିଲା l ଦୀର୍ଘ ସମୟର ପ୍ରଚେଷ୍ଟା ପରେ ଫସିଥିବା ଡ଼୍ରାଇଭରଙ୍କୁ ଉଦ୍ଧାର କରାଗଲା। ଉଦ୍ଧାର ହୋଇଥିବା ବ୍ୟକ୍ତି ହେଲେ ଗୁଞ୍ଜୁଗୁଡାର ଉପେନ୍ଦ୍ର ପଟେଲ,ସୁଶାନ୍ତ ପଟେଲ, ନର୍ଲାର ବିଶ୍ଵନାଥ ଗଉଡ,କ।କ୍ରିମାଲ ର ଖଗେଶ୍ବର ମାଝୀ ଗ୍ରାମ ବୋଲି ଜଣାପଡିଛି।ଏହି ଉଦ୍ଧାର କାର୍ଯ୍ୟରେ ଥିବା କର୍ମଚାରୀ ହେଲେ ଷ୍ଟେସନ ଅଫିସର ଅପୂର୍ବ ରଞ୍ଜନ ସାହୁ, ଏ ଲ ଏ ଫାଏମ୍,ଶିବରାମ ବିଶ୍ଵାଳ,ଫାୟତ୍ୟାନ ରମେଶ ଚନ୍ଦ୍ର ବେହେରା,ଜଗନ୍ନାଥ ପଟେଲ,ରାଜକୁମାର ମାଝୀ, ମନୋଜ କୁମାର ବିଶ୍ବାଳ, ଡ୍ରାଇଭର ହାବିଲଦାର ଯେ କାଣ୍ଡ ପ୍ରମୁଖ ନିୟୋଜିତ ରହି ସୁରକ୍ଷତ ସହ ଉଦ୍ଧାର କରିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରି ଜୀବନ ବଞ୍ଚାଇଥିନରୁ ଅଞ୍ଚଳରେ ପ୍ରଶଂସା କରାଯାଇଛି l ଅପରପକ୍ଷେ ,କିପରି ଏଭଳି ବିପଦ ସମୟରେ କାହିଁକି ବାଲୀ ଉଠାଇବାକୁ ଗଲେ ଏବଂ ଏହା ଲିଜ ଅଞ୍ଚଳ କି ନୁହଁ ନା ଚୋରାରେ ଖନନ କରାଯାଇଛି, ବିଭାଗୀୟ ଅଧିକାରୀଙ୍କ ଜ୍ଞାତ ରେ ଅଛିକିନା ଏଭଳି ବିଭିନ୍ନ ପ୍ରଶ୍ନ ସୃଷ୍ଠି ହେଉଛି l ଏହାର ତଦନ୍ତ ଦାବି ହେଉଛି l

ଚିଲିଗୁଡା ରୁ ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

 

Related posts

ଆବାସ ଯୋଜନା ସାତ ସପନ, ପଲିଥିନ କୁଡ଼ିଆରେ ଦିନ କାଟୁଛନ୍ତି ବେଣୁଧର

Sunil Chandra Nayak

ଆହୁରି ସଶକ୍ତ ହେବ ମିଶନ ଶକ୍ତି

ମୁଢୀ ଏମିତି ଏକ ଖାଦ୍ୟ ଦ୍ରବ୍ୟ ଯାହା ଆମ ଓଡିଆଙ୍କ ଘରେ ଘରେ ସମସ୍ତେ ବ୍ୟବହାର କରନ୍ତି । ଏହା ଏକ ପ୍ରାଚୀନ ଖାଦ୍ୟ ଦ୍ରବ୍ୟ

Sunil Chandra Nayak

Leave a Comment

error: Content is protected !!