ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସଙ୍କ କବିତା ନୀଳାଚଳ ଧାମ

ଜୟ ମାଆ ବିରଜା…..

ନୀଳାଚଳ ଧାମ

ଉମାକାନ୍ତ ଦାସ

 

ନୀଳାଚଳ ଧାମ ସେହି ଶଙ୍ଖ କ୍ଷେତ୍ର

କେଉଁ କାଳୁ ବିରାଜିତ ,

ଉତ୍କଳ ପୁଷ୍କରେ ପୁରୀ କମଳରେ

କେଶର ସେ ଜଗନ୍ନାଥ ।।

 

ଓଡ଼ିଆ ଜାତିର ଅଟେ ମଥାମଣି

ବିଶ୍ବରେ ସିଏ ପୂଜିତ ,

ହିନ୍ଦୁ ଧର୍ମେ ଧାମ ଗରବ ଗୌରବ

ଜଗତେ ଉଡଇ ନେତ ।।

 

ସେ ଧାମର ରେଣୁ ଯା ମୁଣ୍ଡେ ବାଜଇ

ହୋଇଯାଏ ସିଏ ମୁକ୍ତ ,

ବଳରାମ ଦାଶ ନୀଳାଚଳେ ଯାଇ

ହୋଇଲେ ମହା ପଣ୍ଡିତ ।।

 

ଭକ୍ତ ସାଲବେଗ ଦାସିଆ ବାଉରୀ

ନୀଳାଚଳେ ବଡ଼ ଭକ୍ତ ,

ନାହିଁ ସେଠାବରେ ଭେଦ ଭାବ କିଛି

ପ୍ରମାଣ ଅଛି ବହୁତ ।।

 

କୈବଲ୍ଯ ହାଟରେ ଏକା ସାଥେ ବସି

ଖାଆନ୍ତି ଅବଢ଼ା ଭାତ ,

ଖାଇ ସାରି ମୁଣ୍ଡେ ଅତି ଶରଧାରେ

ପୋଛି ଥାନ୍ତି ନିଜ ହାତ ।।

 

ଉମାକାନ୍ତ ଅଟେ ଅଜ୍ଞ ନରଟିଏ

ଜାଣି ନାହିଁ କିଛି ସେତ,

ନୀଳାଚଳ ଧାମ ଗୁପ୍ତ ରହସ୍ୟକୁ

କହି ଦିଅ ଜଗନ୍ନାଥ ।।

 

ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ,ଜୟ ଜଗନ୍ନାଥ ,…  

ଲାଲବାଗ ,ଖାନନଗର

ମଙ୍ଗଳ ପୁର ,ଯାଜପୁର

 

Related posts

ଖଡ଼ିଆଳ ଏନଏସି ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ

Sunil Chandra Nayak

ଓଡିଶୀ ହେଉଛି ସର୍ବପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟ

Sunil Chandra Nayak

ଜନନୀ ଯନ୍ତ୍ରଣା : ଷ୍ଟ୍ରେଚର ରେ ବୁହା ହେଲେ ଗର୍ଭବତୀ କିନ୍ତୁ 108 ପାଖରେ ପହଁଚିବା ବେଳେ ଜନ୍ମ ଦେଲେ ସନ୍ତାନ

Sunil Chandra Nayak

Leave a Comment

error: Content is protected !!