ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଜିଲ୍ଲା କଂଗ୍ରେସ ର ପଦ ଯାତ୍ରା

ତେନ୍ତୁଳିଖୁଣ୍ଟି ୦୯/୦୮/୨୨ ଭାରତ ସ୍ୱାଧୀନତା ପାଇବାର 75 ବର୍ଷ ପୂର୍ତ୍ତି ହୋଇଛି ଏହି ଅବସରରେ ଦେଶ ଅମୃତ ମହୋତ୍ସବ ପାଳନ କରୁଛି। ଏହି କ୍ରମରେ ଜାତୀୟ କଂଗ୍ରେସ ଦଳ ଭାରତ ଛାଡ଼ ଆନ୍ଦୋଳନ ଦିବସ ରୁ ଦେଶବ୍ୟାପୀ ପଦ ଯାତ୍ରା ଆରମ୍ଭ କରିଛି। ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନେତୃତ୍ୱରେ ଭୁବନେଶ୍ୱର ରେ ପଦଯାତ୍ରା କରାଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଜିଲ୍କା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ଙ୍କ ନେତୃତ୍ୱରେ ନନ୍ଦାହାଣ୍ଡି ବ୍ଲକ ର ନୂଆଗୁଡା ଠାରୁ ଦହଣ। ପର୍ଯ୍ୟନ୍ତ ପଦଯାତ୍ରା କରି ଥିଲେ କଂଗ୍ରେସ ର ଶତାଧିକ ନେତା ଓ କର୍ମୀ। ଏଥିରେ ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ବିଧାୟକ ନିମାଇଁ ସରକାର ଯୋଗ ଦେଇଥିଲେ। ଶହୀଦ ମାଟି ନବରଙ୍ଗପୁର ର ସ୍ୱାଧୀନତା ସଂଗ୍ରାମ ରେ ପ୍ରମୁଖ ଭୂମିକା ରହିଥିବା ଆଜିବି ନବରଙ୍ଗପୁର ମାଟି ରୁ ଦଳ ଦର ଦାମ ,ଅସହିଷ୍ଣୁତା, ଆଦିରୁ ମୁକ୍ତି ପାଇଁ ସଂଗ୍ରାମ ଆରମ୍ଭ କରିବା କୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଭୁଜବ ଳ ମାଝୀ,ବୃନ୍ଦାବନ ତ୍ରିପାଠୀ, ଲକ୍ଷ୍ମଣ ରାଓ , ତେନ୍ତୁଳିଖୁଣ୍ଟି ବ୍ଲକ ସଭାପତିପ୍ରହ୍ଲାଦ ହିଆଲ,ଭୀମସେନ ପାଣିଗ୍ରାହୀ,ବସନ୍ତ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ପ୍ରଦୀପ ସାହୁ,ଆଦିବାସୀ ନେତା ଦିଲୀପ ପ୍ରଧାନୀ,ଅଧିବକ୍ତା ଦିଲୀପ ବେହେରା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦ୍ଵାରିକା ମହାପାତ୍ର ପ୍ରମୁଖ ନେତୃମଣ୍ଡଳିସାମିଲ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଠିକା କମ୍ପାନୀ ଜେ ଏମ ସି କାମ ରେ ଜନତା ହଇରାଣ ,ବାଟରେ ଅଟକୁଛି ଆମ୍ବୁଲାନ୍ସ

Sunil Chandra Nayak

ତୀର୍ଯ୍ୟକ୍

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ନିବେଦନ

Sunil Chandra Nayak

Leave a Comment

error: Content is protected !!